Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆମେରିକାରେ ୯୦ ହଜାର ଛୁଇଁଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୯୦ ହଜାରରେ ପହଁଞ୍ଚିଛି। ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ଅନୁଯାୟୀ ସେଠାରେ ୨ ଲକ୍ଷରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ବେଳେ ୧,୪୮୬,୩୭୬…

ବାରାକ୍ ଓବାମାଙ୍କୁ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି କହିଲେ ଟ୍ରମ୍ପ !

ୱାସିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ଅଯୋଗ୍ୟ ଓ ଅପାରଗ ବୋଲି କହି ସମାଲୋଚନା କରିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ୍ । ରବିବାର ଦିନ ହ୍ଵାଇଟ ହାଉସରେ ଟ୍ରମ୍ପ ଗଣମାଧ୍ୟମକୁ କହିଛନ୍ତି ଯେ, " (ଓବାମା) ଜଣେ ଅଯୋଗ୍ୟ ରାଷ୍ଟ୍ରପତି, ଜଣେ ଅକ୍ଷମ ରାଷ୍ଟ୍ରପତି। ମୁଁ କେବଳ…

ଉଦବେଗ ହେଉଛି ସ୍ଥିତି; ଭାରତରେ ୨୪ ଘଣ୍ଟାରେ ସର୍ବାଧିକ ୫୨୪୨ ଆକ୍ରାନ୍ତ, ୧୫୭ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଆମେରିକା, ଆବୁ ଧାବି, ନାଇଜେରିଆ, କତାର, ଇଥୋପିଆରୁ ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ୱର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଆମେରିକା, ଆବୁ ଧାବି, ନାଇଜେରିଆ, କତାର, ଇଥୋପିଆ ସମେତ ବିଭିନ୍ନ ଦେଶରେ ଲକ୍‌ଡାଇନ ଯୋଗୁଁ ଫସିରହିଥିବା ପ୍ରବାସୀ ଓଡିଆଙ୍କୁ ଭାରତ ଫେରାଇ ଆଣିବା ପାଇଁ ସଂପୃକ୍ତ ଦେଶରେ ଅବସ୍ଥାପିତ ଭାରତୀୟ…

ପୁରୀରୁ ୪ ଓ ବଲାଙ୍ଗିରରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୬ ଜଣଙ୍କ ମଧ୍ୟରୁ ପୁରୀରୁ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୀ ଟାଉନର ହୋଇଥିବା ବେଳେ ଅନ୍ୟ ଦୁଇଜଣ କୋଣାର୍କ ଏବଂ ପିପିଲିର ହୋଇଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି…

ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର; ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ

ଭୁବନେଶ୍ୱର: ବର୍ତ୍ତମାନର ପାଲା ଜଗତରେ ଜଣେ ପ୍ରତିଷ୍ଠିତ ଗାୟକ ହେଉଛନ୍ତି ଗାୟକ କଲ୍ଲୋଳ ପ୍ରଫୁଲ୍ଲ କୁମାର ଆଚାର୍ଯ୍ୟ । ଉଭୟ ଆଲୋଚନା ଏବଂ ପୌରାଣିକ ଆଖ୍ୟାନକୁ ନେଇ ତାଙ୍କ ପାଲା ଗତିଶୀଳ, ଯାହାକି ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଠ କରିଥାଏ । ୧୯୫୬ ମସିହା ମାର୍ଚ୍ଚ ୬ ତାରିଖରେ ତତ୍କାଳୀନ କଟକ…

ଆଉ ପାରିଲାନି, ଜନ୍ମ ପରେ ଛୁଆକୁ ଛାଡି ପଳାଇଲା ମା’

ରାଉରକେଲା: କମୁନି ଦାଦନଙ୍କ ଦୁଃଖ । ସବୁ ସୀମା ଟପି ଯାଇଛି ପ୍ରବାସୀଙ୍କ ଦୁଃଖ । ପ୍ରତିଦିନ ଦେଖିବାକୁ ମିଳିଛୁ ଦୟନୀୟ ଚିତ୍ର । ଚଲାପଥ ଆଗରେ ହାରିଗଲା ମାଆର ମମତା । ଆଉ ଚାଲିପାରିଲାନି । ଜନ୍ମ ପରେ ଛୁଆକୁ ରାସ୍ତାରେ ଛାଡି ଚାଲିଗଲା ମାଆ । ସହିପାରିଲାନି ଭୋକର ଜ୍ୱାଳା । ଲକଡାଉନ କଟକଣା…

ତାଲାବନ୍ଦ ପାର୍ଟ-୪: କ’ଣ ରହିବ ଖୋଲା କ’ଣ ରହିବ ବନ୍ଦ ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦେଶରେ ବଢ଼ିଲା ଲକଡାଉନ ଅବଧି । ଲାଗୁହେଲା ତାଲାବନ୍ଦର ପାର୍ଟ-୪ । କରୋନା ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସାରା ଦେଶରେ ଲକଡାଉନ୪.୦ ଲାଗୁ କରିବା ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ମେ’ ୩୧ ଯାଏଁ ଏହାକୁ ବୃଦ୍ଧି କରାଯାଇଛି । ତେବେ ଏହି ସମୟରେ କ’ଣ ସବୁ…

ଲକଡାଉନ ଡାଏରୀ: ଓଡିଶୀ ନୃତ୍ୟଶିଳ୍ପୀ ସୋନାଲିକା ଓ ତାଙ୍କ ଝିଅ ଶ୍ରୀନିକାଙ୍କୁ ଏକାଠି ନୃତ୍ୟାଭ୍ୟାସ ପାଇଁ ମିଳିଛି ସମୟ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନର ଆଜି ଶେଷ ଦିନ । କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ଲକ୍ ଡାଉନ ଅବଧିକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି । ତେବେ ଏହି ଲକ୍ ଡାଉନରେ ଲୋକେ ଘରେ ରହି ବୋର ହେବା ଅପେକ୍ଷା କଣ କଲେ ନିଜକୁ ଅଧିକ ଖୁସି ମିଳି ପାରିବ ତାର ବାଟ କାଢିଛନ୍ତି ।…

ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: ଦେଶରେ ମେ’ ୩୧ ଯାଏଁ ବଢ଼ିଲା ଲକଡାଉନ । ଚତୁର୍ଥ ପର୍ଯ୍ୟାୟ ପାଇଁ ଦେଶରେ ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯିବ । ଆସନ୍ତାକାଲିଠୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଲାଗୁ ହେବ । ଲକଡାଉନ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟକୁ ଏନ୍‌ଡିଏମ୍‌ଏ ନିର୍ଦ୍ଦେଶ ଦେଇଛି । ଚତୁର୍ଥ ପର‌୍ୟ୍ୟାୟ…