Latest Odisha News

BREAKING NEWS

ମୁଁ ବରୁଣ ଗାନ୍ଧୀଙ୍କ ଆଦର୍ଶକୁ ଗ୍ରହଣ କରିପାରିବି ନାହିଁ: ରାହୁଲ ଗାନ୍ଧୀ

ହୋସିଆରପୁର: କଂଗ୍ରେସର ଭାରତ ଯୋଡ଼ ଯାତ୍ରା ବର୍ତ୍ତମାନ ପଞ୍ଜାବରେ ଜାରି ରହିଛି। ରାହୁଲ ଗାନ୍ଧୀ ରାଜ୍ୟରେ ଯାତ୍ରା କରିବା ସହ ସାମ୍ବାଦିକ ସମ୍ମିଳନୀ କରି ଦଳର ଆଭିମୁଖ୍ୟ ରଖୁଛନ୍ତି।

ଆଜି ପଞ୍ଜାବର ହୋସିଆପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ ବରୁଣ ଗାନ୍ଧୀଙ୍କୁ ନେଇ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା। ବରୁଣ ଭାରତ ଯୋଡ଼ ଯାତ୍ରାରେ ସାମିଲ ହେବ କି ବୋଲି ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା। ଏଥିରେ ରାହୁଲ ଉତ୍ତର ଦେଇ ନିଜକୁ ବରୁଣଙ୍କ ଠାରୁ ଦୂରେଇ ରଖିଥିଲେ। ତାଙ୍କ ବିଚାରଧାରା ଓ  ମୋ ବିଚାରଧାରା ସମ୍ପୂର୍ଣ୍ଣ ଅଲଗା। ସେ ବିଜେପିରେ ଅଛନ୍ତି। ତେଣୁ ସେ ଭାରତ ଯୋଡ଼ ଯାତ୍ରାରେ ସାମିଲ୍ ହେଲେ ତାଙ୍କ ପାଇଁ ସମସ୍ୟା ହେବ ବୋଲି ରାହୁଲ କହିଛନ୍ତି।

ରାହୁଲ କହିଛନ୍ତି ଯେ ସେ ବରୁଣଙ୍କର ଅଦର୍ଶକୁ ଆପଣାଇପାରିବେ ନାହିଁ।  ଏନେଇ ସେ କହିଛନ୍ତି  “ମୋ ପରିବାରର ଗୋଟେ ଆଦର୍ଶ ଅଛି।  ହେଲେ ବରୁଣ ଆଉ ଏକ ଆଦର୍ଶକୁ ଗ୍ରହଣ କରିନେଇଛନ୍ତି। ତେଣୁ ସେ ଯେଉଁ ଆଦର୍ଶକୁ ଗ୍ରହଣ କରିଛନ୍ତି ତାକୁ ମୁଁ ଗ୍ରହଣ କରିପାରିବି ନାହିଁ। ମୁଁ ଆର୍‌ଏସ୍‌ଏସ୍ ଅଫିସ୍ ଯାଇପାରିବି ନାହିଁ। ଏଥିପାଇଁ ମୋ ବେକ କାଟିବାକୁ ପଡ଼ିବ।”

ବର୍ତ୍ତମାନ ବରୁଣ ଗାନ୍ଧୀ ବିଜେପିକୁ ସମାଲୋଚନା କରୁଥିବା ବେଳେ ସେ ଭାରତ ଯୋଡ଼ ଯାତ୍ରାରେ ସାମିଲ୍ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କଂଗ୍ରେସ ଯେଉଁ ସମସ୍ୟାକୁ ଉଠାଉଛି ବରୁଣ ମଧ୍ୟ ସେହି ସମସ୍ୟାକ ଉଠାଉଛନ୍ତି। ତେଣୁ ଗାନ୍ଧୀ ପରିବାର ଗୋଟିଏ ଦଳରେ ଏକାଠି ହେବାର ବୋଲି ସମ୍ଭାବନା ରହିଥିଲା। ତେବେ ରାହୁଲ କହିଛନ୍ତି ଯେ ବ୍ୟକ୍ତିଗତ ସ୍ତରରେ ମୁଁ ତାଙ୍କୁ ଭେଟିପାରେ ହେଲେ ତାଙ୍କ ଆଦର୍ଶକୁ ଆପଣାଇ ପାରିବି ନାହିଁ।

Leave A Reply

Your email address will not be published.