Latest Odisha News

BREAKING NEWS

Browsing Category

ଖେଳ

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ:ରୋଇଂରେ ଓଡିଶାକୁ ପ୍ରଥମ ପଦକ, ସେମିରେ ହକି ଟିମ

ଭୁବନେଶ୍ୱର: ଭୋପାଳରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ପ୍ରତିଯୋଗୀଙ୍କ ଭଲ ପ୍ରଦର୍ଶନ ଜାରୀ ରହିଛି । ବୁଧବାର ରୋଇଂରେ ଓଡିଶା ପ୍ରତିଯୋଗୀ ପ୍ରଥମ ପଦକ ଜିତିଛନ୍ତି । ପୁରୁଷ ଜେଏମ୪ଏକ୍ସରେ ସୌରଭ, କପୀଶ କୁମାର, ରାହୁଲ ରାଠୋର ଓ ଚନ୍ଦନ ରାଜା ସ୍ୱାଇଁ ରୌପ୍ୟ ପଦକ ହାସଲ କରିଥିଲେ ।…

ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପ: ଉଭୟ ବିଭାଗର ଫାଇନାଲରେ ପଞ୍ଜାବ

ପୁରୀ: ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଚାଲିଥିବା ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପର ପଞ୍ଜାବ ଉଭୟ ବିଭାଗର ଫାଇନାଲରେ ପ୍ରବେଶ କରିଛି । ଗୁରୁବାର ଫାଇନାଲ ମ୍ୟାଚ ଆୟୋଜିତ ହେବ । ମହିଳା ବିଭାଗ ଫାଇନାଲରେ ପଞ୍ଜାବ ଓ ମହାରାଷ୍ଟ୍ର ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହେବେ । ସେମିରେ…

ଡବ୍ଲ୍ୟୁଟିସି ଫାଇନାଲ ଦି ଓଭାଲରେ ୭ ଜୁନରୁ ଖେଳାଯିବ

ଦୁବାଇ: ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ କେବେ ଓ କେଉଁଠାରେ ଖେଳାଯିବ ତାହା ଆଇସିସି ଚୂଡାନ୍ତ କରିଛି । ଦି ଓଭାଲରେ ୭ରୁ ୧୧ଜୁନ ପର୍ଯ୍ୟନ୍ତ ଆୟୋଜିତ ହେବ । ଆଇସିସି ବୁଧବାର ତାରିଖର ଘୋଷଣା କରିବା ସହ ରିଜର୍ଭ ଡେ ରଖାଯିବା ନେଇ ସ୍ପଷ୍ଟ କରିଛି । ୧୨ଜୁନ ରିଜର୍ଭ ଡେ ଭାବେ ରଖାଯିବ । ୱାର୍ଲ୍ଡ…

ଡବ୍ଲ୍ୟୁପିଏଲ: ୫୦ ଲକ୍ଷ ବେସ ପ୍ରାଇସରେ ୨୪ ଖେଳାଳି

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ କ୍ରିକେଟ ଚଳିତ ବର୍ଷ ମାର୍ଚ୍ଚ ୪ରୁ ଆରମ୍ଭ ହେବ । ବିସିସିଆଇ ପକ୍ଷରୁ ୪୦୯ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ୫୦ ଲକ୍ଷ ବେସ ପ୍ରାଇସରେ ୨୪ ଖେଳାଳିଙ୍କୁ ରଖାଯାଇଛି । ଏଥିରେ ଟିମ ଇଣ୍ଡିଆର ଅଧିନାୟିକା ହରମନପ୍ରୀତ କୌର, ସ୍ମୃତି ମାନ୍ଧନା, ଦୀପ୍ତି ଶର୍ମା…

ଭାରତ-ଅଷ୍ଟ୍ରେଲିଆ ସିରିଜରେ ଭାଙ୍ଗିବ ଏହି ରେକର୍ଡ

ନାଗପୁର: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହି ସିରିଜରେ ଅନେକଗୁଡିଏ ରେକର୍ଡ ଭାଙ୍ଗିପାରେ । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ୬୪ ରନ ସଂଗ୍ରହ କଲେ ବିଶ୍ୱ କ୍ରିକେଟରେ ଷଷ୍ଠ ଖେଳାଳି ଭାବେ ୨୫୦୦୦ ଆନ୍ତର୍ଜାତୀୟ ରନ ପୂର୍ଣ୍ଣ…

ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ନର୍କ ସଦୃଶ ପିଚ କରିଛି ଭାରତ!

