Latest Odisha News

BREAKING NEWS

Browsing Category

ଖେଳ

ବିଜୟ ହଜାରେ ଟ୍ରଫି: ଚିନ୍ନାସ୍ୱାମୀରେ ଖେଳାଯିବନି ବେଙ୍ଗାଲୁର ମ୍ୟାଚ

ବେଙ୍ଗାଲୁର: ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ହଜାରେ ଟ୍ରଫିର କୌଣସି ମ୍ୟାଚ ଖେଳା ଯିବନି । ଫଳରେ ଏଠାରେ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ଅପେକ୍ଷା କରିଥିବା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । ଏବେ ସମସ୍ତ ମ୍ୟାଚ ବେଙ୍ଗାଲୁରର ସେଂଟର ଅଫ ଏକ୍ସିଲେନ୍ସିରେ ଖେଳାଯିବ ।…

ଅଜବ ବ୍ୟବସ୍ଥା; ଟ୍ରେନ ଟଏଲେଟ ପାଖରେ ବସି ଯାତ୍ରା କଲେ ଓଡ଼ିଶା ଖେଳାଳି

ଭୁବନେଶ୍ୱର: ଉତ୍ତର ପ୍ରଦେଶରେ ହେବାକୁ ଥିବା ଜାତୀୟ ସ୍କୁଲ କୁସ୍ତି ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ୧୬ ଜଣ ଯୁବ ଖେଳାଳିଙ୍କୁ ଅତ୍ୟନ୍ତ ଦୟନୀୟ ଭାବରେ ଟ୍ରେନରେ ଯାତ୍ରା କରିବାକୁ ବାଧ୍ୟ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା…

ହକି: ଗୋଟିଏ ମ୍ୟାଚରେ ୫୦ ଗୋଲ ସ୍କୋର କଲା ଓଡିଶା

ଭୁବନେଶ୍ୱର: ଓଡିଶା ହକି ଟିମ ଗୋଟିଏ ମ୍ୟାଚରେ ୫୦ ଗୋଲ ସ୍କୋର କରିଛି । ବିଶ୍ୱାସ ହେଉ ନ ଥିଲେ ବି ଏହା ସତ୍ୟ । ଅସ୍ମିତା ପୂର୍ବାଂଚଳ ବାଳିକା ସବ ଜୁନିୟର ହକିରେ ଓଡିଶା ୫୦-୦ ଗୋଲରେ ତ୍ରିପୁରାକୁ ପରାସ୍ତ କରିଛି । ପୂର୍ବରୁ ୧୯୩୨ ଅଲିମ୍ପିକ୍ସରେ ଭାରତୀୟ ଟିମ ୨୪-୧ରେ ଆମେରିକାକୁ ହରାଇଥିଲା…

୨୦୨୩ ବିଶ୍ୱକପ ହାରିବା ପରେ ଭାଙ୍ଗି ପଡିଥିଲେ ରୋହିତ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ରୋହିତ ଶର୍ମା ଏକ ବଡ ଖୁଲାସା କରିଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ପରାଜୟବରଣ କରିବା ପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା କହିଛନ୍ତି । ଏପରିକି ଅବସର ନେବା କଥା ଚିନ୍ତା କରିଥିଲେ ବୋଲି ହିଟମ୍ୟାନ କହିଛନ୍ତି । ଫାଇନାଲରେ ଟ୍ରେଭିସ…

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ : ନ୍ୟୁଜିଲାଣ୍ଡର ବିଜୟ ଭାରତକୁ ପକାଇଲା ଅଡୁଆରେ

ନୂଆଦିଲ୍ଲୀ: ମାଂଉଟ ମାଉଙ୍ଗାନେଇରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ୩୨୩ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଏଥିସହ ନ୍ୟୁଜିଲାଣ୍ଡ ୨-୦ରେ ସିରିଜ ବିଜୟୀ ହୋଇଛି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ନ୍ୟୁଜିଲାଣ୍ଡ ନିଜ ସ୍ଥିତି ମଜଭୁତ କରିଛି । ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନରେ…

