ସୁନ୍ଦରଗଡ଼ : କୋଭିଡ୍ କଟକଣାକୁ ପାଳନ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଆରମ୍ଭ ହୋଇଛି ମାଗଣା ‘ମୋତିଆ ବିନ୍ଦୁ’ ଅପରେସନ । କରୋନା ସଂକ୍ରମଣ ପାଇଁ ଏହି ଚିକିତ୍ସା ଗତ କିଛି ମାସ ହେଲା ବନ୍ଦ ରହିଥିଲା। ଗତ ମାସକ ଭିତରେ ୮ଟି ବ୍ୟାଚରେ ମୋଟ ୪୬ ଜଣଙ୍କ ଅପରେସନ କରାଯାଇଛି।
ମୋତିଆ ବିନ୍ଦୁ ଅପରେସନ ପୂର୍ବରୁ ରୋଗୀମାନଙ୍କର କୋଭିଡ୍ ପରୀକ୍ଷା ମଧ୍ୟ କରାଯାଇଥିଲା। ଅପରେସନର ଦିନକ ପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ହିତାଧିକାରୀଙ୍କୁ ମାଗଣାରେ କଳା ଚଷମା ସହ ଔଷଧ ଯୋଗାଇ ଦିଆଯାଉଛି। ଅପରେସନର ୭ ଦିନ ଏବଂ ୧ ମାସ ପରେ ୨ଟି ପର୍ଯ୍ୟାୟରେ ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକତା ଅନୁଯାୟୀ ଚଷମା ମଧ୍ୟ ପ୍ରଦାନ କରାଯାଉଛି।
ତେବେ ମୋତିଆବିନ୍ଦୁ ଅପରେସନ ସମୟରେ ରୋଗୀଙ୍କ ଆଖିରେ ଅତ୍ୟାଧୁନିକ ଲେନ୍ସ ରୋପଣ କରାଯାଉଥିବାରୁ ଅଧିକାଂଶ ଲୋକଙ୍କର ଆଉ ଚଷମାର ଆବଶ୍ୟକତା ପଡ଼ି ନଥାଏ।
ଗତ ମାର୍ଚ୍ଚ ମାସରୁ କରୋନା ସଂକ୍ରମଣର ଭୟ ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେବଳ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଉଥିଲା। ଅନ୍ୟ ସବୁ ଅସ୍ତ୍ରୋପଚାର ବନ୍ଦ ରହିଥିଲା। ଏପରିକି ଜିଲ୍ଲାରେ ସ୍କ୍ରିନିଂ କ୍ୟାମ୍ପ ମଧ୍ୟ ବନ୍ଦ ରହିଥିଲା।
Comments are closed.