Latest Odisha News

BREAKING NEWS

‘ଅଗ୍ନିପଥ’କୁ ନେଇ ବଢ଼ୁଛି ଅଶାନ୍ତି, ପୁରୀରେ ପୋଲିସର ଫ୍ଲାଗମାର୍ଚ୍ଚ

ପୁରୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି । ବିଭିନ୍ନ ସ୍ଥାନରେ ରେଳ ଷ୍ଟେସନରେ ଟ୍ରେନ୍ ପୋଡ଼ିବା ସହ ଭଙ୍ଗାରୁଜା କରୁଛନ୍ତି ଆନ୍ଦୋଳନକାରୀ । ସତର୍କତା ମୂଳକ ପଦକ୍ଷେପ ପ୍ରକାରେ ପୁରୀ ରେଳ ସୁରକ୍ଷା ଥାନା ପକ୍ଷରୁ ପୁରୀ ରେଳ ଷ୍ଟେସନରେ ଫ୍ଲାଗମାର୍ଚ୍ଚ କରାଯାଇଛି ।

ଆରପିଏଫ୍ ଇନ୍ସପେକ୍ଟର ଅପରେଶ ବେହେରା ଓ ଜିଆରପି ଥାନା ଅଧିକାରୀ ସନ୍ତୋଷ ବାହିନୀପତିଙ୍କ ନେତୃତ୍ୱରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି । ପୁରୀ ରେଳ ଷ୍ଟେସନରେ ‘ଅଗ୍ନିପଥ’ ଯୋଜନାକୁ ନେଇ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିକୁ ସୁଯୋଗ ଦିଆଯିବ ନାହିଁ ବୋଲି କହିଛନ୍ତି ଆରପିଏଫ୍ ଅଧିକାରୀ ଶ୍ରୀ ବେହେରା ।

Leave A Reply

Your email address will not be published.