Latest Odisha News

BREAKING NEWS

ଏମିତି ବୃକ୍ଷ, ଯାହା ହଜାର ହଜାର ବର୍ଷ ଜୀବିତ ରୁହେ

ଆଫ୍ରିକା: ପୌରାଣିକ ଲୋକକଥାରେ ଆପଣ ଅମୃତ ବିଷୟରେ ଶୁଣିଥିବେ । ଏହି ଅମୃତ ଯୋଗୁ ମଣିଷର ଆୟୁଷ ବଢିଥାଏ । ଯଦି କେହି ଅମର ରହିବାକୁ ଚାହାଁନ୍ତି, ତେବେ ସେ ଭଗବାନଙ୍କଠାରୁ ଅମୃତ ମାଗିଥାନ୍ତି । କଳିଯୁଗରେ ଏହିପରି ଅମୃତ କେବଳ କଳ୍ପନା କରାଯାଇପାରେ । କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ ଯାହାକୁ ଅମୃତର ବୃକ୍ଷ କୁହାଯାଏ । ଏହି ଗଛ ହଜାର ହଜାର ବର୍ଷ ଧରି ଜୀବିତ ରହିଥାଏ ।

ଆଫ୍ରିକାରେ ଏହି ଗଛ ଦେଖିବାକୁ ମିଳେ । ଏହି ଗଛର ନାମ ବାଓବାବ୍ । ଏହାର ଆକାର ମଧ୍ୟ ଅନ୍ୟ ଗଛଠାରୁ ବହୁତ ବଡ଼ ହୋଇଥାଏ । ଏହି ଗଛଗୁଡିକ ହଜାରେ ବର୍ଷ ପର୍ଯ୍ୟନ୍ତ ଜୀବନ୍ତ ରୁହନ୍ତି । ଗ୍ରୀଷ୍ମ ହେଉ କିମ୍ବା ଅତ୍ୟଧିକ ଥଣ୍ଡା ଏହା ଯେକୌଣସି ସ୍ଥାନରେ ଆରାମରେ ବଢିଥାଏ ଓ ବିସ୍ତାର ମଧ୍ୟ କରିଥାଏ । ବିଶେଷକରି ଆଫ୍ରିକା ଏବଂ ମାଡାଗାସ୍କର ଅଞ୍ଚଳରେ ଏହି ଗଛଗୁଡିକ ବହୁତ ବଡ ବଡ଼ ଦେଖିବାକୁ ମିଳିଥାଏ । ଏହି ଗଛର ବିଶେଷତ୍ୱ ହେଲା, ଏହା ବର୍ଷା ଋତୁରେ ଜଳ ଶୋଷଣ କରି ଏହାକୁ ସଂରକ୍ଷଣ କରି ରଖିଥାଏ । ମରୁଡ଼ି ପରିସ୍ଥିତିରେ ଏହି ଜଳ ବ୍ୟବହାର କରିଥାଏ । ଏହା ଏପରି ଏକ ଗଛ ଯାହା ତିନି ଶହରୁ ଅଧିକ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ । ଏହାର ଫଳ,ମୂଳ,ପତ୍ର,ଫୁଲ ଆଦି ବହୁତ ଉପଯୋଗୀ ।

ଏହି କାରଣରୁ ଏହାକୁ ଜୀବନ ପ୍ରଦାନ କରୁଥିବା ବୃକ୍ଷର ନାମକରଣ କରାଯାଇଛି । ଏହା ବ୍ୟତୀତ ଏହାକୁ ଅମର ବୃକ୍ଷ ମଧ୍ୟ କୁହାଯାଏ । ଯଦି ଆମେ ଏହାର ଅସ୍ତିତ୍ୱ ବିଷୟରେ କହିବା, ତେବେ ଏହି ଗଛ ଦୁଇ ହଜାର ନିୟୁତ ବର୍ଷ ପୁରୁଣା ବୋଲି କୁହାଯାଏ । ୟୁରୋପୀୟ ଅନୁସନ୍ଧାନକାରୀ କହିଛନ୍ତି ଯେ, ଏହି ଗଛଗୁଡିକ ପାଞ୍ଚ ହଜାର ବର୍ଷ ବଞ୍ଚନ୍ତି ।

ଆଫ୍ରିକାର ଇକୋସିଷ୍ଟମ ପାଇଁ ବାଓବାବ ଗଛ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ମୃତ୍ତିକାକୁ ନରମ ରଖିବା ଏବଂ ମୃତ୍ତିକାର କ୍ଷୟକୁ ହ୍ରାସ କରିବାରେ ଏଗୁଡ଼ିକ ସାହାଯ୍ୟ କରେ । ଏହାର ଫୁଲ ଦେଖିବାକୁ ସମ୍ପୂର୍ଣ୍ଣ ଧଳା ରଙ୍ଗର । ଏହା କେବଳ ରାତିରେ ଫୁଟିଥାଏ ଏବଂ ୨୪ ଘଣ୍ଟା ମଧ୍ୟରେ ମଉଳି ଯାଏ ।

Leave A Reply

Your email address will not be published.