Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀ ଭାଗବତ ସାର ୧୨୩: ଯେଉଁମାନେ ଇନ୍ଦ୍ରିୟ ଓ ମନରେ ସର୍ବଦା କୃଷ୍ଣ ରସ ପାନରେ ନିୟୋଜିତ ଥାନ୍ତି ସେମାନେ ହିଁ ଗୋପୀ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୂଳ ଭିତ୍ତି ଭୂମି ହେଲା ଜ୍ଞାନ, ବୈରାଗ୍ୟ ଓ ଭକ୍ତି। ଭାଗବତରେ ଯେଉଁ ଭକ୍ତିଧାରା ପ୍ରବାହିତ ହୁଏ, ତାର ଆଧାର ବା ଶ୍ରେଷ୍ଠ ନିଦର୍ଶନ ହେଲେ ଗୋପୀମାନେ। ଶ୍ରୀକୃଷ୍ଣ ଲୀଳା ବର୍ଣନାରେ ଗୋପୀ ମାନଙ୍କ ଭକ୍ତିର ଚର୍ଚ୍ଚା…

ଶ୍ରୀ ଭାଗବତ ସାର ୧୨୨: ଭାଗବତ ଲୀଳା ବର୍ଣ୍ଣନା ହୋଇଛି ଜଗତ ଉଦ୍ଧାର ପାଇଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନା କରିବାର ଉପଦେଶ ଦେବର୍ଷି ନାରଦ ଭଗବାନ ବ୍ୟାସଦେବଙ୍କୁ ଦେଇ କହିଲେ ମନ୍ୟୁଷ ମାନଙ୍କ ତପସ୍ୟା, ବେଦାଧ୍ୟୟନ, ଯଜ୍ଞାନୁଷ୍ଠାନ, ସଦଗୁଣ କଥନ ତଥା ସଦଜ୍ଞାନ ଫଳରେ ପୁଣ୍ୟ ଶ୍ଳୋକ ପରମାତ୍ମାଙ୍କ ସମ୍ବନ୍ଧରେ ଆତ୍ମ…

ଶ୍ରୀ ଭାଗବତ ସାର ୧୨୧: ପରମାତ୍ମା ଶ୍ରୀକୃଷ୍ଣ ହିଁ ପୂର୍ଣ୍ଣବ୍ରହ୍ମ, ଯାହାଙ୍କ ଜନ୍ମ ନାହିଁ କି ବିଲୟ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନାର ଗୋଟିଏ ବଡ଼ ଶ୍ରେୟ ଦେବର୍ଷି ନାରଦଙ୍କୁ ଯାଏ। ଏହାର ମୁଖ୍ୟ କାରଣ ହେଲା ବ୍ୟାସଙ୍କୁ ଶ୍ରୀମଦ ଭାଗବତ ରଚନା କରିବାର ପ୍ରେରଣା ଦେବର୍ଷି ନାରଦ ହିଁ ଦେଇଥିଲେ। ଏହା ସଂଘଟିତ ହୋଇଥିଲା ପୁଣ୍ୟତୋୟା ସରସ୍ବତୀ ନଦୀ…

ଶ୍ରୀ ଭାଗବତ ସାର ୧୨୦: ଦ୍ୱାପର ଯୁଗରେ ପରାଶର ମହର୍ଷିଙ୍କ ତେଜ ଓ ସତ୍ୟବତୀଙ୍କ ଗର୍ଭ ଆଧାର କରି ବିଷ୍ଣୁ ଅଂଶୀ ବ୍ୟାସଦେବ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ସମସ୍ତ କାହାଣୀ ଭିତରେ ଏକ ଅନ୍ତର୍ନିହିତ ତତ୍ୱ ରହିଥାଏ। ଆଜି ଜାଣିବା ମହର୍ଷି ପରାଶର ଓ ସତ୍ୟବତୀଙ୍କ କାହାଣୀର ତତ୍ୱ କଣ। ଜଣେ ଜ୍ଞାନୀ ତେଜସ୍ୱୀ ଓ ତପନିଷ୍ଠ ତପସ୍ବୀଙ୍କ ଆଗମନ ଦେଖି ଧୀବର ଅତ୍ୟନ୍ତ…

ଶ୍ରୀ ଭାଗବତ ସାର ୧୧୯: ଈଶ୍ୱରଙ୍କ ଇଚ୍ଛା ବିନା କୌଣସି କର୍ମ ହୁଏନି

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କର ଏକ ମହାନ ଶିକ୍ଷା ଆମେ ଜାଣିଲେ ଯେ "ଈଶ୍ୱରଙ୍କ ଇଚ୍ଛା ବିନା କୌଣସି କର୍ମ ହୁଏନି"। ସେହିପରି ପ୍ରତ୍ୟେକ କାର୍ଯ୍ୟରେ ଏକ କାରଣ ଲୁଚି ରହିଥାଏ। କେହି କେହି ତାକୁ ଅକସ୍ମାତ ଓ କେହି କେହି ତାହା ଵିଧି ନିର୍ଦ୍ଧେଶତ…

