Latest Odisha News

BREAKING NEWS

କନ୍ଧମାଳରୁ ଭୁବନେଶ୍ୱକୁ ଚାଲାଣ ହେଉଥିଲା ଗଞ୍ଜେଇ, ମାଡି ବସିଲା ଅବକାରୀ ଟିମ୍

ଭୁବନେଶ୍ବର: ଜଟଣୀ ଏକ୍ସାଇଜ ଟିମକୁ ମିଳିଛି ବଡ଼ ସଫଳତା । କନ୍ଧମାଳରୁ ଭୁବନେଶ୍ୱରକୁ ଆସୁଥିଲା ଗଞ୍ଜେଇ,ମାଡି ବସିଲା ଅବକାରୀ ବିଭାଗ । ଆଜି ସକାଳ ପ୍ରାୟ ୭ଟାରେ ପିତାପଲ୍ଲୀ ଫ୍ଲାଏଓଭର ନିକଟରେ ଚଢ଼ଉ କରି ଏକ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହି ମାମଲାରେ ଆଶୋକ କୁମାର ଦିଗାଲଙ୍କୁ ଗିରଫ କରାଯାଇଛି ।

ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରୁ ଏହି ଗଞ୍ଜେଇ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ।

ଅଭିଯୁକ୍ତଠାରୁ ଗଞ୍ଜେଇ ସହ ଏକ ହୁଣ୍ଡାଇ କ୍ରେଟା କାର୍ ମଧ୍ୟ ଜବତ ହୋଇଛି । ଜଟଣୀ ଏକ୍ସାଇଜ୍ ଷ୍ଟେସନ୍ ଓଆଇସି ସୁଜିତ କୁମାର ମୁଦୁଳିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା ।

Leave A Reply

Your email address will not be published.