Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ ଆଲୋଚନା କରିବା ଅବସରରେ ଆମେ ଆଜି ଏମିତି ଏକ ସେବକଙ୍କ କଥା ଆଲୋଚନା କରିବା ଯାହାଙ୍କ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । କିନ୍ତୁ ସାଧାରଣରେ ଏହି ସେବକ ଏତେ ପରିଚିତ ନୁହଁନ୍ତି। ସେ ହେଲେ ପ୍ରଭୁଙ୍କର “ମୁଦ୍ରା ସେବକ “। ଏହି ସେବାଟି ଏକ ସ୍ୱତନ୍ତ୍ର ସେବା ନହେଲେ ମଧ୍ୟ, ଅନେକ କ୍ଷେତ୍ରରେ ଏହି ସେବକଙ୍କ ଉପସ୍ଥିତି ନିତ୍ୟାନ୍ତ ପ୍ରୟୋଜନ। ମୁଖ୍ୟତଃ ଶ୍ରୀଜୀଉମାନଙ୍କ ପହୁଡ଼ ପରେ କଳାହାଟ ଦ୍ୱାର ବନ୍ଦ ସମୟରେ ପ୍ରତିହାରୀ କଡା ବନ୍ଦ କରି ମାଟି ମୁଦ ଦେଲେ ମୁଦ୍ରା ସେବକ ମୁଦୁଲିଙ୍କ ଠାରୁ ମୁଦ୍ରା ନେଇ ସେହି ମାଟିରେ ମୁଦ୍ରା ଚି଼ହ୍ନ ଦିଅନ୍ତି ଓ ପରେ ମୁଦୁଲିଙ୍କୁ ଫେରାଇ ଦିଅନ୍ତି। କୁମାର ପୂର୍ଣ୍ଣମା ଦିନ ମା ଲଷ୍ମୀଙ୍କ ମନ୍ଦୀର ଜଗମୋହନରେ ଲଷ୍ମୀ ଓ ମଦନ ମୋହନଙ୍କ ମଧ୍ୟରେ କଉଡ଼ି ଓ ପଶା ଖେଳlନ୍ତି। ପୁଣି ବଡ଼ସିଂହାର ଭୋଗ ସରିବା ପରେ ସିଂହାସନ ତଳେ ପୁଷ୍ପାଳକ ଓ ପଣ୍ଡାଙ୍କୁ କଉଡ଼ି ଖେଳାନ୍ତି। ଏହି ଖେଳରେ ହାରି ମାଧବ ଲଷ୍ମୀମନ୍ଦିରକୁ ବିଜେ କରିବା ସମୟରେ ଏହି ସେବକ ଆଗରେ ବଇଠା ଦେଖାନ୍ତି। ବସନ୍ତ ପଞ୍ଚମୀ ଦିନ ଓ ଦୋଳ ଦଶମୀରୁ ଚତୁର୍ଦ୍ଦଶୀ ଯାଏଁ ବିଭିନ୍ନ ନୀତି ପାଇଁ ଫଗୁ ଓ ଚନ୍ଦନ ଗୁଣ୍ଡ ଆଦି ଯୋଗାନ୍ତି। ସବୁଦିନ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଚନ୍ଦନଲାଗି ନୀତି ପାଇଁ ଘଟୁଆରୀ ସେବକଙ୍କଠାରୁ ଚନ୍ଦନ ଆଣି ପୁଷ୍ପାଳକଙ୍କୁ ଦିଅନ୍ତି । ପୁଷ୍ପାଞ୍ଜଳି ଠାକୁରଙ୍କ ବାହୁଡା଼ ବିଜେ ବେଳେ ଆଗରେ ବଇଠା ଦେଖାନ୍ତି। ଏମାନେ ବ୍ରlହ୍ମଣ ସେବକ, ବ୍ରତ ହେବା ପରେ ସେବାରେ ନିଯୁକ୍ତ ହୁଅନ୍ତି। ଅବଶ୍ୟ ଶାଢ଼ୀ ବନ୍ଧା ପରେ ହିଁ ଏହି ଅଧିକାର ମିଳେ। ଏହା ବଂଶାନୁକ୍ରମିକ ସେବା, ଆଗାମୀ ଅଧ୍ୟାୟମାନଙ୍କରେ ଏହିପରି ଅନେକ ବିଶେଷ ସେବକଙ୍କ ବିଷୟ ଆଲୋଚନା କରିବା ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ସମୟ ।

“କର୍ମର ଫଳ ନାନାଗତି
ଶୁଣ ତୁ ଏବେ ଦେଇ ମତି ।
ଏ ଲୋକେ କରି ବ୍ରତ ଦାନ
ଯ6ଜ୍ଞ ଦେବତା ଆରାଧନ ।
ସେ ପୁଣ୍ୟ ବଳେ ସ୍ୱର୍ଗ ଯାଇ
ଭୁଞ୍ଜଇ ଦିବ୍ୟ ଦେହ ବହି ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.