Latest Odisha News

BREAKING NEWS

ଉର୍ଫିଙ୍କୁ ପ୍ରଶଂସା କଲେ କରୀନା: ଏହାର କିଛି ଗୁରୁତ୍ୱ ନାହିଁ କହିଲେ ଉର୍ଫି

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ ଉର୍ଫି ଜାଭେଦ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ଚର୍ଚ୍ଚାର ପରିଧି କୌଣସି ଡ଼୍ରେସ ଡ଼ିଜାଇନ ନୁହେଁ ବରଂ ଅଭିନେତ୍ରୀ କରିନା କପୁରଙ୍କ ମନ୍ତବ୍ୟ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି ।

ନିକଟରେ ଏକ କାର୍ଯ୍ୟକ୍ରମରେ କରିନା ଉର୍ଫିଙ୍କୁ ବେଶ୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ମୁଁ ଉର୍ଫି ଭଳି ସାହସୀ ନୁହେଁ । ସେ ନିଜ ଇଛାରେ ଡ଼୍ରେସ ପରିଧାନ କରନ୍ତି । ଏହା ଜଣେ ବ୍ୟକ୍ତିର ଆତ୍ମବିଶ୍ୱାସ, ଯାହା ତାଙ୍କୁ ସୁନ୍ଦର କରିଥାଏ । ସେଥିଲାଗି ମୁଁ ଉର୍ଫିଙ୍କ ଆତ୍ମବିଶ୍ୱାସକୁ ବହୁତ ପସନ୍ଦ କରେ । ଉର୍ଫି ଯାହା ଚାହାଁନ୍ତି ତାହା କରନ୍ତି । ଏହାକୁ ଫ୍ୟାଶନ କୁହାଯାଏ । ଉର୍ଫି ନିଜ ଶରୀରକୁ ଚମକାଇବାରେ ଖୁବ୍ ମାହିର ।
କରୀନାଙ୍କ ଏହି ମନ୍ତବ୍ୟ ପରେ ଉର୍ଫି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ କରିନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି, ଏତେ ବଡ଼ ଅଭିନେତ୍ରୀ କରୀନା ମୋତେ ପସନ୍ଦ କରନ୍ତି । ମୁଁ ପ୍ରକୃତରେ ବିଶ୍ୱାସ କରିପାରୁନି । ଏବେ ମୋ ଜୀବନରେ ଏଭଳି ପ୍ରଶଂସା କିଛି ଗୁରୁତ୍ୱ ରଖେ ନାହିଁ ।

Leave A Reply

Your email address will not be published.