Latest Odisha News

BREAKING NEWS

ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଧକ୍କା, ୩୦ରୁ ଅଧିକ ଆହତ

ବରଗଡ଼: ବରଗଡ଼ରେ ବସ୍ ଦୁର୍ଘଟଣା । ବରପାଲି ସହର ଦେଇ ଯାଇଥିବା ମୁଖ୍ୟ ରାଜପଥ କଡ଼ ସିନେମା ହଲ ନିକଟରେ ଦୁର୍ଘଟଣା ଘଟିଛି । ସରକାରୀ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଧକ୍କା ହେବା ଫଳରେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବଲାଙ୍ଗିର ପଟୁ ଆସୁଥିବା ଏକ ସରକାରୀ ବସ୍ ଓ ବରଗଡ ପଟୁ ଯାଉଥିବା ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି ।

ଦୁର୍ଘଟଣା ଫଳରେ ଉଭୟ ଗାଡ଼ି ଭାଙ୍ଗି ଚୁରମାର ହୋଇ ଯାଇଛି । ଦୁର୍ଘଟଣାରେ ୩୦ ଜଣ ଲୋକ ଆହତ ହୋଇଥିବା ବେଳେ ଜଣେ ଯାତ୍ରୀଙ୍କ ଗୋଡ଼ ଭାଙ୍ଗି ଯାଇଛି । ଆହତଙ୍କୁ ବରପାଲି ସରକାରୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.