Latest Odisha News

BREAKING NEWS

ରଣଜୀ ଟ୍ରଫି: ମୁମ୍ବାଇକୁ ୪୨ତମ ଟାଇଟଲ

ନୂଆଦିଲ୍ଲୀ: ୮ ବର୍ଷ ପରେ ମୁମ୍ବାଇ ପୂନର୍ବାର ରଣଜୀ ଟ୍ରଫି ଟାଇଟଲ ହାସଲ କରିବାରେ ସଫଳ ହୋଇଛି । ଫାଇନାଲରେ ବିଦର୍ଭକୁ ୧୬୯ ରନରେ ହରାଇ ମୁମ୍ବାଇ ୪୨ତମ ଟାଇଟଲ ହାସଲ କରି ଇତିହାସ ରଚିଛି । ମୁମ୍ବାଇ ୫୩୮ ରନର ବିଶାଳ ଲକ୍ଷ୍ୟ ବିଦର୍ଭ ସମ୍ମୁଖରେ ରଖିଥିଲା । ପ୍ରଥମ ଇନିଂସରେ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନ ଥିବା ବିଦର୍ଭ କିନ୍ତୁ ଦ୍ୱିତୀୟ ଇନିଂସରେ ମୁମ୍ବାଇକୁ ନାକେଦମ କରିଥିଲା । କରୁଣ ନାୟାର (୭୪), ଅକ୍ଷୟ ୱାଡେକର (୧୦୨) ଓ ହର୍ଷ ଦୁବେ (୬୫) ରନର ଇନିଂସ ଖେଳିଥିଲେ । ଏମାନେ ଆଉଟ ହେବା ପରେ ମୁମ୍ବାଇ ହାତମୁଠାକୁ ମ୍ୟାଚ ଚାଲି ଯାଇଥିଲା । ମୁମ୍ବାଇ ପକ୍ଷରୁ ତନୂଷ କାଟିୟାନ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ତୁଷାର ଦେଶପାଣ୍ଡେ ଓ ମୂଶୀର ଖାଁ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ମୁମ୍ବାଇର ପ୍ରଥମ ଇନିଂସ ସ୍କୋର ୨୨୪ ରନ ଜବାବରେ ବିଦର୍ଭ ୧୦୫ ରନ କରି ଅଲଆଉଟ ହୋଇ ଯାଇଥିଲା । ମୁମ୍ବାଇ ଦ୍ୱିତୀୟ ଇନିଂସରେ ମୁଶୀର ଖାଁଙ୍କ ଶତକ ଏବଂ ଶ୍ରେୟାଶ ଆୟାରଙ୍କ ୯୫ ରନ ସହାୟତାରେ ୪୧୮ ରନ କରି ଅଲଆଉଟ ହୋଇଥିଲା । ହର୍ଷ ଦୁବେ ବିଦର୍ଭ ପକ୍ଷରୁ ୫ଟି ୱିକେଟ ନେଇଥିଲେ । ମୁଶୀର ଖାଁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ତନୂଷ ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ ।

Leave A Reply

Your email address will not be published.