Latest Odisha News

BREAKING NEWS

କାନାଡାରୁ ଫେରିବେ ୭୦୦ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ଭାରତର ୭୦୦ ଛାତ୍ରଙ୍କୁ ସ୍ୱଦେଶ ଫେରିଯିବା ପାଇଁ କହିଛନ୍ତି । କାନାଡିଆନ ବର୍ଡର ସିକ୍ୟୁରିଟି ଫୋର୍ସ ଏଜେନ୍ସି ଏହି ସମସ୍ତ ଛାତ୍ରଙ୍କ ବିରୋଧରେ ଡିର୍ପୋଟେଶନ ଜାରୀ କରିଛି । ଏମାନେ ସମସ୍ତେ ୨୦୧୮ ପରେ ଷ୍ଟଡି ପ୍ରୋଗ୍ରାମ ମାଧ୍ୟମରେ କାନାଡାରେ ପଂହଚିଥିଲେ । ଆଡମିଶନ ବେଳେ ସେମାନେ ଯେଉଁ ଡକ୍ୟୁମେଂଟ ଦେଇଥିଲେ ତାହା ନକଲି ପ୍ରମାଣିତ ହୋଇଛି । କେତେକ ଛାତ୍ର ୨ ବର୍ଷୀୟ ଡିପ୍ଲୋମା କୋର୍ସ ପୂରଣ କରିଥିଲେ । ଏହା ପରେ ୱର୍କ ପରମିଟ ପାଇଁ ଆବେଦନ କରିଥିଲେ । ଯଦି ଏଥିରେ ସେମାନେ ସଫଳ ହୋଇଥାନ୍ତେ ତାହାହେଲେ କାନାଡାର ପରମାନେଂଟ ରେସିଡେନ୍ସ ଷ୍ଟାଟସ ହାସଲ କରିବାରେ କିଛି ଅସୁବିଧା ହୋଇ ନ ଥାନ୍ତା । ତଦନ୍ତ ବେଳେ ଏହା ନକଲି ବୋଲି ଜଣା ପଡିଥିଲା ।

ଜଳନ୍ଧରର ଏକ ଏଜୁକେଶନ ମାଇଗ୍ରେସନ ସର୍ଭିସ ସେଂଟର ୧୬ରୁ ୨୦ ଲକ୍ଷ ଟଙ୍କା ନେଇ ଛାତ୍ରମାନଙ୍କୁ କାନାଡା ପଠାଇବା ବ୍ୟବସ୍ଥ୍‌ା କରୁଥିଲା । ପଞ୍ଜାବ ଓ ହରିୟାଣାର ୬୦୦ ପାଖାପାଖି ଛାତ୍ର ଏହି ଘଟଣାରେ ଧରା ପଡିଛନ୍ତି ।

Leave A Reply

Your email address will not be published.