Latest Odisha News

BREAKING NEWS

‘୨୦୨୩-୨୪ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଉତ୍ତୋଳନ କରିବ ଏମସିଏଲ୍’: କୋଲ୍ ଇଣ୍ଡିଆ

ସମ୍ବଲପୁର: ଧାର୍ଯ୍ୟ ଉତ୍ତୋଳନ ଲକ୍ଷ୍ୟ ଟପିବ ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ୍ । ଏନେଇ କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ପିଏମ୍ ପ୍ରସାଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଏମସିଏଲ୍ ୨୦୪ ମିଲିୟନ୍ ଟନ୍ ଉତ୍ତୋଳନ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ଶ୍ରୀ ପ୍ରସାଦ କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଏମସିଏଲ୍ ପରିଦର୍ଶନ କରିଛନ୍ତି । ରବିବାର ଝାରସୁଗୁଡ଼ା ଇବ୍ ପରିଦର୍ଶନ କରିବା ସହ ସନ୍ଧ୍ୟାରେ ଏମସିଏଲ୍ ମୁଖ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ।

କହିଥିଲେ, ବିଗତ ବର୍ଷରେ ଏମସିଏଲର ପ୍ରଦର୍ଶନ ଉତ୍ସାହଜନକ ରହିଛି । କେବଳ କୋଲ୍ ଇଣ୍ଡିଆ ନୁହେଁ ସାରା ଦେଶର ଅଧିକ ଆଶା ଏମସିଏଲ୍ ଉପରେ ରହିଛି । ଚଳିତ ଆର୍ଥିକ ବର୍ଷରେ ଏମସିଏଲ୍ ୨୦୪ ମିଲିୟନ୍ ଟନ୍ ଉତ୍ତୋଳନ ଲକ୍ଷ୍ୟ ହାସ କରିବ ବୋଲି ଶ୍ରୀ ପ୍ରସାଦ ଦୃଢ଼ତାର ସହ କହିଛନ୍ତି ।

ସମୀକ୍ଷା ବୈଠକରେ ଜେକେ ବୋରା, ନିର୍ଦ୍ଦେଶକ (ଟେକ୍ନିକାଲ୍/ବୈଷୟିକ), ଏକେ ବେହେରା, ନିର୍ଦ୍ଦେଶକ (ଫାଇନାନ୍ସ) ଏବଂ ଏଏସ୍ ବାପତ, ନିର୍ଦ୍ଦେଶକ (ଟେକ୍ନିକାଲ୍/ପ୍ରୋଜେକ୍ଟ ଆଣ୍ଡ ପ୍ଲାନିଂ)ଙ୍କ ସହିତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଇବ୍ ଭ୍ୟାଲି କୋଲଫିଲ୍ଡ୍ସ ଓ ତାଳଚେର କୋଲଫିଲ୍ଡ୍ସର ଏରିଆ ଜେନେରାଲ୍ ମ୍ୟାନେଜର ଭିଡିଓ କନଫରେନ୍ସିଂ ଜରିଆରେ ବୈଠକରେ ସାମିଲ୍ ହୋଇଥିଲେ ।

ଇବ୍ ଭ୍ୟାଲିର କୋଲ୍ ମାଇନିଂ ପରିଦର୍ଶନ କରିବା ସହ ଆଗାମୀ ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି ଶ୍ରୀ ପ୍ରସାଦ । ଆଗାମୀ ପ୍ରକଳ୍ପରେ ସୋଲାର ପାୱାର ପ୍ଲାଣ୍ଟ ବ୍ୟବହାର କରି ପ୍ରଦୂଷଣ ମାତ୍ରା କମାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.