Latest Odisha News

BREAKING NEWS

‘ମୋଦିଜୀ..ଆପଣ ଯାହା କହିଲେ ବି ଆମେ ‘ଇଣ୍ଡିଆ’-ପ୍ରଧାନମନ୍ତ୍ରୀଙ୍କ କଟାକ୍ଷର ଏମିତି ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ:ମଣିପୁର ପ୍ରସଙ୍ଗକୁ ନେଇ ସଂସଦ ଅଚଳ ହୋଇ ପଡିଥିବାବେଳେ ଇଣ୍ଡିଆକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର-ବିରୋଧୀ । ମୌସୁମୀ ଅଧିବେଶନ ଚାଲିଥିବାବେଳେ ମଙ୍ଗଳବାର ବସିଥିଲା ପ୍ରଥମ ସଂସଦୀୟ ଦଳ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଇଣ୍ଡିଆ‘କୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିବେବେ ବିରୋଧୀ ନେତା ବି ଏହାର ଜବାବ ରଖିଛନ୍ତି । କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କହିଛନ୍ତି,  ଯେତେ ଯାହା ହେଲେ  ବି ଆମେ ଇଣ୍ଡିଆ ଓ ଏଥିପାଇଁ ଆମେ  ଗର୍ବ କରିବୁ ବୋଲି କହିଛନ୍ତି ।

ସଂସଦୀୟ ବୈଠକରେ ବିରୋଧୀଙ୍କ ମେଣ୍ଟ ଇଣ୍ଡିଆନ ନାଶନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଏନ୍ସ ବା ଇଣ୍ଡିଆକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ କହିଥିଲେ, , ଏପରି ଲକ୍ଷ୍ୟହୀନ ବିରୋଧୀ ଆଜିଯାଏ ମୁଁ ଦେଖିନାହିଁ । କେବଳ ‘ଇଣ୍ଡିଆ’ ନାଁ ନେଇଗଲେ କିଛି ହେବ ନାହିଁ । ଇଷ୍ଟ ଇଣ୍ଡିଆ କମ୍ପାନୀ  ଓ ଇଣ୍ଡିଆନ ମୁଜାହିଦ୍ଦିନ ନାଁ ନେଇ ମୋଦି କହିଥିଲେ ଏମାନେ ବି ତାଙ୍କ ନାଁରେ  ଇଣ୍ଡିଆ ଯୋଡିଥିଲେ।

ଏହାର ଉତ୍ତର ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ମହାମେଣ୍ଟକୁ ନେଇ ଯାହା ବି କୁହନ୍ତୁନା କାହିଁକି, ଏହା ଇଣ୍ଡିଆ ଅଟେ ଯାହା ମଣିପୁରରେ ମଲମ ଲଗାଇବା ଏବଂ ପ୍ରତ୍ୟେକ ଶିଶୁ ଓ ମହିଳାଙ୍କ ଲୁହ ପୋଛିବା ପାଇଁ ସାହାଯ୍ୟ କରିବ  । କଂଗ୍ରେସ ନେତା ଆହୁରି କହିଥିଲେ, ଏଇ ଇଣ୍ଡିଆ ମଣିପୁରରେ ଭାରତୀୟ ଚେତନାର ପୁନଃନିର୍ମାଣ କରିବ ।

ରାହୁଲ ଗାନ୍ଧି ଟୁଇଟ କରି କହିଛନ୍ତି, ‘ମୋଦିଜୀ, ଆପଣ ଆମକୁ ଯେମିତି ଇଚ୍ଛା ସମ୍ବୋଧନ କରନ୍ତୁ । ଆମେ କିନ୍ତୁ ଇଣ୍ଡିଆ । ଆମେ ମଣିପୁର ରାଜ୍ୟର ସବୁ ଲୋକଙ୍କ ଜୀବନରେ ପ୍ରେମ ଓ ଶାନ୍ତି ଫେରାଇ ଆଣିବୁ ।’

ସେପଟେ ମୋଦିଙ୍କ ଇଣ୍ଡିଆ କଟାକ୍ଷକୁ ନେଇ ରାଜ୍ୟ ସଭାରେ ବର୍ଷିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ । ଖରଗେ କହିଛନ୍ତି, ଆମେ ଏଠାରେ ମଣିପୁର ହିଂସାର କଥା କହୁଛୁ ହେଲେ ପ୍ରଧାନମନ୍ତ୍ରୀ ଇଣ୍ଟ ଇଣ୍ଡିଆ କମ୍ପାନୀ କଥା କହୁଛନ୍ତି ।

Leave A Reply

Your email address will not be published.