Latest Odisha News

BREAKING NEWS

ଜଳୁଛି କାଲିଫୋର୍ଣ୍ଣିଆ ଜଙ୍ଗଲ, ୧୨ ହଜାର ଥର ବିଜୁଳି ମାରିଲାଣି

ସାକ୍ରାମେଂଟୋ:କାଲିଫୋଣ୍ଣିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବା ନାମ ଧରୁ ନାହିଁ । ଧିରେ ଧିରେ ଏହା ଅନ୍ୟ ଅଂଚଳକୁ ବ୍ୟାପିବାକୁ ଲାଗିଲାଣି । ସ୍ଥାନୀୟ ସରକାର ଆପ୍ରାଣ ଉଦ୍ୟମ କରୁଥିଲେ ମଧ୍ୟ ଆଖି ଦୃଶିଆ ସଫଳତା ମିଳୁ ନାହିଁ । ରିପୋର୍ଟ ମୁତାବକ କାଲିଫୋଣ୍ଣିଆ ଜଙ୍ଗଲରେ ନିକଟରେ ୧୫ ଅଗଷ୍ଟ ପରଠାରୁ ୧୨ ହଜାରରୁ ଊର୍ଦ୍ଧ୍ୱ ଥର ବିଜୁଳି ମାରିଛି । ଏଥି ଯୋଗୁ ଜଙ୍ଗଲ ଜଳିବା ଆରମ୍ଭ ହୋଇଥିଲା । ଏହାର ପ୍ରଭାବ ମହାକାଶରୁ ନିଆଯାଉଥିବା ଇମେଜରୁ ଜଣାପଡୁଛି ।

କାଲିଫୋଣ୍ଣିଆର ଗଭର୍ଣ୍ଣର ଅଷ୍ଟ୍ରେଲିଆ ଓ କାନାଡା ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି । ଦମକଳ ବାହିନୀ ଜୀବନକୁ ବାଜି ଲଗାଇ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଇତି ମଧ୍ୟରେ ୧୦୦୦ରୁ ଊର୍ଦ୍ଧ୍ୱ ଘର ଓ ୧୦ ଜଣ ବ୍ୟକ୍ତିଙ୍କ ଜୀବନ ଗଲାଣି । ଜଙ୍ଗଲରୁ ନିଆଁ ଗ୍ରାମୀଣ ଅଂଚଳରେ ବ୍ୟାପିବାକୁ ଆରମ୍ଭ କରିଛି । ସୁରକ୍ଷା ଦୃଷ୍ଟି କୋଣରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ନିଆଁ ୩୦୦୦ ବର୍ଗ କିଲୋମିଟର ଅଂଚଳରେ ବ୍ୟାପି ସାରିଛି ।

Leave A Reply

Your email address will not be published.