Latest Odisha News

BREAKING NEWS

ଯାତ୍ରୀଙ୍କୁ କିଡ଼ନୀ ଦାନ କଲେ ଡ଼୍ରାଇଭର

ବେଳେ ବେଳେ ଛୋଟ ଉଦ୍ୟମଟିଏ ଜଣେ ବ୍ୟକ୍ତିଙ୍କୁ ଏତେ ଚର୍ଚ୍ଚାକୁ ଆଣିଥାଏ ଯେ, ତାକୁ କଳନା କରିବା କଷ୍ଟକର । ଏବେ ଏମିତି ଏକ ଘଟଣା ଘଟିଛି ଜଣେ ଉବେର ଡ଼୍ରାଇଭରଙ୍କ କ୍ଷେତ୍ରରେ । ସେ ଜଣେ ଯାତ୍ରୀଙ୍କୁ କିଡ୍‌ନୀ ଦାନ କରି ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ।

ଏହି ଡ଼୍ରାଇଭର ଜଣକ ହେଲେ ଟିମ୍ ଲେଟ୍ସ । ନିଜର ବୃତ୍ତି ଅନୁସାରେ ଟିମ୍ ଗାଡ଼ିରେ ବିଭିନ୍ନ ପ୍ରକାର ଯାତ୍ରୀଙ୍କୁ ନେବା ଆଣିବା କରିଥାନ୍ତି । ଥରେ ବିଲ୍ ସୁମିଏଲ ନାମକ ଜଣେ ଯାତ୍ରୀଙ୍କୁ ପିକ୍‌ଅପ୍ କଲା ପରେ କଥାବାର୍ତ୍ତା ଭିତରେ ଯାତ୍ରୀ ଜଣକଙ୍କର କିଡ଼୍‌ନୀ ସମସ୍ୟା ରହିଛି ବୋଲି ଜାଣିବାକୁ ପାଇଲେ । ତାଙ୍କର ଏହି ସମସ୍ୟା ବହୁତ ଗୁରୁତର ବୋଲି ଜାଣିବା ପରେ ନିଜ ଭିତରେ ତାଙ୍କ ପାଇଁ କିଛି କରିବାକୁ ଆଗ୍ରହୀ ହେଲେ ଟିମ୍ । ଆଉ ଶେଷରେ ନିଜର ଏକ କିଡ଼୍‌ନୀକୁ ଯାତ୍ରୀ ଜଣଙ୍କୁ ଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ହେଲେ । ଟିମ୍‌ଙ୍କ ଏହି ପ୍ରତିଶ୍ରୃତିକୁ ହଠାତ୍ ଗ୍ରହଣ କରିପାରିଲେ ନାହିଁ ବିଲ୍ । ତେବେ ଆଶ୍ଚର୍ଯ୍ୟର କଥା ହେଲା, ପ୍ରାରମ୍ଭିକ ପରୀକ୍ଷା ପରେ ଟିମ୍ ଓ ବିଲ୍‌ଙ୍କ ବ୍ଲଡ଼ ଗ୍ରୁପ୍ ମ୍ୟାଚ କରିଥିବା ଜଣାପଡ଼ିଲା । ଆଉ ଶେଷରେ ତାଙ୍କଠାରୁ କିଡ଼୍‌ନୀ ଗ୍ରହଣ କଲେ ଯାତ୍ରୀ ବିଲ୍ ଓ ତାଙ୍କର ଜୀବନ ରକ୍ଷା ହୋଇଗଲା । ଟିମ୍‌ଙ୍କ ଏପରି କାର୍ଯ୍ୟ ପାଇଁ ତାଙ୍କୁ ବେଶ୍ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.