Latest Odisha News

BREAKING NEWS

୧୨ ଜୀବନ ନେଇଥିବା ଘରୋଇ ବସର ନଥିଲା ବୀମା ଓ ପରମିଟ୍, ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ଭୟଙ୍କର ମୃତ୍ୟୁ ପରେ ଦୁର୍ଘଟଣାଗ୍ରସ୍ତ ଘରୋଇ ବସର ପରମିଟ୍ ଓ ବୀମା ନଥିବା ଜଣାପଡ଼ିଛି । ବିଳମ୍ବିତ ରାତିରେ ଘରୋଇ ବସଟି ସରକାରୀ ଓଏସ୍ଆରଟିସି ବସକୁ ଧକ୍କା ଦେଇଥିଲା । ରାତିରେ ଚଳାଚଳ ପାଇଁ ଘରୋଇ ବସ୍ ପାଖରେ ଆବଶ୍ୟକୀୟ ପରିମିଟ୍ ନଥିବା କହିଛନ୍ତି ଗଞ୍ଜାମ ଆରଟିଓ ମାନସ ସାହୁ ।

ଗଞ୍ଜାମ ଆରଟିଓ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଘରୋଇ ବସ୍ ରାତିରେ ଚଳାଚଳ ପାଇଁ ପରମିଟ୍ ଦିଆଯାଇ ନଥିଲା । ବସଟିର ଇନ୍ସୁରାନ୍ସ ମଧ୍ୟ ନାହିଁ । ଏତେବଡ଼ ଦୁର୍ଘଟଣା ପାଇଁ ବସ୍ ମାଲିକ ଦାୟୀ ବୋଲି କହିଛନ୍ତି ଆରଟିଓ । ସୂଚନା ଅନୁସାରେ, ଘରୋଇ ବସଟି ୨୫ ବର୍ଷର ହୋଇଥିବା ବେଳେ ସ୍ଥିତି ଭଲ ନଥିଲା । ଏନେଇ ପୋଲିସରେ ଅଭିଯୋଗ କରାଯାଇଥିବା ବେଳେ ତଦନ୍ତ ଚାଲିଛି ।

ମିଳିଥିବା ସୂଚନା ଅନୁସାରେ, ବସଟି ୧୯୯୮ ମସିହା ମାର୍ଚ୍ଚ ୨୬ରେ ପଞ୍ଜିକୃତ ହୋଇଥିବା ବେଳେ ୨୦୨୩ ନଭେମ୍ବର ୨୬ ଯାଏ ଫିଟନେସ୍ ରହିଛି । ବସର ଇନ୍ସୁରାନ୍ସ ମଧ୍ୟ ନାହିଁ । ଯେଉଁ ବୀମା ଥିଲା ତାହା ୨୦୨୩ ଏପ୍ରିଲ୍ ୧୩ରୁ ସରି ଯାଇଛି ।

ଦୁର୍ଘଟଣାରେ ବାହାଘରରୁ ଫେରୁଥିବା ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏକାଧିକ ଲୋକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଳମ୍ବିତ ରାତିରେ ବ୍ରହ୍ମପୁର-ତପ୍ତପାଣି ରାସ୍ତାର ଦିଗପହଣ୍ଡିରେ ଘରୋଇ ବସଟି-ଓଏସ୍ଆରଟିସି ବସ୍ ସହ ଧକ୍କା ହୋଇଥିଲା ।

Leave A Reply

Your email address will not be published.