Latest Odisha News

ବଢ଼ିଲା ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ମୋଦୀ ସରକାର ବଡ ଘୋଷଣା କରିଛନ୍ତି । ୧୪ଟି ଖରିଫ ଫସଲର ମୂଲ୍ୟକୁ ଦେଢ଼ଗୁଣା ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଜୋୱାର ହାଇବ୍ରିଡ୍ ୨୬୨୦ ଟଙ୍କା, ବାଜରା ୨୧୫୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମାଣ୍ଡିଆରେ ଦର ୫୦ ପ୍ରତିଶତ ଦର ବୃଦ୍ଧି ହୋଇଥିବା ବେଳେ ମକାରେ ୫୩ ପ୍ରତିଶତ, ହରଡ଼ ଡାଲିରେ ୫୮, ମୁଗରେ ୫୦, କୋଳଥରେ ୬୪, ବାଦାମ ୫୦, ସୂର‌୍ୟ୍ୟମୁଖୀ ୫୦, ସୋୟାବିନ୍ ୫୦, ରାଶି ୫୦, କପାରେ ୫୦ ପ୍ରତିଶତ ଦର ବୃଦ୍ଧି କରାଯାଇଛି । ସେହିପରି ଚାଷ ପାଇଁ ନିଆଯାଇଥିବା ୩ ଲକ୍ଷ ଟଙ୍କା ଋଣ ପରିଶୋଧ ସମୟ ସୀମା ୩୧ ଅଗଷ୍ଟ ୨୦୨୦ ଯାଏଁ ବୃଦ୍ଧି କରାଯାଇଛି ।

Comments are closed.