Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଛେତ୍ରୀଙ୍କୁ କଲା ଉତ୍ସାହିତ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଇଂଟରକଂଟିନେଟାଂଲ କପ ଦିନକୁ ଦିନ ରୋମାଂଚକ ହେବାରେ ଲାଗିଛି । ଭାରତ ସୋମବାର ୧-୦ ଗୋଲରେ ଭାନୁଆଟକୁ ପରାସ୍ତ କରିଥିଲା । ଦଳ ପକ୍ଷରୁ ବିଜୟସୂଚକ ଗୋଲଟି ଅଧିନାୟକ ସୁନୀଲ ଛେତ୍ରୀ ସ୍କୋର କରିଥିଲେ । ଏହି ମ୍ୟାଚ ଅବସରରେ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ନେଇ ଛେତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଆଗକୁ ଆହୁରି ଅଧିକ ପ୍ରଶଂସକ ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ପ୍ରଥମ ମ୍ୟାଚରେ ଭାରତ ୨-୦ ଗୋଲରେ ମଙ୍ଗୋଲିଆକୁ ପରାସ୍ତ କରିଥିଲା ।

ଜୁନ ୧୫ରେ ଶେଷ ଲିଗ ମ୍ୟାଚରେ ଲେବାନନକୁ ଭେଟିବ ଭାରତ । ଏହି ମ୍ୟାଚରେ ଭାରତ ପରାଜିତ ହେଲେ ମଧ୍ୟ ଜୁନ ୧୮ ଫାଇନାଲରେ ଖେଳିବ । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରଞ୍ଜିତ ପରିଡା ଛେତ୍ରୀଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ପୁcରସ୍କାର ପ୍ରଦାନ କରିଥିଲେ । ଓଡିଶାରେ ଫୁଟବଲ ପ୍ରଶଂସକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତକୁ ଗୌରବାନ୍ୱିତ କରିବା ପାଇଁ ଆମେ ଅକ୍ଳାନ୍ତ ପରିଶ୍ରମ କରୁଛି । ଆପଣମାନେ ସମୟ କାଢ଼ି ଷ୍ଟାଡିୟମକୁ ଆସିଲେ ଏହା ଆମର ମନୋବଳ ବଢ଼ାଇବ ବୋଲି ଛେତ୍ରୀ କହିଛନ୍ତି ।

Leave A Reply

Your email address will not be published.