ନାଗପୁର: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯିବ । ଭାରତ ଏହ ସିରିଜରେ ବିଜୟ ହାସଲ ସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ ଟିମ ଇଣ୍ଡିଆ ଉଦ୍ୟମ କରିବ । ତେବେ ବୁଧବାର ପିଚର ପ୍ରସ୍ତୁତି ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପିଚର…

ମହିଳା ପ୍ରିମିୟର ଲିଗ କାର୍ଯ୍ୟସୂଚୀ ଘୋଷିତ

କୋଲକାତା: ମହିଳା ପ୍ରିମିୟର ଲିଗର କାର୍ଯ୍ୟସୂଚୀ ଆଜି ଘୋଷଣା କରାଯାଇଛି । ବିସିସିଆଇ ଦ୍ୱାରା ଆୟୋଜିତ ଏହି ମେଗା ଲିଗ ମାର୍ଚ୍ଚ ୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମୁମ୍ବାଇର ବ୍ରାବୋର୍ଣ୍ଣ ଓ ଡିୱାଇ ପାଟିଲ ଷ୍ଟାଡିୟମରେ ମ୍ୟାଚଗୁଡିକ ଖେଳାଯିବ । ମହିଳା ଟି୨୦ ବିଶ୍ୱକପ ପରେ ଖେଳାଳିମାନଙ୍କ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ କାମରାନ ଆକମଲ

ଲାହୋର: ପାକିସ୍ତାନର ସିନିୟର ୱିକେଟ କିପର ବ୍ୟାଟ୍ସମ୍ୟାନ କାମରାନ ଆକମଲ ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ସେ ଜାତୀୟ ଦଳରୁ ଦୀର୍ଘ ଦିନ ହେବ ବାଦ ପଡିଥିଲେ ମଧ୍ୟ ପିଏସଏଲ ଏବଂ ଅନ୍ୟ ଲିଗରେ ଖେଳିବା ଜାରୀ ରଖିଥିଲେ । ଏବେ ସେ କୋଚିଂ ଦାୟିତ୍ୱକୁ ଗମ୍ଭୀରତାର ସହ ନେବେ…

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଫିଂଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ ଟିମର ଅଧିନାୟକ ଆରୋନ ଫିଂଚ ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଫିଂଚ ଅଷ୍ଟ୍ରେଲିଆ ୨୦୧୧ ଟି୨୦ ବିଶ୍ୱ ବିଜେତା ଦଳର ସଦସ୍ୟ ଥିଲେ । ଏହି ଫର୍ମାଟରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ୨୦୨୨ ଟି୨୦…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ: ଓଡିଶାର ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ, ପ୍ରୀତିସ୍ମିତାଙ୍କୁ ବ୍ରୋଞ୍ଜ

ଭୋପାଳ: ଚଳିତ ଖେଲୋ ଇଣ୍ଡିଆ ୟୂଥ ଗେମ୍ସରେ ଓଡିଶା ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ସୋମବାର ମହିଳା ୱେଟଲିଫ୍ଟିଂରେ ଜ୍ୟୋତ୍ସ୍ନା ଶବର ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୪୦ କେଜି ବିଭାଗରେ ୧୧୮ କେଜି ଭାର ଉଠାଇ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଏହି ବିଭାଗରେ ପ୍ରୀତିସ୍ମିତା…