Latest Odisha News

BREAKING NEWS

ଏମିତି ଚାକରି ବର୍ଷକୁ ୨ କୋଟି ଦରମା, ହେଲେ ମିଳୁ ନାହାନ୍ତି ଲୋକ

ଚୀନ୍‌: ଆମ ଦେଶରେ ବେକାରୀ ସମସ୍ୟା ଏତେ ଅଧିକ ଯେ, ଲୋକମାନେ ଚାକିରି କରି ଟଙ୍କା ରୋଜଗାର ପାଇଁ ଯେ କୌଣସି ସ୍ଥାନକୁ ଯିବାକୁ ପ୍ରସ୍ତୁତ । ଏପରି ଏକ ଚାକିରୀ ଅଛି, ଯାହା ୨ କୋଟି ଟଙ୍କା ପ୍ରଦାନ କରୁଛି, କିନ୍ତୁ ଏହାକୁ କରିବାକୁ କେହି ରାଜି ହେଉନାହାନ୍ତି । ସବୁଠୁ ବଡ଼କଥା, ଏହି ଚାକିରି ପାଇଁ ରଖାଯାଇଥିବା ସର୍ତ୍ତଗୁଡିକ ଏପରି ଯେ, ଲୋକମାନେ ଚାକିରି ନେବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି ।

ଚୀନ୍‌ର ସାଂଘାଇ ସହରରେ ରହୁଥିବା ଜଣେ ମହିଳା ନିଜ ପାଇଁ ଚାକରାଣୀ ଖୋଜୁଛନ୍ତି । ସେଥିଲାଗି ସେ ଏହି ପୋଷ୍ଟ ପାଇଁ ବିଜ୍ଞାପନ ଦେଇଛନ୍ତି । ଯିଏ ୨୪ ଘଣ୍ଟା ତାଙ୍କର ପ୍ରତ୍ୟେକ ଛୋଟ ଏବଂ ବଡ ଜିନିଷର ଯତ୍ନ ନେବ । ଏହି କାମ ପାଇଁ ସେ ତାଙ୍କୁ ପ୍ରତି ମାସରେ ୧୬ ଲକ୍ଷରୁ ଅଧିକ ଟଙ୍କା ଦରମା ପ୍ରଦାନ କରିବେ । ବିଜ୍ଞାପନ ଅନୁଯାୟୀ, ଏହି ଚାକିରି ପାଇଁ ଆବେଦନକାରୀଙ୍କ ଉଚ୍ଚତା ୧୬୫ ସେମି ହେବାସହ ଓଜନ ୫୫ କିଲୋଗ୍ରାମରୁ କମ୍ ହେବା ଆବଶ୍ୟକ । ସେ ନିଶ୍ଚିତ ଭାବରେ ଦ୍ୱାଦଶ କିମ୍ବା ତଦୁର୍ଦ୍ଧ ଅଧ୍ୟୟନ କରିଥିବା ଦରକାର । ଦେଖିବାକୁ ସୁ୍‌ନ୍ଦର ହେବା ସହ ନାଚଗୀତରେ ପାରଙ୍ଗମ ହୋଇଥିବେ । ଏହି ମହିଳାଙ୍କର ପୂର୍ବରୁ ୨ ଜଣ ଚାକରାଣୀ ଅଛନ୍ତି । ଯେଉଁମାନେ ୧୨ ଘଣ୍ଟା କାମ କରୁଛନ୍ତି । ସେମାନଙ୍କୁ ମଧ୍ୟ ସେ ମାସକୁ ୧୬ ଲକ୍ଷ ଟଙ୍କା ଦରମା ଦେଉଛନ୍ତି । ଯେଉଁ ବ୍ୟକ୍ତି ରହିବେ ସେ ଘରଠାରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ତାଙ୍କର ପ୍ରତ୍ୟେକ କାମ କରିବେ । ହେଲେ ମହିଳାଙ୍କର ଏପରି ସର୍ତ୍ତ ଦେଖି କେହି ଏହି ଚାକିରି କରିବାକୁ ରାଜି ହେଉ ନାହାନ୍ତି ।

Leave A Reply

Your email address will not be published.