Latest Odisha News

BREAKING NEWS

ପୁରୀରେ ଦିବ୍ୟାଙ୍ଗମାନଙ୍କୁ ବସଭଡା ରିହାତି ପାସ୍ ବଣ୍ଟନ

ପୁରୀ: ଦିବ୍ୟାଙ୍ଗମାନଙ୍କୁ ବଣ୍ଟା ହେଲା ବସଭଡା ରିହାତି ପାସ୍ । ଏହି ବଣ୍ଟନ କାର୍ଯ୍ୟରେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ୨୪ ଜଣ ଦିବ୍ୟାଙ୍ଗମାନଙ୍କୁ ପାସ୍ ବଣ୍ଟନ କରାଯାଇଛି । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ସାହୁ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଶାରିରୀକ ଭାବେ ଶତକଡା ୬୦ ଭାଗ ଅକ୍ଷମ ଥିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ରିହାତି । ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସହାୟକ ଯାତ୍ରୀଙ୍କୁ ଟିକଟ ମୂଲ୍ୟର ୫୦ ଭାଗ ଭଡା ଦେବାକୁ ପଡିବ । ସେହିଭଳି ୫୦ ଭାଗ ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କୁ ଟିକଟ ମୂଲ୍ୟର ୫୦ ଭାଗ ଭଡା ଦେବାକୁ ପଡିବ । ସମସ୍ତ ବସରେ ଦିବ୍ୟାଙ୍ଗମାନଙ୍କ ପାଇଁ ସିଟ୍ ସଂରକ୍ଷଣ ଓ ଯାତ୍ରା ସମୟରେ କଣ୍ଡକ୍ଟରମାନେ ସହଯୋଗ କରିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ଆଂଚଳିକ ପରିବହନ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.