ଶ୍ରୀ ଭାଗବତ ସାର ୧୧୮: କେବଳ ପରମେଶ୍ୱରଙ୍କ ଇଚ୍ଛା ପୂର୍ତ୍ତି ପାଇଁ ସବୁକିଛି ଘଟଣା ଘଟିଲା, ଘଟୁଛି ଓ ଘଟିବ ମଧ୍ୟ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱ ସହ ତଥ୍ୟ ପ୍ରଦାନ କରିଥାଏ। ତଥ୍ୟ ହିସାବରେ ଆମେ ଜାଣିଲେ ଶାପ ଗ୍ରସ୍ତ ରାଜା ପରୀକ୍ଷିତଙ୍କୁ ପବିତ୍ର ଗଙ୍ଗା ନଦୀ କୂଳରେ ବ୍ୟାସ ନନ୍ଦନ ଶ୍ରୀ ଶୁକଦେବ ଶ୍ରୀକୃଷ୍ଣ ଲୀଳା ଚରିତ ଭାଗବତ ସାତ ଦିନ ପର୍ଯ୍ୟନ୍ତ…

ଶ୍ରୀ ଭାଗବତ ସାର ୧୧୭: ପ୍ରତ୍ୟେକ ଜୀବ ଠାରେ ବ୍ରହ୍ମଙ୍କୁ ଦର୍ଶନ କରେ, ସେଠାରେ ନାରୀ ପୁରୁଷ ଭେଦା ଭେଦ ରହେ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରେ ଅନେକ ତତ୍ୱ ସମ୍ବଳିତ ଉପାଖ୍ୟାନ ଅଛି। ପୂର୍ବରୁ ଆମେ ଶ୍ରୀ ସୂତ ମହାମୁନି ନିଜ ଗୁରୁ ରୂପେ ଶ୍ରୀ ଶୁକଦେବଙ୍କୁ ଅଭିହିତ କରିଛନ୍ତି କାରଣ ପ୍ରଥମେ ସେ ଏହି ମହାନ ଗ୍ରନ୍ଥ ଶ୍ରୀମଦ ଭାଗବତ କଥା ଶ୍ରୀ ଶୁକଦେବଙ୍କ ଠାରୁ…

ଶ୍ରୀ ଭାଗବତ ସାର ୧୧୬: ପରମ ଜ୍ଞାନୀ ପୁରୁଷ “ବ୍ୟାସ” ଭାବରେ ଶ୍ରୀହରି ଧାରାବତରଣ କରି ଅନେକ ଅମୂଲ୍ୟ ରଚନା…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ପରଂବ୍ରହ୍ମଙ୍କର ଅନେକ ରୂପରେ ଅବତୀର୍ଣ ହେବାର କାହାଣୀ ବର୍ଣନା ଅବସରରେ ଆମେ ଏକ ଅତ୍ୟନ୍ତ ମନୋହର ରୂପ କଥା ଜାଣିଲେ, ଯାହା ପରମେଶ୍ୱରଙ୍କ ଭୁବନ ମୋହିନୀ (ପ୍ରକୃତି ସ୍ୱରୂପା )ମନ ମୋହିନୀ ବାରନାରୀ ରୂପ, ଅର୍ଥାତ…

ଶ୍ରୀ ଭାଗବତ ସାର ୧୧୫: ରାଜା ପୃଥୁଙ୍କ କନ୍ୟା ହିସାବରେ ଆମ ଧରିତ୍ରୀଙ୍କ ନାମ ହେଲା ପୃଥିବୀ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱର ସମାହାର, ଆମେ ଜାଣିଲେ ରାଜା ପୃଥୁଙ୍କ କନ୍ୟା ହିସାବରେ ଆମ ଧରିତ୍ରୀଙ୍କ ନାମ ହେଲା ପୃଥିବୀ। ଏହି ପୃଥିବୀରେ ସର୍ବ ଜ୍ଞାନର ଆଧାର ବେଦ ଥିଲା ଯାହା ଶଙ୍ଖାସୁର ନାମକ ଦୈତ୍ୟ ଦ୍ୱାରା ଅପହୃତ ହୋଇଗଲା…

ଶ୍ରୀ ଭାଗବତ ସାର ୧୧୪: ଭଗବାନ “ପୃଥୁ “ରୂପରେ ଅବତାର ନେଲେ, ନିଜ ପରାକ୍ରମ ବଳରେ ପୃଥିବୀକୁ ସମତଳ କଲେ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଚରିତ୍ରଙ୍କ ପରିପ୍ରକାଶ ଘଟିଛି ଯେଉଁମାନଙ୍କୁ ଆମେ ଅବତାର ଭାବେ ପରିଗଣିତ କରିପାରିବା। ଏହି ଶ୍ରେଣୀରେ ପ୍ରଥମେ ଆସିବେ ପରମାତ୍ମା ଅବଧୂତ, ଯେକି ମହର୍ଷି ଅତ୍ରି ଓ ତାଙ୍କ ପତ୍ନୀ ଅନୁସୟାଙ୍କ ସନ୍ତାନ ଥିଲେ।…