ବିଜୟ ହଜାରେ ଟ୍ରଫି: କଠିନ ଅଭ୍ୟାସ କରୁଛନ୍ତି କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ କେବଳ ଆନ୍ତର୍ଜାତୀୟ ଦିିନିକିଆ କ୍ରିକେଟ ଖେଳିବା ଜାରୀ ରଖିଛନ୍ତି । ସେ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି । କ୍ରମାଗତ ଖରାପ ଫର୍ମରେ ରହିବା ପରେ ଏବେ କୋହଲି ତାଙ୍କ ପୂରୁଣା ଲୟକୁ ଫେରିଛନ୍ତି ।…

ଆଗକୁ ୨ଟା ବିଶ୍ୱକପ, ଅଧିନାୟକଙ୍କ ଫର୍ମ ଟିମ ଇଣ୍ଡିଆ ପାଇଁ ସାଜିଛି ଚିନ୍ତାର କାରଣ

ନୂଆଦିଲ୍ଲୀ: ଆଉ ହାତଗଣତି ଦିନ ପରେ ୨୦୨୫ ଆମଠାରୁ ବିଦା ନେଇଯିବ । ୨୦୨୬ ଆରମ୍ଭରେ ଭାରତୀୟ କ୍ରିକେଟ ଟିମ ୨ଟା ବିଶ୍ୱକପ ଖେଳିବ । ତେବେ ଏହି ୨ଟା ବିଶ୍ୱକପ ପୂର୍ବରୁ ଅଧିନାୟକଙ୍କ ଫର୍ମ ଚିନ୍ତାର କାରଣ ସାଜିଛି । ୨୦୨୬ ଆରମ୍ଭରେ ପ୍ରଥମେ ୧୯ ବର୍ଷରୁ କମ ବିଶ୍ୱକପ ଖେଳାଯିବ । ଭାରତୀୟ ଟିମ ଭଲ…

ଭାରତକୁ ହରାଇ ପାକିସ୍ତାନ ହାସଲ କଲା ୧୯ ବର୍ଷରୁ କମ ଏସିଆ କପ ଟାଇଟଲ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ଫାଇନାଲରେ ପାକିସ୍ତାନ ୧୯୧ ରନରେ ଶୋଚନୀୟ ଭାବେ ଭାରତକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୮ ୱିକେଟ ବିନିମୟରେ ୩୪୭ ରନ କରିଥିଲା । ସମୀର ମିନହାସ ୧୧୩ ବଲରେ ୧୭୨ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ…

ତୃତୀୟ ଟେଷ୍ଟ ଜିତି ଆଶେସ ହାତେଇଲା ଅଷ୍ଟ୍ରେଲିଆ

ଆଡିଲେଡ: ଚଳିତ ଆଶେସ ସିରିଜରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ କ୍ରମାଗତ ୩ଟି ଟେଷ୍ଟ ହାରି ଏବେ ଇଂଲଣ୍ଡ ଆଶେସ ହାତେଇବା ସୁଯୋଗ ହାତଛଡା କରିଛି । ଅପରପକ୍ଷରେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଅଷ୍ଟ୍ରେଲିଆ ଆଶେସ ସିରିଜ ବଜାୟ ରଖିଛି । ୪୩୫ ରନର…

ଟି୨୦ ବିଶ୍ୱକପ: କେତେ ବଦଳିଯାଇଛି ଚାମ୍ପିୟନ ଟିମର ଚେହେରା

ନୂଆଦିଲ୍ଲୀ: ଆଗାମୀ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୨୦୨୪ ଚାମ୍ପିୟନ ଭାରତୀୟ ଟିମର ଅନେକ ସଦସ୍ୟ ଏଥର ବଦଳିଯାଇଛି । ଗତ ସଂସ୍କରଣରେ କେବଳ ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, ସଞ୍ଜୁ ସାମସନ, ଶିବମ ଦୁବେ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା ଓ…