Latest Odisha News

BREAKING NEWS

ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହେଲେ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର

ପିପିଲି : ବାହା ହେଲେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ଦିବ୍ୟଶଙ୍କର ତାଙ୍କ ଜୁନାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିଛନ୍ତି । କ୍ୟାପଟେନ ଦିବ୍ୟଶଙ୍କରଙ୍କର ଏହା ଦ୍ୱିତୀୟ ବିବାହ । ପୁରୀ ପିପିଲିର ଏକ ରିସୋର୍ଟରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳୁ ତାଙ୍କର ନିର୍ବନ୍ଧ ସରିଥିଲା। ଅପରାହ୍ନରେ ତାଙ୍କର ବିବାହ ସମ୍ପନ୍ନ ହୋଇଛି  ।

BjdElectrycity

କିଛି ଦିନ ହେଲା, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଯାହା ଏବେ ସତ ହୋଇଛି ।

ଆଜି ନିରାଡମ୍ବର ଭାବେ ପିପିଲି ସ୍ଥିତ ଶିଉଳା ନିକଟରେ ଥିବା ଆଡଭେନଚର୍‌ କନ୍‌ଭେନ୍‌ସନ୍‌ ଆଣ୍ଡ୍‌ ରିସୋର୍ଟରେ ଏହି ବିବାହ ଅନୁଷ୍ଠିତ ହୋଇଛି । ଏହି ବିବାହ ଉତ୍ସବ ରେ କେବଳ ଘନିଷ୍ଠ ବନ୍ଧୁବାନ୍ଧବ ଯୋଗ ଦେଇଛନ୍ତି । ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। କିନ୍ତୁ କୌଣସି କାରଣକୁ ନେଇ ସେ ଛାଡପତ୍ର ଦେଇଥିଲେ।

Leave A Reply

Your email address will not be published.