Latest Odisha News

BREAKING NEWS

ସଂସଦ ମୌସୁମୀ ଅଧିବେଶନରେ ଏଥର ପ୍ରଶ୍ନକାଳ ନାହିଁ, କାରଣ କହିଲେ ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ଏଥର ଅଧିବେଶନର ରହିବ ନାହିଁ ପ୍ରଶ୍ନକାଳ । ଏହାପରେ ପ୍ରଶ୍ନ ଉଠୁଛି ସଂସଦ ଅଧିବେଶନରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ପ୍ରଶ୍ନକାଳକୁ କାହିଁକି ହଟାଇ ଦିଆଗଲା ? ଏହାର ସ୍ପଷ୍ଟୀକରଣ ରଖିଛନତି କେନ୍ଦ୍ର ସରକାର ।

ପ୍ରଶ୍ନକାଳ ପାଇଁ ବିଭିନ୍ନ ବିଭାଗୀୟ ମନ୍ତ୍ରୀଙ୍କୁ ପଚରା ଯାଇଥିବା ପ୍ରଶ୍ନ ସମ୍ପର୍କିତ ତଥ୍ୟ ଦେବାକୁ ବହୁ ସଂଖ୍ୟାରେ ଅଧିକାରୀ ଆସି ଥାଆନ୍ତି । କରୋନା କାଳରେ ଏକାଧିକ ଲୋକଙ୍କ ସମାଗମକୁ କମାଇବା ପାଇଁ ଏଥର ପ୍ରଶ୍ନକାଳକୁ ହଟାଇ ଦିଆଯାଇଛି ।

ସଂସଦ ଅଧିବେଶନରେ ପ୍ରଶ୍ନକାଳକୁ ଗୁରୁତ୍ୱପୂର୍ଣ କୁହାଯାଏ । କାରଣ ଏହା ମାଧ୍ୟମରେ ସରକାର ନିଜ ଉତ୍ତର ଦାୟିତ୍ୱ ସମ୍ପର୍କରେ ସୂଚିତ କରି ଥାଆନ୍ତି । କରୋନା ଯୋଗୁ ସଂସଦ କାର୍ଯ୍ୟଦିବସରେ କିଛି ପରିବର୍ତ୍ତନ ବି କରାଯାଉଛି ।

ପ୍ରଶ୍ନକାଳ ବାତିଲ ହେଉଥିବା ବେଳେ ଶୂନ୍ୟକାଳ ଜାରି ରହିବ । ଶନିବାର ଓ ରବିବାର ସଂସଦ କାର୍ୟ୍ୟ ଦିବସ ଜାରି ରହିବ । ଛୁଟି ହେବ ନାହିଁ । ଉଭୟ ଲୋକସଭା ଓ ରାଜ୍ୟସଭା ପ୍ରତିଦିନ ଚାରି ଘଣ୍ଟା ବସିବ । ଅଧିବେଶନରେ ଯୋଗ ଦେଉଥିବା ସାଂସଦଙ୍କର କୋଭିଡ୍ ଟେଷ୍ଟ କରାଯିବ । ସମସ୍ତେ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବେ ।

ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ତାରିଖ ଯାଏଁ ଚାଲିବ ସଂସଦ ଅଧିବେଶନ । ଏହି ସେପ୍ଟେମ୍ବର ୧୪ ତାରିଖ ପ୍ରଥମ ଦିନ ଲୋକସଭା ଅଧିବେଶନ ସକାଳ ୯ଟାର ଦିନ ଗୋଟାଏ ଯାଏଁ ତାଲିବ । ରାଜ୍ୟସଭା ଅଧିବେଶନ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୭ଟା ଯାଏଁ ବସିବ । ଭାରତ ଇତିହାସରେ ପ୍ରଥମ ଥର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ ।

Leave A Reply

Your email address will not be published.