Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଆରୋଗ୍ୟ ହାରରେ ଓଡ଼ିଶାଠୁ ଆଗରେ ଅଛନ୍ତି ଅନ୍ୟ ପଡୋଶୀ ରାଜ୍ୟ; ରିପୋର୍ଟ

ଭୁବନେଶ୍ୱର: କରୋନା ଆରୋଗ୍ୟ ହାରରେ ଓଡିଶା ଅପେକ୍ଷା ଅନ୍ୟ ପଡୋଶୀ ରାଜ୍ୟ ଗୁଡିକ ଆଗରେ ଅଛନ୍ତି। ଗୁରୁବାର ଦିନ ୩୬୦୭ ଜଣ ରାଜ୍ୟରେ ଆରୋଗ୍ୟ ହେବା ସହ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୩୩୪୬୬ ରେ ପହଞ୍ଚିଛି । ରିପୋର୍ଟ ଅନୁଯାୟୀ ରାଜ୍ୟରେ କରୋନା ସୁସ୍ଥତା ହାର ୭୯.୪୮ ପ୍ରତିଶତ ରହିଛି ।…

ଦେଶରେ ୫୨ ଲକ୍ଷ ଟପିଲା କରୋନା ମାମଲା; ୪୧ ଲକ୍ଷ ଡେଇଁଲା ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ରୂପ ନେଲାଣି କରୋନା ମହାମାରୀ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ, ସୃଷ୍ଟି ହେଉଛି ନୂଆ ରେକର୍ଡ । ଦେଶର ଗୋଟିଏ ଦିନରେ ପାଖାପାଖି ୧ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୪ ହଜାର ପାଖାପାଖି…

ରାଜ୍ୟରେ ୨୪ ଘଣ୍ଟାରେ ପରୀକ୍ଷଣ ହୋଇଛି ୪୮ ହଜାରରୁ ଉର୍ଦ୍ଧ୍ବ ନମୁନା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୮ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୪୮,୧୪୬ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୩୯,୬୨୮ ଜଣଙ୍କର ଆଣ୍ଟିଜେନ, ୮୪୦୭ ଟି ଆରଟିପିସିଆର୍ ଓ ୧୧୧ ଟି ଟ୍ରୁନଟ୍‌ ପରୀକ୍ଷା…

ଏହି ଅବତାରରେ ନିଜ ମା’ଙ୍କ ମୁଣ୍ଡ କାଟିଥିଲେ ଭଗବାନ ବିଷ୍ଣୁ, ଜାଣନ୍ତୁ

ଭୁବନେଶ୍ୱର: ଲୀଳାମୟ ବିଷ୍ଣୁ ଅନେକଥର ଏହି ଧରାପୃଷ୍ଠରେ ଅବତାର ନେଇଛନ୍ତି । ପାପର ଭାର ଅଧିକ ହେଲବ ଧର୍ମ ରକ୍ଷା ପାଇଁ ମଣିଷ ରୂପରେ ଏ ପୃଥିବୀକୁ ଓଲ୍ହାଇ ଆସନ୍ତି ଭଗବାନ । ପୁରାଣ ଅନୁଯାୟୀ ବିଷ୍ଣୁ ଦେବଙ୍କର ୧୦ ଟି ଅବତାର ରହିଛି । ତାମଧ୍ୟରୁ ପର୍ଶୁରାମ ଅନ୍ୟତମ । ଭଗବାନ ବିଷ୍ଣୁଙ୍କ…

ବଜ୍ରପାତ ସମୟରେ କଣ କରିବା ଉଚିତ୍, ଜାଣିଛନ୍ତି କି?

ଭୁବନେଶ୍ୱର: ବର୍ଷାଦିନେ ବଜ୍ରପାତ ବା ଘଡଘଡି ହେବା ଅତି ସ୍ୱାଭାବିକ ଅଟେ । ବଜ୍ରପାତର ବୈଦ୍ୟୁତିକ ଶକ୍ତି ଏକ ନିୟୁତ ଭୋଲଟରୁ ଅଧିକ ହୋଇପାରେ । ଏହିଦିନରେ ବିଲବାଡ଼ି କାମ ବହୁତ ହୋଇଥାଏ । ଚାଷୀମାନେ ବର୍ଷା ପାଣି ସମୟରେ ବିଲରେ ଥାନ୍ତି । ତେବେ ଏଭଳି ଖୋଲା ପଡ଼ିଆରେ ଅଧିକାଂଶ ସମୟ ଚାଷୀ ମାନେ…

କରୋନା ମୁକାବିଲା ପାଇଁ କଟକରେ ଚେକିଂ ଜୋରଦାର୍ କଲା କମିଶନରେଟ୍ ପୋଲିସ

କଟକ: ଟ୍ୱିନସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୋଲିସ । ପୋଲିସ ଡିଜି ସ୍ଥିତି ପରଖିବା ପରେ କୋଭିଡ ଯାଞ୍ଚ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସନ୍ଧ୍ୟା କଟକରେ ବିଭିନ୍ନ ଅଂଚଳ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୬୦୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୬୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ୧୦୩୭, ପୁରୀରୁ ୪୧୫, କଟକରୁ ୨୯୯,…

ହସ୍ପିଟାଲରୁ ଡିସଚାର୍ଜ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ଏମସରୁ ଡିସ୍ ଚାର୍ଜ ହୋଇଛନ୍ତି । ଗତ ରବିବାର ଦ୍ୱିତୀୟ ଥର ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…

ପୁରୀ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଜେପି ନେତା ତଥା ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । “ଆଜି ମୋର କରୋନା ଟେଷ୍ଟ ପଜିଟିଭ ବାହାରିଛି । ମୁଁ ଏବେ ସଙ୍ଗରୋଧରେ ଅଛି । ନିକଟ ଅତୀତରେ ଯେଉଁମାନେ ମୋ ସମ୍ପର୍କରେ ଆସିଛନ୍ତି…

ହୋମ୍‌ ଆଇସୋଲେସନ୍‌ରେ କ’ଣ କରିବେ, କ’ଣ କରିବେନି? ଭିଡିଓ କନ୍‌ଫରେନ୍ସିଂରେ କଥା ହେବେ ଡାକ୍ତର

ଭୁବନେଶ୍ୱର: ଏଣିକି ହୋମ୍‌ଆଇସୋଲେସନ୍‌ରେ ଥିବା ରୋଗୀ କ’ଣ କରିବେ ଏବଂ କ’ଣ ନକରିବେ ସେ ନେଇ ପରାମର୍ଶ ଦେବେ ଡାକ୍ତର । କେବେଳ ସେତିକି ନୁହେଁ କରୋନା ଆକ୍ରାନ୍ତଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେବେ । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରୋଗୀଙ୍କ ସହ ସିଧାସଳଖ କଥା ହେବେ ଡାକ୍ତର । ଏନେଇ ବିଏମ୍‌ସି…