Latest Odisha News

ଆଇପିଏଲରେ ଅପମାନଜନକ ଢ଼ଙ୍ଗରେ ବାଦ ପଡିଥିବା ଅଧିନାୟକ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ର ସଂସ୍କରଣ ପାଇଁ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ଷ୍ଟିଭ ସ୍ମିଥ ଉପରେ ଭରୋଷା ରଖିଛି । ଆସନ୍ତୁ ନଜର ପକାଇବେ ଆଇପିଏଲରେ କିଭଳି କେତେକ ଖେଳାଳି ଅପମାନଜନକ ଢ଼ଙ୍ଗରେ ଅଧିନାୟକ ପଦ ହରାଇଛନ୍ତି ।

ଅଷ୍ଟ୍ରେଲିଆର ମହାନ ଖେଳାଳି ଡେଭିଡ ୱାର୍ଣ୍ଣରଙ୍କ ନେତୃତ୍ୱରେ ୨୦୧୬ରେ ରୟାଲ ଚ୍ୟାଲେର୍ଞ୍ଜସ ବାଙ୍ଗାଲୋରକୁ ହରାଇ ସନରାଇଜର୍ସ ହାଇଦ୍ରାବାଦ ଟାଇଟଲ ହାସଲ କରିଥିଲା । ୨୦୨୨ରେ ତାଙ୍କୁ ପ୍ରଥମେ ଅଧିନାୟକ ଏବଂ ପରେ ଚୂଡାନ୍ତ ଏକାଦଶରୁ ବାଦ ଦିଆଯାଇଥିଲା । ଏପରିକି ତାଙ୍କୁ ଷ୍ଟାଡିୟମକୁ ମଧ୍ୟ ନିଆ ଯାଇ ନ ଥିଲା । ସେ ହୋଟେଲରେ ବସି ଖେଳ ଦେଖିଥିଲେ । ରାଜସ୍ଥାନ ରୟାଲ୍ସ ଟିମ ସହିତ ଷ୍ଟିଭ ସ୍ମିଥ ଲମ୍ବା ସମୟ ପର୍ଯ୍ୟନ୍ତ ରହିଥିଲେ । ୨୦୧୫ରେ ତାଙ୍କୁ ଅଧିନାୟକ କରାଯାଇଥିଲା । ଖରାପ ପ୍ରଦର୍ଶନ ଯୋଗୁ ପ୍ରଥମେ ଅଧିନାୟକ ଏବଂ ପରେ ଟିମରୁ ବାହାର କରାଯାଇଥିଲା ।

ନୂଆ ଅଧିନାୟକ ସଞ୍ଜୁ ସାମସନ ୨୦୨୨ରେ ଟିମକୁ ରନର୍ସଅପ କରାଇଥିଲେ । ୱାର୍ଣ୍ଣରଙ୍କ ପରେ ହାଇଦ୍ରାବାଦର ଅଧିନାୟକ ଦାୟିତ୍ୱ କେନ ୱିଲିୟସମସନଙ୍କୁ ଦିଆ ଯାଇଥିଲା । ୨୦୨୩ ନିଲାମ ପୂର୍ବରୁ ତାଙ୍କୁ ଟିମ ରିଲିଜ କରି ଦେଇଥିଲା । ତାଙ୍କ ସ୍ଥାନରେ ଆଡମ ମାର୍କରାମଙ୍କୁ ଅଧିନାୟକ କରାଯାଇଥିଲା । ଏବେ ପ୍ୟାଟ କମିନ୍ସଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।

କେଏଲ ରାହୁଲ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ଯିବା ପରେ ମୟଙ୍କ ଅଗୱାଲ ଅଧିନାୟକ ହୋଇଥିଲେ । ୨୦୨୩ରେ ମୟଙ୍କଙ୍କୁ ଟିମ ରିଲିଜ କରି ଦେଇଥିଲା । ଶିଖର ଧାୱନ ନୂଆ ଅଧିନାୟକ ହୋଇଥିଲେ । ୨୦୧୩ରେ ଦିଲ୍ଲୀ ଡେୟାରଡେଭିଲ୍ସ ମାହେଲା ଜୟବର୍ଦ୍ଧନେଙ୍କୁ ନେତୃତ୍ୱ ଭାର ପ୍ରଦାନ କରିଥିଲା । ଦଳର ଖରାପ ପ୍ରଦର୍ଶନ ପରେ ପରବର୍ତୀ ସିଜନରେ ତାଙ୍କୁ ରିଲିଜ କରି ଦିଆ ଯାଇଥିଲା ।

Leave A Reply

Your email address will not be published.