Latest Odisha News

BREAKING NEWS

Browsing Category

ଅପରାଧ

୩୦,୦୦୦ ଲାଞ୍ଚ ନେଇ ଗିରଫ ଓଆରଏସ ଅଧିକାରୀ

ଭୁବନେଶ୍ବର: ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଯାଜପୁର ବିଞ୍ଝାରପୁର ତହସିଲର ଅତିରିକ୍ତ ତହସିଲଦାର ତଥା ଓଆରଏସ ଅଧିକାରୀ ପ୍ରଦୀପ୍ତ କୁମାର ସେଠୀଙ୍କୁ ଶୁକ୍ରବାର ଦିନ ଗିରଫ କରିଛନ୍ତି। ସେ ଜଣେ ଜମି ମାଲିକଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରି ଫସିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ,…

ସ୍କୁଲ ସାଇନ୍ ବୋର୍ଡ ପଡ଼ି ଜଣେ ଛାତ୍ର ମୃତ, ୨ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ଭୁଣ୍ଡୁରେ ଥିବା ଏକ ସରକାରୀ ସ୍କୁଲରେ ସାଇନବୋର୍ଡ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଶୁକ୍ରବାର ଅପରାହ୍ନରେ ସ୍କୁଲ କ୍ୟାମ୍ପସ ଭିତରେ କିଛି ଛାତ୍ର ଖେଳୁଥିବା ସମୟରେ…

ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ଘରେ ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ରେଡ୍…

ଜଗତସିଂହପୁର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଓଡ଼ିଶା ଭିଜିଲାନ୍ସ ଫରେଷ୍ଟ ରେଞ୍ଜ ଅଧିକାରୀ ରାଜେନ୍ଦ୍ର ସାମନ୍ତରାୟଙ୍କ ସହ ଜଡିତ ଚାରିଟି ସ୍ଥାନରେ ଚଢାଉ କରିଛନ୍ତି। ରାଜେନ୍ଦ୍ର ସାମନ୍ତରାୟ ଜଗତସିଂପୁର ଜିଲ୍ଲାର ରାହାମା ଫରେଷ୍ଟ ରେଞ୍ଜରେ କାର୍ଯ୍ୟରତ। ତାଙ୍କ ଜ୍ଞାତ…

ଆତ୍ମସମର୍ପଣ କଲା ୧୫ ବର୍ଷୀୟ ମାଓବାଦୀ…

ରାଉରକେଲା: ମାଓ ଦମନ ବିରୋଧି ଲଢ଼େଇରେ ଜଣେ ୧୫ ବର୍ଷୀୟ କ୍ୟାଡର ମାଓବାଦୀ ରାଉରକେଲା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରୋୟା କାଲୁଣ୍ଡି ଓରଫ ଗଣେଶ ନାମକ ଏହି କ୍ୟାଡର ଜଣକ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର କଣ୍ଟୋଡ୍ୟା ଗ୍ରାମର ବାସିନ୍ଦା। ଗଣେଶଙ୍କଠାରୁ ଏକ ୯ ଏମଏମ…

ଦୁର୍ନୀତି ମାମଲାରେ ପୂର୍ବତନ ପିଇଓ ତ୍ରିନାଥ ସେଠି ଦୋଷୀ ସାବ୍ୟସ୍ତ 

ଭୁବନେଶ୍ବର: ଏକ ଲାଞ୍ଚ ମାମଲାରେ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଅସରଡା ଜିପିର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ତ୍ରିନାଥ ସେଠି ଏବଂ ସଦର ବ୍ଲକ ଅନ୍ତର୍ଗତ ବରଡା ଜିପିର ଏ/ପି-ପିଇଓଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଢେଙ୍କାନାଳ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି।…

କାହିଁକି ବନ୍ଧା ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଓ ତାଙ୍କ ପତ୍ନୀ…

ମୁମ୍ବାଇ: ୩୦ କୋଟି ଟଙ୍କା ଠକେଇ ମାମଲାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟଙ୍କୁ କିଛି ଦିନ ପୂର୍ବରୁ କୋର୍ଟ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ତେବେ ସେମାନଙ୍କୁ ଉଦୟପୁର ACJM କୋର୍ଟ-୪ ଡିସେମ୍ବର ୯ ତାରିଖ ରେ ହଜାର କରାଯାଇଥିଲା ଓ ଡିସେମ୍ବର…

ଆଶ୍ରମ ସ୍କୁଲରେ +୨ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ…

ସୋନପୁର: ସୋନପୁର ତରଭା ଆଶ୍ରମ ସ୍କୁଲର ହଷ୍ଟେଲରେ ରହୁଥିବା ଜଣେ +୨ ଦ୍ଵିତୀୟ ବର୍ଷର ଛାତ୍ରଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ୍ ସୁଦ୍ଧା ତାଙ୍କ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିନାହିଁ।କିନ୍ତୁ ତାଙ୍କୁ ନିର୍ମମ ଭାବରେ ମାଡ଼ ମାରିବା ପରେ ମୃତ୍ୟୁ…

ଜମି ମ୍ୟୁଟେସନ୍ ମାମଲା; ଲାଞ୍ଚ ନେବା ଅଭିଯୋଗରେ ଆରଆଇଙ୍କୁ ୩ ବର୍ଷ ଜେଲ୍ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ତହସିଲ ଅନ୍ତର୍ଗତ ମାଲିଡିହି ଆରଆଇ ସର୍କଲର ପୂର୍ବତନ ରାଜସ୍ୱ ନିରୀକ୍ଷକ (ଆରଆଇ) ମାନସୀ ସାହୁଙ୍କୁ ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ସୁନ୍ଦରଗଡ଼ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାନସୀ ବର୍ତ୍ତମାନ ରାଉରକେଲା ତହସିଲରେ ଆରଆଇ ଭାବରେ ନିଯୁକ୍ତ…

ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡରେ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ଡିସେମ୍ବର ୬ ତାରିଖରେ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ପରେ ସେମାନେ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ଗୌରବ ଲୁଥ୍ରା ଏବଂ ସୌରଭ ଲୁଥ୍ରା ଉତ୍ତର…

୨୦ କୋଟି ଠକେଇ ଅଭିଯୋଗରେ ଦମ୍ପତି ଗିରଫ

ଭୁବନେଶ୍ୱର: ସେୟାର ବଜାର ଏବଂ ଅନ୍ୟାନ୍ୟ ନିବେଶ ଯୋଜନା ନାମରେ ୨୦ କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ଅଭିଯୋଗରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରୁ ଜଣେ ଦମ୍ପତିଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କେନ୍ଦୁଝର ଆନନ୍ଦପୁର ଅଞ୍ଚଳର…