Latest Odisha News

BREAKING NEWS

ଚୀନରେ କରୋନା ଆତଙ୍କ; ୧୦ ସହର ଲକଡ଼ାଉନ୍‌, ମୁମ୍ବାଇରେ ୧୮୦୦ ଲୋକଙ୍କ ଥର୍ମାଲ୍ ସ୍କ୍ରିନିଂ

ବେଜିଂ: କରୋନା ଭାଇରସ ତାର କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତ ପ୍ରକାର ଉଦ୍ୟମ କରାଯିବା ସତ୍ୱେ ଏହି ଭାଇରସ ବ୍ୟାପିବାରେ ଲାଗିଛି । ଏହାକୁ ନଜରରେ ରଖି ଚୀନର ୧୦ଟି ସହରକୁ ଲକ୍‌ଡାଉନ କରାଯାଇଛି ।

BjdElectrycity

୬ କୋଟି ଲୋକଙ୍କୁ ଯାତ୍ରା ଉପରେ କଟକଣା କରାଯାଇଛି । ସହର ନ ଛାଡି ଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଚୀନରେ ଥିବା ଭାରତ ଦୂତାବସରେ ଗଣତନ୍ତ୍ର ଦିବସ ପାଳନ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ ମୁତାବକ ୩୦ ଲୋକ ଏଥିରେ ମୃତ୍ୟୁବରଣ କରିଥିବା ବେଳେ ୯୦୦ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଭାରତରେ ଏଥିପାଇଁ ସରକାର ପଦକ୍ଷେପ ଆରମ୍ଭ କରିଛି । ମୁମ୍ବାଇ, ଦିଲ୍ଲୀ ସମତେ ୭ ବିମାନ ବନ୍ଦରରେ ଚୀନରୁ ଆସୁଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି ।

୧୮୦୦ ଯାତ୍ରୀଙ୍କ ସ୍କ୍ରିନିଂରୁ ୨ଜଣ ଆକ୍ରାନ୍ତ ଥିବା ସନ୍ଦେହ ସୃଷ୍ଟି ହୋଇଛି । ଭାରତରୁ ଚୀନ ଯାଇଥିବା ୩୯ ଛାତ୍ର ସେଠାରେ ରହିଯାଇଛନ୍ତି । ସେମାନେ ପାଠ ପଢ଼ିବାକୁ ସେଠାକୁ ଯାଇଥିଲେ ।

Leave A Reply

Your email address will not be published.