Latest Odisha News

BREAKING NEWS

ଏଠି କେଜିଏ ପିଆଜ ସହ ୬ କେଜି ଚିକେନର ଦାମ ସମାନ

ନୂଆଦିଲ୍ଲୀ: ଦରବୃଦ୍ଧି ଏବେ ବିଶ୍ୱର ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ଥିତି ଏଭଳି ହୋଇଛି, ଲୋକେ ଦୁଇ ବେଳା ଦୁଇ ମୁଠା ଖାଇବା ଲାଗି ବି ପାଉ ନାହାନ୍ତି । ଦକ୍ଷିଣପୂର୍ବ ଏସିଆ ଦେଶ ଫିଲିପ୍ପାଇନ୍ସରେ ପିଆଜ ଏବେ ଲୋକଙ୍କୁ କନ୍ଦାଇଲାଣି ।

ନିକଟରେ ଫିଲିପ୍ପାଇନ୍ସରେ ପିଆଜ କେଜି ୮୦୦ ପେସୋସ୍ ରହିଥିଲା । ଯାହାକି ଭାରତୀୟ ମୁଦ୍ରାରେ ୧୨୦୦ ଟଙ୍କା ହେବ । ପିଆଜର ଅତ୍ୟଧିକ ଦରବୃଦ୍ଧି ପରେ ଏବେ ଘର ସହ ହୋଟେଲରେ ପିଆଜରେ ତିଆରି ଖାଦ୍ୟ ମିଳୁ ନାହିଁ ।

ପିଆଜର ଦରବୃଦ୍ଧି ପରେ ଲୋକ ଚିନ୍ତାରେ ପଡ଼ିଥିବା ବେଳେ ଚାଷୀ ଖୁସି ଅଛି । ପିଆଜ ଅମଳ ସମୟ ହୋଇ ନଥିଲେ ମଧ୍ୟ ଚାଷୀ ପିଆଜ ଖୋଳି ଆଣି ବିକୁଛି । ପିଆଜର ଦର ଏବେ ଫିଲିପ୍ପାଇନ୍ସରେ ୬ କେଜି ଚିକେନ୍ ସହ ସମାନ ରହିଛି । ଫିଲିପାଇନ୍ସରେ ବିଗତ ୧୪ ବର୍ଷ ମଧ୍ୟରେ ଦରବୃଦ୍ଧି ସବୁଠୁ ଅଧିକ ରହିଛି ।

Leave A Reply

Your email address will not be published.