Latest Odisha News

BREAKING NEWS

ପାପାରାଜିଙ୍କୁ ଫଟୋ ପୋଜ୍ ଦେବାରୁ କରିନାଙ୍କ ଉପରେ ରାଗିଲେ ସୈଫ

ମୁମ୍ବାଇ: ବି-ଟାଉନରେ ସବୁଠାରୁ ଅଧିକ ଫଟୋ କ୍ଲିକ୍ ହୋଇଥିବା ସେଲିବ୍ରିଟିମାନଙ୍କ ମଧ୍ୟରୁ କରୀନା କପୁର ଖାନ୍ ଅନ୍ୟତମ । ଯେତେବେଳେ ସେ ମୁମ୍ବାଇର ରାସ୍ତାରେ ଯାଆନ୍ତି ପାପାରାଜି ତାଙ୍କୁ କ୍ୟାମେରାରେ କଏଦ କରିବାକୁ ଉତ୍ସାହିତ ହୁଅନ୍ତି । ପାପାରାଜିଙ୍କ ସହିତ ପ୍ରଶଂସକଙ୍କ ହୃଦୟ ଜିତିବାରେ କରିନା ମାହିର । ନିକଟରେ ପାପାରାଜିଙ୍କୁ ଭିନ୍ନ ଭିନ୍ନ ଫଟୋ ପୋଜ ଦେଉଥିବା କରିନାଙ୍କ ଉପରେ ବର୍ଷିଛନ୍ତି ସୈଫ ଅଲ୍ଲି ଖାନ୍ ।

ଏହି ସବୁ ଫଟୋଗ୍ରାଫରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୈଫ କହିଛନ୍ତି । ଆଗକୁ କରିନାଙ୍କ ପ୍ରଶଂସକ ଥିବା ପାପାରାଜିଙ୍କୁ କେବଳ ଗୋଟିଏ ଫଟୋ ଉଠାଇବା ପାଇଁ ପୋଜ୍ ଦେବେ ବୋଲି ସୈଫ ସଫେଇ ଦେଇଛନ୍ତି । ଏନେଇ କରୀନା କପୁର କହିଛନ୍ତି, ସେ ସେମିତି କିଛି ନିୟମ କରି ନାହାନ୍ତି । ଆଗରୁ ମୁଁ ଅନେକ ବାରଣ କରିବା ସତ୍ତେବି ପାପାରାଜିମାନେ ଫଟୋ ଉଠାଇବା ବନ୍ଦ କରୁ ନାହାନ୍ତି । ଆମେ ପ୍ରଶଂସକଙ୍କୁ ସମ୍ମାନ ଦେଉ । କିନ୍ତୁ ଏହାକୁ ଅତିରଞ୍ଜିତ ନ କରିବାକୁ କରିନା ଅନୁରୋଧ କରିଛନ୍ତି ।

 

 

Leave A Reply

Your email address will not be published.