Latest Odisha News

BREAKING NEWS

କେକ୍‌ରେ ଯୁବତୀଙ୍କ ଅବିକଳ ଚେହେରା: ଅସଲି ନା ନକଲି ତାକୁ ନେଇ ହେଲା ଦ୍ୱନ୍ଦ୍ୱ

ଦୁନିଆରେ କୁଶଳୀ କାରିଗରଙ୍କ କୌଣସି ଅଭାବ ନାହିଁ, ସେ ଯେ କୌଣସି କ୍ଷେତ୍ର ହେଉ, ଏପରି କଳାକାର ଅଛନ୍ତି, ଯାହାଙ୍କର କଳାକୃତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି । ଜଣେ କେକ୍ ଆର୍ଟିଷ୍ଟ କେକ୍ ଉପରେ ନିଜ ଚେହେରାକୁ ଏତେ ଅବିକଳ ଭାବେ ଉତ୍ତାରିଥିଲେ ଯେ, ତାହା ନକଲି ଚେହେରା ନା ଅସଲି ତାକୁ ନେଇ ଯେ କେହି ଦ୍ୱନ୍ଦ୍ୱରେ ପଡ଼ିଯିବା ସ୍ୱଭାବିକ । ଆମେ ଏମିତି ଜଣେ ଆର୍ଟିର୍ଷ୍ଟଙ୍କ ବିଷୟରେ କହୁଛୁ ଯାହାଙ୍କ ହାତ ତିଆରି ଡ଼ିଜାଇନ କେକ୍ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବତୀ ନିଜର ଅବିକଳ ଚେହେରାକୁ ଏକ ଥାଳିରେ ଧରିଛନ୍ତିି । ଉଭୟଙ୍କ ଚେହେରା, ହେୟାର ଷ୍ଟାଇଲ, ହସ, ଆଖି, ମେକ୍‌ଅପ, ସବୁକିଛି ଥିଲା ସମାନ । ଦୁହିଁଙ୍କ ମଧ୍ୟରୁ କିଏ ଅସଲି କିଏ ନକଲି ଜାଣିବା ମୁସ୍କିଲ ହେଉଛି । ପରେ ଯୁବତୀ ଜଣକ ତାଙ୍କ ମୁହଁ ସଦୃଶ କେକ୍‌କୁ କାଟିବା ପରେ ଅସଲ କଥା ଜଣାପଡ଼ିଥିଲା । ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ବାସ୍ତବରେ ଏହି ଆର୍ଟିଷ୍ଟ ଜଣକ ନିଜର ଚେହେରାକୁ ଏଭଳି ଉତ୍ତାରିବାକୁ ଚାହୁଁଥିଲେ, ଯାହା ଅନ୍ୟମାନଙ୍କଠାରୁ ଭିନ୍ନ ଲାଗିବ । ଏମିତି କିଛି କରିବା ଲକ୍ଷ୍ୟ ନେଇ ନିଜ ଚେହେରାକୁ କେକ୍‌ରେ ସଜାଇଥିଲେ । ଆର୍ଟିଷ୍ଟ ଜଣକ କୁହନ୍ତି, ଏହି କେକ୍‌ଟିକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୁଇଟି ଚେହେରା ଭିତରୁ ପ୍ରକୃତରେ ମୋର କେଉଁ ଚେହେରା ତାହା ସେମାନେ ଜାଣିବାରେ ବିଫଳ ହୋଇଥିଲେ । ପ୍ରକୃତ କଥା ଜାଣିବା ପରେ ସେମାନେ ମୋତେ ପ୍ରଶଂସାରେ ପୋତି ପକାଇଥିଲେ । ସବୁ କଳାକାର ଚାହାଁନ୍ତି ତାଙ୍କ ତିଆରି ସାମଗ୍ରୀ ବା ଉଦ୍ୟମକୁ ସାବାସି ମିଳୁ । ସେହି ଲକ୍ଷ୍ୟରେ ମୁଁ ଏଭଳି ନୂଆ ପ୍ରୟୋଗ କରିଥିଲି , ଯାହା ଲୋକଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି । ମୋତେ ଏହା ପ୍ରକାରାନ୍ତରେ ଅଧିକ ନୂଆ କାମ କରିବାକୁ ଉତ୍ସାହିତ କରିଛି ।

 

Leave A Reply

Your email address will not be published.