Latest Odisha News

BREAKING NEWS

ଦୁନିଆ ସ୍ତବ୍ଧ: ମେକ୍ସିକୋ ସଂସଦରେ ପ୍ରଦର୍ଶନ କରାଗଲା ଏଲିୟନ୍ସଙ୍କ ଶବ !

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡରେ ଏଲିୟନ୍ସଙ୍କ ଅସ୍ତିତ୍ୱ ରହିଛି ? ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହରେ ଜୀବନ ଅଛି କି ? ଏହି ପ୍ରଶ୍ନର ଉତର ବୈଜ୍ଞାନିକମାନେ ଦୀର୍ଘ ଦିନ ଖୋଜି ଆସୁଛନ୍ତି । ବୁଧବାର ମେକ୍ସିକୋ ସଂସଦରେ ଏ ଭଳି ଏକ ଘଟଣା ଘଟିଲା ଯାହାକି ସାରା ଦୁନିଆକୁ ସ୍ତବ୍ଧ କରିଦେଇଛି । ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଏଲିୟନ୍ସଙ୍କ ତଥାକଥିତ ଶବ ଦୁନିଆର ସାମ୍ନାକୁ ଆଣିଛନ୍ତି । ସଂସଦରେ ୨ଟି ଏଲିୟନ୍ସ ଶବ ପ୍ରଦର୍ଶନ କରାଯାଇଥିଲା । ଏହା ୧୦୦୦ ବର୍ଷରୁ ଅଧିକ ପୁରାତନ ହେବ ବୋଲି ଅନୁମାନ କରାଯାଉଛି । ପେରୁର କୁସ୍କୋ ଅଂଚଳରେ ଏହି ଶବ ବରାମଦ କରାଯାଇଥିଲା । ଏହି ୨ଟି ଶବ ଯଥାକ୍ରମେ ୭୦୦ ଓ ୧୮୦୦ ବର୍ଷ ପୂରାତନ । ଏହି ଦୁଇ ପରଗ୍ରହୀଙ୍କ ହାତରେ ୩ଟି ଲେଖାଁଏ ଆଙ୍ଗୁଳି ରହିଥିବା ବେଳେ ଲମ୍ବା ଆକୃତିର ମୁଣ୍ଡ ସେମାନଙ୍କୁ ମାନବ ନୁହେଁ ବୋଲି ସ୍ପଷ୍ଟ କରୁଛି ।

ଆମେରିକାର ସେଫ ଏରୋସ୍ପେଶ ଏକଜିକ୍ୟୁଟିଭ ଡାଇରେକ୍ଟର ଓ ୟୁଏସ ନେଭିର ପୂର୍ବତନ ପାଇଲଟ ରଚାନ ଗ୍ରେବ୍ସ ଉପସ୍ଥିତ ଥିଲେ । ବୈଜ୍ଞାନିକଙ୍କ ଅନୁସାରେ ଏକ ଦୁର୍ଘଟଣାଗ୍ରସ୍ତ ୟୁଏଫଓରୁ ଏହି ପରଗ୍ରହୀଙ୍କ ଶବ ଉଦ୍ଧାର କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ଭାଇରାଲ ହେବାରେ ଲାଗିଛି । ଏହାର ସତ୍ୟତା ନେଇ ଓଡିଶା ସମ୍ବାଦ ପକ୍ଷରୁ କୌଣସି ପୃଷ୍ଟି କରାଯାଉ ନାହିଁ । ବୈଜ୍ଞାନିକମାନଙ୍କ ଗବେଷଣା ପରେ ପ୍ରକୃତ ତଥ୍ୟ ସମ୍ମୁଖକୁ ଆସିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.