Latest Odisha News

୨ ବର୍ଷ ପରେ ଅମରନାଥ ଯାତ୍ରା: କରୋନା କଟକଣା ମଧ୍ୟରେ ୪୩ ଦିନ ଅନୁମତି

ଦିଲ୍ଲୀ : ୨ ବର୍ଷ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା, କରୋନା କଟକଣା ମଧ୍ୟରେ ୪୩ ଦିନ ପାଇଁ ପ୍ରଶାସନ ଦେଲା ଅନୁମତି  ।  କରୋନା ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ରହିଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ୪୩ ଦିନ ଧରି ଚାଲିବ ଏହି ଅମରନାଥ ଯାତ୍ରା । ପରମ୍ପରା ମୁତାବକ ରକ୍ଷାବନ୍ଧନ ଦିନ ଏହି ଯାତ୍ରା ସମାପ୍ତ ହେବ । ଏହି କ୍ରମରେ ଶ୍ରଦ୍ଧାଳୁମାନଙ୍କୁ କରୋନା କଟକଣା ପାଳନ ସହ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜମ୍ମୁ –କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ରବିବାର ଦିନ ଅମରନାଥ ବୋର୍ଡ ସହ ଏକ ବୈଠକ କରିଥିଲେ । ବୈଠକ ପରେ ଜୁନ ୩୦ ରୁ ଯାତ୍ରା ଆରମ୍ଭ ହେବ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
Leave A Reply

Your email address will not be published.