ବେଙ୍ଗଳୁରୁ: NEET ମେଡିକାଲ ଓ JEE ଣ୍ଟ୍ରାନ୍ସରେ ବେଶ୍ ନାଁ କରିଥିବା କୋଚିଂ ସେଣ୍ଟର ଆକାଶ ଇନ୍ଷ୍ଟିଚ୍ୟୁଟ ବିକ୍ରି ହୋଇ ଯାଇଛି । ଅନଲାଇନ୍ ପାଠପଢାର ଷ୍ଟାର୍ଟ ଅପ୍ ବାଇଜୁସ୍ ଏହି କୋଚିଂ ସେଣ୍ଟରକୁ ୧ ବିଲିୟନ ଡଲାର ଅର୍ଥାତ ୧୦୦ କୋଟି ଡଲାରରେ କିଣିଛି । ଶିକ୍ଷା କ୍ଷେତ୍ରରେ ଏହା ଏକ ବହୁତ ବଡ ବିଜନେସ୍ ଡିଲ୍ ବୋଲି କୁହା ଯାଉଛି । ୩-୪ ମାସରେ ଏହି ଡିଲ ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବ ।
ସାରା ଦେଶରେ ଆକାଶ ଇନଷ୍ଟିଚ୍ୟୁଟର ପ୍ରାୟ ୨୦୦ ସେଣ୍ଟର ଅଛି । ଭୁବନେଶ୍ୱର ମଧୁସୂଦନ ନଗର ନିକୋ ପାର୍କ ପାଖରେ ମଧ୍ୟ ଏହାର ଏକ ଶାଖା ଅଛି । ସଂସ୍ଥାର ୱ୍ୱେବସାଇଟ୍ ଅନୁସାରେ ଆକାଶରେ ପ୍ରାୟ ୨ ଲକ୍ଷ ୫୦ ହଜାର ପିଲା କୋଚିଂ ନେଉଛନ୍ତି ।
ବେଙ୍ଗଲୁରୁରେ ଥିବା ବାଇଜୁସ୍ର ମାର୍କେଟ ମୂଲ୍ୟ ହେଲା ୧୨୦୦ କୋଟି ଡଲାର । ଏଥିରେ ଫେସବୁକର ମାଲିକ ମଧ୍ୟ ପୁଂଜି ନିବେଶ କରିଛନ୍ତି ।
ଆକାଶ ଇନଷ୍ଟିଚ୍ୟୁଟକୁ ବାଇଜୁସ୍ କିଣିବା ପରେ ଏହି କୋଚିଂ ସେଣ୍ଟରର ପ୍ରତିଷ୍ଠାତା ତଥା ଏହାର ପରିଚାଳନା କରୁଥିବା ଚୌଧୁରୀ ପରିବାର ଏଥିରୁ ପୁରା ଓହରିଯିବେ ।
ବାଇଜୁସ୍ ଆପ୍ ବିଜୁ ରବୀନ୍ଦ୍ରନ୍ ନାମକ ଜଣେ ଶିକ୍ଷକ ପ୍ରତିଷ୍ଠା କରିଛନ୍ତି । ଏହି ଆପ୍ ଜରିଆରେ କିଣ୍ଟରଗାର୍ଡେନରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀର ପିଲାଙ୍କୁ ଆପ୍ ମାଧ୍ୟମରେ ପାଠ ପଢା ଯାଏ । ପ୍ରାୟ ୭ କୋଟି ପିଲା ବାଇଜୁସ୍ ଆପ୍ ବ୍ୟବହାର କରୁଥିବା ଏହି ସଂସ୍ଥା ଦାବି କରେ ।
BREAKING NEWS
- ଶ୍ରୀଲଙ୍କାରେ ବଡ଼ଧରଣର ବିଦ୍ୟୁତ୍ ସଙ୍କଟ : ଦେଶବ୍ୟାପୀ ବ୍ଲାକ୍ଆଉଟ୍
- Infiltration bid foiled:କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ୨ ଆତଙ୍କବାଦୀ ନିହତ
- Woman Slaps CRPF: ଚାପୁଡା ମାରିଲେ, ଦୁର୍ବ୍ୟବହାର କଲେ…ତ୍ରିରଙ୍ଗା ମାର୍ଚ୍ଚରେ ହଙ୍ଗାମା! CRPF ଯବାନଙ୍କୁ ଚାପୁଡ଼ା ମରା ଭିଡିଓ ଜାରି କଲା ଦିଲ୍ଲୀ ପୋଲିସ
- Kavya Maran Wedding: ହାତକୁ ଦୁଇ ହାତ ହେବେ ସନରାଇଜର୍ସ ମାଲିକାଣୀ! ଗ୍ରୀସ୍ରେ ବାଜିବ ଶାହାନାଇ, ଜାଣନ୍ତୁ କାହାକୁ ବାହା ହେବେ SRH ସୁନ୍ଦରୀ…
- ଶ୍ରମିକ ଚାଲାଣ ଓ ଶୋଷଣ ଅଭିଯୋଗରେ ୫ ଗିରଫ
- ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ; ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ
- Governor Braj Mohan Ram in Bhubaneswar:ଭୁବନେଶ୍ୱରରେ ନବନିଯୁକ୍ତ ଓଡ଼ିଶା ରାଜ୍ୟପାଳ ବ୍ରଜମୋହନ ରାମ;ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ..
- ଫାର୍ମା କମ୍ପାନୀରେ ଭୟଙ୍କର ବିସ୍ଫୋରଣ, ୫ ମୃତ…
- Sand Art of Goddess Durga: ବାଲିରେ ଫଳ ଏବଂ ପରିବାରେ ଝଟକୁଛନ୍ତି ମା’ ଦୁର୍ଗା, ପୁରୀ ବେଳାଭୂମିରେ ନିଜର ନିଆରା କଳାକୃତିରେ ଜଗତଜନନୀଙ୍କୁ ଧରାପୃଷ୍ଠକୁ ସ୍ବାଗତ ଜଣାଇଲେ ସୁଦର୍ଶନ…
- ଭୁବନେଶ୍ୱର ବିମାନବନ୍ଦରରୁ ୫ କେଜିରୁ ଊର୍ଦ୍ଧ୍ବ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ, ୪ ଅଟକ

Comments are closed.