Latest Odisha News

BREAKING NEWS

Browsing Category

ଖେଳ

ଜାହୀରଙ୍କୁ ପଛରେ ପକାଇଲେ ବୁମରାହ

ଆଡିଲେଡ: ଏଠାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ନିଜ ଦେଶର ଜାହୀର ଖାଁଙ୍କୁ ପଛରେ ପକାଇ ଦେଇଛନ୍ତି । ପେସ ବୋଲର ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ କପିଳ ଦେବଙ୍କ ନାମରେ ରହିଛି । ସେ ୧୯୮୩ରେ…

ଏସିସିର ନୂତନ ଅଧ୍ୟକ୍ଷ ହେଲେ ଶାମୀ ସିଲଭା

ନୂଆଦିଲ୍ଲୀ: ଜୟ ଶାହ ଆଇସିସି ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି । ସେ ଏହି ଦାୟିତ୍ୱ ନେବା ପରେ ଏସିଆନ କ୍ରିକେଟ କାଉନ୍ସିଲ ଅଧ୍ୟକ୍ଷ ପଦ ଛାଡିଥିଲେ । ଏହି ପଦ ଉପରେ ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହସୀନ ନକବୀଙ୍କ ନଜର ରହିଥିଲା । ତେବେ ଶ୍ରୀଲଙ୍କାର ଶାମୀ…

ଭାରତ ୧୮୦, ଅଷ୍ଟ୍ରେଲିଆ ୮୬/୧

ଆଡିଲେଡ: ଏଠାରେ ଆରମ୍ଭ ହୋଇଥିବା ଭାରତ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟର ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ସୁବିଧାଜନକ ସ୍ଥିତିରେ ରହିଛି । ଭାରତର ପ୍ରଥମ ଇନିଂସ ସ୍କୋର ୧୮୦ ରନ ଜବାବରେ ଘରୋଇ ଦଳ ଏହି ଦିବାରାତ୍ର ଟେଷ୍ଟରେ ଗୋଟିଏ ୱିକେଟ ହରାଇ ୮୬ ରନ ସଂଗ୍ରହ କରିଛି ।…

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ବୈଭବଙ୍କ ଅର୍ଦ୍ଧଶତକ, ଫାଇନାଲରେ ଭାରତ

ଶାରଜା: ଚଳିତ ୧୯ ବର୍ଷରୁ କମ ଏସିଆ କପ କ୍ରିକେଟ ଫାଇନାଲରେ ଭାରତ ପ୍ରବେଶ କରିଛି । ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ବୈଭବ ସୂର୍ଯ୍ୟବଂଶର ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୪୬.୨…

ଜୈସୱାଲଙ୍କୁ ପ୍ରଥମ ବଲରେ ଆଉଟ କରି ମଧୂର ପ୍ରତିଶୋଧ ନେଲେ ଷ୍ଟାର୍କ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଆରମ୍ଭ ହୋଇଛି । ଏହି ଦିବାରାତ୍ର ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପର୍ଥ ଟେଷ୍ଟରେ ଚମତ୍କାର ଶତକ ହାସଲ କରିଥିବା ଯଶସ୍ୱୀ ଜୈସୱାଲ ଏହି ମ୍ୟାଚରେ ଖାତା…

ଡିସେମ୍ବର ୧୫ରୁ ସୋଆରେ ଆରମ୍ଭ ହେବ ଓଡ଼ିଶା ଓପନ୍ ଓ ୧୫ ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର ଚେସ୍ ଉତ୍ସବ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୫ ତାରିଖରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଓଡ଼ିଶା ଓପନ୍ ଏବଂ ୧୫ତମ ଆନ୍ତର୍ଜାତିକ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ଉତ୍ସବ ଆୟୋଜିତ ହେବାକୁ ଯାଉଛି । ୮ ଦିନ ଧରି ହେବାକୁଥିବା ଏହି ପ୍ରତିଯୋଗିତାରେ ୨୫ଟି ଦେଶର ପ୍ରାୟ ୭୦୦ ପ୍ରତିଯୋଗୀ ୩ ଟି ବିଭିନ୍ନ…

୧ ଲକ୍ଷ କୋଟି ଉପରେ ପଂହଚିଲା ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ବ୍ରାଣ୍ଡ ଭାଲ୍ୟୁ ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ରିପୋର୍ଟ ମୁତାବକ ଏବେ ଆଇପିଏଲର ବ୍ରାଣ୍ଡ ଭାଲ୍ୟୁ ୧୨ ବିଲିୟନ ଡଲାର( ୧.୦୧ ଲକ୍ଷ କୋଟି)ରେ ପଂହଚିଛି । ୨୦୨୩ରେ ଏହା ୧୦.୭ ବିଲିୟନ ଡଲାର ରହିଥିଲା । ଚେନ୍ନାଇ ସୁପର କିଙ୍ଗସ, ମୁମ୍ବାଇ…

ନୂତନ ଉପଲବ୍ଧି ହାସଲ କରିପାରନ୍ତି ବୁମରାହ, କୋହଲି

ଆଡିଲେଡ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଖେଳାଯିବ । ଏହି ଦିବାରାତ୍ର ଟେଷ୍ଟରେ ବିଜୟୀ ହୋଇ ଭାରତ ୨-୦ର ଅଗ୍ରଣୀ ହାସଲ କରିବା ପାଇଁ ଚାହିବ । ଆଡିଲେଡରେ ୧୩ରୁ ଭାରତ ୮ ଟେଷ୍ଟରେ ପରାଜୟବରଣ କରିଛି । ଗତ ଥର ଭାରତ ଏଠାରେ ୩୬ ରନରେ ଅଲଆଉଟ ହୋଇ ଯାଇଥିଲା । ଏହି ମ୍ୟାଚରେ…

ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ

ମୁମ୍ବାଇ: ଯୁବ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ସୟେଦ ମୁସ୍ତାକ ଅଲି ଟ୍ରଫିରେ ୨୮ ବଲରେ ଶତକ ହାସଲ କରିଛନ୍ତି । ପଞ୍ଜାବର ଅଭିଷେକ ମେଘାଳୟ ବିପକ୍ଷରେ ଏହି ବିସ୍ଫୋରକ ଇନିଂସ ଖେଳିବା ସହ ଅନେକଗୁଡିଏ ରେକର୍ଡ ମଧ୍ୟ କରିଛନ୍ତି । ସୟେଦ ମୁସ୍ତାକ ଅଲି ଟ୍ରଫିରେ ଦ୍ରୁତ ଶତକ ହାସଲରେ ସେ…

ପିସିବିକୁ ଶେଷ ଚେତାବନୀ ଦେଲା ଆଇସିସି

ଦୁବାଇ: ଚାମ୍ପିୟନ୍ସ ଟ୍ରଫି ୨୦୨୫କୁ ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲର ବୈଠକ ବାରମ୍ବାର ଘୁଂଚାଯାଉଛି । ଯାହାକୁ ନେଇ ଆଇସିସି ଅସନ୍ତୁଷ୍ଟ ହୋଇ ପଡିଛି । ଡିସେମ୍ବର ୫ର ବୈଠକ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା ଏବଂ ଏହାକୁ ୭କୁ ଘୁଂଚାଇ ଦିଆଯାଇଛି । ପିସିବିକୁ ଶେଷ ଚେତାବନୀ ଦେଇ ଆଇସିସି କହିଛି…