Latest Odisha News

ଦଶହରାରେ ଆସୁଛି ‘ଦୁର୍ଗତିନାଶିନୀ’

ଭୁବନେଶ୍ୱର: କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ଗୋଟିଏ ବି ଚଳଚ୍ଚିତ୍ର ରିଲିଜ ହୋଇନାହିଁ । ଗୋଟିଏ ପଟେ ସୁଟିଂ ଉପରେ କଟକଣା ଓ ଅନ୍ୟ ପକ୍ଷରେ ସିନେମା ହଲ ବନ୍ଦ ରହିବା ମନୋରଂଜନ ଶିଳ୍ପକୁ ଯେପରି ସ୍ଥାଣୁ କରିଦେଇଛି । ଗତ କିଛି ଦିନ ହେଲା ଲକ୍ ଡାଉନ ନିୟମ କୋହଳ ହେବା ପରେ ସୁଟିଂ ପାଇଁ ଅନୁମତି ମିଳିଛି । ଆଉ ଏବେ ସୁଟିଂ ଚାଲିଛି ଫିଲ୍ମ ‘ଦୁର୍ଗତିନାଶିନୀ’ର । ଆସନ୍ତା ଦଶହରାରେ ଏହା ଜୀ ସାର୍ଥକ ଚ୍ୟାନେଲରେ ମୁକ୍ତିଲାଭ କରିବାର ଯୋଜନା ରହିଛି ।

ଦେହରେ ଖାକି ପୋଷାକ । ମୁହଁରେ ଆତ୍ମବିଶ୍ୱାସ । ହଁ ଏପରି ଏକ ଦମଦାର ଭୂମିକାରେ ଦୁର୍ଗତିନାଶିନୀରେ ଅଭିନୟ କରିଛନ୍ତି ଓଲିଉଡର ଆଗ ଧାଡିର ଅଭିନେତ୍ରୀ ଅର୍ଚ୍ଚିତା । ପୂର୍ବରୁ ଆଇପିଏସ ସାଗରିକାରେ ବି ସେ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି । ଏଥର ସେ ନଜର ଆସିବେ ଆଇପିଏସ୍ ନିତ୍ୟା ଦାଶ ଭୂମିିକାରେ । ତାଙ୍କ ବିପକ୍ଷରେ ଅଛନ୍ତି ଅଭିନେତା ପାର୍ଥ ।

ଅକ୍ଷୟ ପରିଜା ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ନିର୍ଦ୍ଦେଶକ ରାଜା ଡି. । ଏହାର ସଂଗୀତ ସଂଯୋଜନା କରିଛନ୍ତି ଗୁଡଲୀ ରଥ ।

ଫିଲ୍ମଟି ସସପେନ୍ସ ଥ୍ରୀଲରକୁ ନେଇ ପ୍ରସ୍ତୁତ ହୋଇଥିବା ଏକ କାହାଣୀ । ଏହାର କାହାଣୀ କିଛି ଟା ବିନ୍ନ ହୋଇଥିବାରୁ ଦର୍ଶକ ଏହାକୁ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକ ଓ ପ୍ରଯୋଜକ ଆଶା ରଖିଛନ୍ତି ।

Leave A Reply

Your email address will not be published.