Latest Odisha News

BREAKING NEWS

ବଦଳିବେ କି ରାଜ୍ୟ କଂଗ୍ରେସ ସଭାପତି? ମେଳି ବାନ୍ଧିଲେ ବିଧାୟକ

ଭୁବନେଶ୍ୱର: ସିଡବ୍ଲୁସି ବୈଠକ ପୂର୍ବରୁ ରାଜ୍ୟ କଂଗ୍ରେସ ବାନ୍ଧିଛି ମେଳି । ରାଜ୍ୟ କଂଗ୍ରେସ ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ କଂଗ୍ରେସ ନେତାଙ୍କ ଏକ ବୈଠକ ବସିଥିଲା ।
ଏଥିରେ ତାରାଙ୍କ ସହ ମୋହନା କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ବିଧାୟକ ରମେଶ ଜେନା,ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା,ବାପି ସର୍ଖେଲ ଓ ମାନସ ଚୌଧରି ସାମିଲ ଥିଲେ ।

ସେପଟେ ସିଡବ୍ଲୁସି ସଦସ୍ୟ ରାମଚନ୍ଦ୍ର ଖୁଂଟିଆ ପସିସି ପରିବ ର୍ତ୍ତନ ନେଇ କୌଣସି ଚର୍ଚ୍ଚା ନାହିଁ ବୋଲି କହିଛନ୍ତି । ଅନ୍ୟପେଟେ ପିସିସି ପରିବର୍ତ୍ତନ ନେଇ ତାରା କହିଛନ୍ତି, ଆମେ ଚାହିଁଲେ କିଛି ହେବନି, ସୋନିଆ ଓ ରାହୁଳ ଚାହିଁଲେ ହୋଇପାରିବ । ପିସିସି ସଭାପତି ହେଲେ ଏକ ନମ୍ବର ହେବି। ଭଲ ଭାବରେ ଦାୟିତ୍ୱ ତୁଲାଇବି । ମୁଁ ପରିବର୍ତ୍ତନ ଲବିରେ ନାହିଁ । କିନ୍ତୁ ମିଳିଲେ ଛାଡିବାର ନାହିଁ ବୋଲି ତାରା କହିଛନ୍ତି ।

Leave A Reply

Your email address will not be published.