Latest Odisha News

BREAKING NEWS

ନବରଙ୍ଗପୁରରେ ୨ ଲକ୍ଷ ଝାମ୍ପି ନେଲେ ଲୁଟେରା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ସାରଙ୍ଗିଆ ଜଙ୍ଗଲ ନିକଟରେ ଲୁଟ୍ । କୋଡିଙ୍ଗା-ଚଟ୍ଟାହାଣ୍ଡି ରାସ୍ତାରେ ପ୍ରାୟ ସଂଧ୍ୟା ୫ଟାରେ ଏହି ଲୁଟ୍ ହୋଇଛି । ଜଣେ ବ୍ୟବସାୟୀ କ୍ରିପାଲ ମେହେତାଙ୍କଠାରୁ ଡକାୟତମାନେ ୨ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ତାରାଗୁଡା ଗାଁର କ୍ରିପାଲ ନବରଙ୍ଗପୁର ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଘରକୁ ଫେରୁଥିଲେ । ହେଲେ ବାଟରେ ବାଇକ୍ ଖରାପ ହୋଇ ଯିବାରୁ ସେ ରାସ୍ତା କଡରେ ଅଟକି ଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଏକ ବାଇକରେ ଆସି କ୍ରିପାଲଙ୍କଠାରୁ ତାଙ୍କର ଟଙ୍କା ଭର୍ତ୍ତି ବ୍ୟାଗଟି ଛଡାଇ ନେଇଥିବା ସୂଚନା ମିଳିଛି । ଲୁଟେରାମାନେ କ୍ରିପାଲଙ୍କ ମୁହଁକୁ ଗାମୁଛାରେ ବାନ୍ଧି ଦେଇଥିଲେ ବୋଲି ସେ କହିଛନ୍ତି । ପାପଡାହାଣ୍ଡି ଏସ୍‌ଡିପିଓ ଆଦିତ୍ୟ ସେନ, କୋଡିଙ୍ଗା ଥାନା ଅଧିକାରୀ ସରିତା ମହାପାତ୍ର, ଏସ୍‌ଆଇ ଦେବଦତ୍ତ ମଲ୍ଲିକ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

Leave A Reply

Your email address will not be published.