Latest Odisha News

BREAKING NEWS

ଜୁଲାଇ ମାସ ଶେଷ ସୁଦ୍ଧା ୧୩୪.୧୧ କୋଟି ଆଧାର ନମ୍ବର ସୃଷ୍ଟି ହୋଇଛି

ନୂଆଦିଲ୍ଲୀ:  ସାରା ଭାରତରେ ଆଧାର ପଞ୍ଜୀକରଣ ଦ୍ରୁତ ଗତିରେ ଚାଲିଛି । ଜୁଲାଇ ମାସ ଶେଷ ସୁଦ୍ଧା ଦେଶର ଲୋକ ମାନଙ୍କ ପାଇଁ ୧୩୪.୧୧ କୋଟି ଆଧାର ନମ୍ବର ସୃଷ୍ଟି କରାଯାଇ ସାରିଛି । ଜୁଲାଇ ମାସରେ ଲୋକ ମାନେ ୧.୪୭ କୋଟି ଆଧାର ସଂଶୋଧନ ପାଇଁ ଆବେଦନ କରିଛନ୍ତି ।

ଜୁଲାଇ ମାସରେ ଆଧାର ମାଧ୍ୟମରେ ୧୫୨.୫ କୋଟି  ଆଦାନପ୍ରଦାନ କରା ଯାଇଛି । ଏଗୁଡିକ ମଧ୍ୟରୁ ଅଧିକାଂଶ (୧୨୨.୫୭ କୋଟି) ମାସିକ ଆଦାନପ୍ରଦାନ ଫିଙ୍ଗର – ପ୍ରିଂଟ୍ ବାୟୋମେଟ୍ରିକ୍ ପ୍ରମାଣୀକରଣର ବ୍ୟବହାର କରା ଯାଇ ସମ୍ପାଦିତ ହୋଇଛି ।

ଜୁଲାଇ ୨୦୨୨ ଶେଷ ସୁଦ୍ଧା ସମୁଦାୟ ୭୮୫୫.୨୪ କୋଟି ଆଧାର ପ୍ରମାଣୀକରଣ କରା ଯାଇଛି, ଯେତେବେଳେ କି ଜୁନ୍ ଶେଷ ସୁଦ୍ଧା ଏଭଳି ୭୭୦୨.୭୪ କୋଟି ଆଧାରକୁ ପ୍ରମାଣୀକରଣ କରା ଯାଇଥିଲା । ଆଧାରକୁ ନେଇ ଏବେ ସରକାରୀସ୍ତରରେ ବ୍ୟାଙ୍କସ୍ତରରେ  ସମସ୍ତ କାଗଜପତ୍ରରେ ପ୍ରମାଣୀକରଣ ସରକାର କରୁଛନ୍ତି ।

ଜୁଲାଇ ମାସରେ ୫୩ ଲକ୍ଷରୁ ଅଧିକ ଆଧାର ସୃଷ୍ଟି କରା ଯାଇଛି । ଏଗୁଡିକ ମଧ୍ୟରୁ ଅଧିକାଂଶ ୧୮ ବର୍ଷ (୦ – ୧୮ ବର୍ଷ ବୟସ୍କ)ରୁ କମ୍ ବୟସର ପିଲାଙ୍କ ନିମନ୍ତେ କରା ଯାଇଛି । ବୟସ୍କ ଲୋକ ମାନଙ୍କ କ୍ଷେତ୍ରରେ ଆଧାର ପୂର୍ଣ୍ଣତାର ସ୍ତର ଏବେ ସାର୍ବଭୌମିକ ସ୍ତରର ନିକଟତର ଅଟେ ଏବଂ ସମଗ୍ର ପୂର୍ଣ୍ଣତାର ସ୍ତର ୯୩.୪୧ ପ୍ରତିଶତ ଅଟେ । ଅତି କମ୍‌ରେ ୨୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକରେ ଏବେ ପୂର୍ଣ୍ଣତାର ପରିମାଣ ୯୦ ପ୍ରତିଶତରୁ ଅଧିକ ଅଟେ ।  ଧୁନାତନ କରା ଯାଇ ପାରେ ।

Leave A Reply

Your email address will not be published.