Latest Odisha News

BREAKING NEWS

ଜୁଲାଇ ପହିଲାରୁ ଆସିପାରେ ଏସବୁ ଜିନିଷରେ ପରିବର୍ତ୍ତନ; ପର୍ସରେ ପଡିବ ସିଧା ପ୍ରଭାବ

ନୂଆଦିଲ୍ଲୀ: ଜୁନ ଶେଷ ହେବାକୁ ଯାଉଛି । ଆଉ ୪ ଦିନ ପରେ ଆରମ୍ଭ ହେବ ଜୁଲାଇ । ଜୁଲାଇ ମାସ ଆରମ୍ଭରୁ ଏମିତି କିଛି ଜିନିଷର ପରିବର୍ତ୍ତନ ହେବାକୁ ଯାଉଛି ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟରେ ପଡିବ । ଏହି ପରିବର୍ତ୍ତନରେ ଏଲପିଜି ସିଲିଣ୍ଡରଠାରୁ ଆରମ୍ଭ କରି ସିଏନଜି-ପିଏନଜି ରେଟ ପର୍ଯ୍ୟନ୍ତ ସବୁକିଛି ରହିଛି । ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ସମ୍ପର୍କରେ ପୂରା ସୂଚନା ।

ଅଏଲ ମାର୍କେଟିଂ କମ୍ପାନୀ ପ୍ରତି ମାସରେ ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ କରୁଛନ୍ତି । ଏପ୍ରିଲ, ମେ ଏବଂ ଜୁନ ପ୍ରଥମ ତାରିଖରେ କମର୍ସିଆଲ ସିଲିଣ୍ଡରର ଦାମ ହ୍ରାସ ପାଇଥିଲା । ହେଲେ ଗତ କିଛି ମାସ ହେବ ଘରୋଇ ଗ୍ୟାସ ସିଲିଣ୍ଡରର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏଥର ଆଶା କରାଯାଉଛି, କମର୍ସିଆଲ ସିଲିଣ୍ଡର ସହ ୧୪ କେଜିର ଘରୋଇ ସିଲିଣ୍ଡର ରେଟରେ କିଛି ପରବର୍ତ୍ତନ ଆସିବ ।

ବିଦେଶରେ କ୍ରେଡିଟ କାର୍ଡରେ ହେଉଥିବା ଖର୍ଚ୍ଚ ଉପରେ ଜୁଲାଇ ୧,  ୨୦୨୩ରୁ ଟିସିଏସ ଶୁଳ୍କ ଲାଗୁ ହୋଇପାରେ । ଏଥିସହିତ ଯଦି ଆପଣଙ୍କର ଖର୍ଚ୍ଚ ୭ ଲକ୍ଷ କିମ୍ବା ଏହାଠାରୁ ଅଧିକ ହୁଏ ତେବେ ଆପଣଙ୍କୁ ୨୦ ପ୍ରତିଶତ ଟିସିଏସ ଭରଣା କରବାକୁ ପଡିପାରେ ।  ତେବେ ଶିକ୍ଷା ଏବଂ ଚିକିତ୍ସା ସହ ଜଡିତ ଖର୍ଚ୍ଚ ଉପରେ ଶୁଳ୍କ ହ୍ରାସ ପାଇ ୫ ପ୍ରତିଶତରେ ରହିଛି । ବିଦେଶରେ ପାଠ ପଢିବା ପାଇଁ ଋଣ ନେବାକୁ ଚାହୁଁଥିବା ଟାକ୍ସପେୟର୍ସଙ୍କୁ ୭ ଲକ୍ଷରୁ ଅଧିକ ରାଶି ଉପରେ ୦.୫ ପ୍ରତିଶତ ଟିସିଏସ ଦେବାକୁ ପଡିବ ।

ମାସର ୧ ତାରିଖ କିମ୍ବା ପ୍ରଥମ ସପ୍ତାହରେ ଏଲପିଜି ପରି ସିଏନଜି ଏବଂ ପିଏନଜି ଦରରେ ମଧ୍ୟ  ପରିବର୍ତ୍ତନ କରାଯାଇଥାଏ । ଦିଲ୍ଲୀ, ମୁମ୍ବାଇ ସମେତ ଅନ୍ୟ ସହରରେ ତେଲ କମ୍ପାନୀମାନେ ପ୍ରଥମ ସପ୍ତାହରେ ସିଏନଜି-ପିଏନଜି ଦରରେ ପରିବର୍ତ୍ତନ ଆଣିଥାନ୍ତି  । ତେଣୁ ଜୁଲାଇରେ ମଧ୍ୟ ଏହାର ପରିବର୍ତ୍ତନ ଆସିପାରେ ।

Leave A Reply

Your email address will not be published.