Latest Odisha News

BREAKING NEWS

ପରାଜୟରେ କ୍ୟାରିୟର୍ ଶେଷ କଲେ ସୁନ୍ଦରୀ ଟେନିସ୍ ତାରକା କାରୋଲିନ୍‌

ସିଡ଼ନୀ: ଚଳିତ ଅଷ୍ଟ୍ରେଲିଆନ ଓପନ ଟେନିସ ଅବସରରେ ଡେନମାର୍କର କାରୋଲିନ୍‌ ୱଜନିଆକିଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି । ତେବେ କ୍ୟାରିୟରରେ ଶେଷ ଗ୍ରାଣ୍ଡସ୍ଲାମରେ ତାଙ୍କ ପ୍ରଦର୍ଶନ ଉତ୍ସାହନଜନକ ରହି ନ ଥିଲା ।

ଟ୍ୟୁନିସିଆର ଓନ୍ସ ଜବେଉରଙ୍କ ନିକଟରୁ ସେ ୭-୫, ୩-୬ ଓ ୭-୫ ସେଟରେ ପରାଜିତ ହୋଇଥିଲେ । ସେ ମ୍ୟାଚରେ ହାରିବା ପରେ ଉପସ୍ଥିତ ଦର୍ଶକମାନେ ତାଙ୍କୁ କରତାଳି ଦେଇ ବିଦାୟ ସମ୍ବର୍ଦ୍ଧନା ଜରାଇଥିଲେ ।

ଜଣେ ଗ୍ଲାମର ଟେନିସ ଖେଳାଳୀ ଭାବେ ସେ ବିଶ୍ୱରେ ବେଶ୍ ପରିଚିତ ଥିଲେ । ୨୦୧୮ରେ ସେ ତାଙ୍କ କ୍ୟାରିୟରର ଏକମାତ୍ର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ ।

ଫାଇନାଲରେ ସେ ରୋମାନିଆର ସାଇମନ ହେଲ୍ପକୁ ପରାସ୍ତ କରି ଏହି ସଫଳତା ହାସଲ କରିଥିଲେ । ୨୯ ବର୍ଷୀୟା ୱଜନିଆକି ୩୦ ଡବ୍ଲ୍ୟୁଟିଏ ଟାଇଟଲ ଜିତିଛନ୍ତି । ୨୦୦୫ରେ ସେ କ୍ୟାରିୟର ଆରମ୍ଭ କରିଥିଲେ ।

Leave A Reply

Your email address will not be published.