Latest Odisha News

BREAKING NEWS

Browsing Category

ଖେଳ

ବିନ୍ନୀ ହେଲେ ବିସିସିଆଇର ୩୬ତମ ସଭାପତି

ମୁମ୍ବାଇ: ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନୀ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ୩୬ତମ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ମଙ୍ଗଳବାର ବାର୍ଷିକ ବୈଠକ ପରେ ଏ ନେଇ ଚୂଡାନ୍ତ ଘୋଷଣା କରାଯାଇଛି । ୬୭ ବର୍ଷୀୟ ବିନ୍ନୀ ଏକମାତ୍ର ବ୍ୟକ୍ତି ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ସୌରଭ…

ୟୁଏଇକୁ ୭୯ ରନରେ ହରାଇଲା ଶ୍ରୀଲଙ୍କା, କାମରେ ଲାଗିଲାନି ମୟପ୍ପନଙ୍କ ହ୍ୟାଟ୍ରିକ

ଗିଲୋଙ୍ଗ: ଟି୨୦ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ଶ୍ରୀଲଙ୍କା ୭୯ ରନରେ ୟୁଏଇକୁ ପରାସ୍ତ କରି ସୁପର ୧୨ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୮ ୱିକେଟ ହରାଇ ୧୫୨ ରନ କରିଥିଲା । ପାଶୁମ ନିଶାଙ୍କା ୭୪ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଧନଞ୍ଜୟ…

ଏସିଆ କପ କ୍ରିକେଟ ଖେଳିବାକୁ ପାକିସ୍ତାନ ଯିବନି ଭାରତ

ନୂଆଦିଲ୍ଲୀ: ୨୦୨୩ ଏସିଆ କପ କ୍ରିକେଟ ଖେଳିବା ପାଇଁ ପାକିସ୍ତାନ ଯିବନି ଭାରତ । ମଙ୍ଗଳବାର ବିସିସିଆଇ ସଚିବ ଜୟ ଶାହ ଏହା ସ୍ପଷ୍ଟ କରିଛନ୍ତି । ବର୍ତମାନ ପରିସ୍ଥିତିରେ ପାକିସ୍ତାନ କ୍ରିକେଟ ଖେଳିବା ପାଇଁ ଯିବା ସମ୍ଭବପର ନୁହେଁ । ମଙ୍ଗଳବାର ବିସିସିଆଇ ବୈଠକରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ରାଜିଲ ଠାରୁ ୫-୦ରେ ହାରିଲା ଭାରତ, ତିନୋଟି ମ୍ୟାଚରେ ଗୋଟିଏ ବି ଗୋଲ ଦେଇପାରିଲାନି

ଭୁବନେଶ୍ବର: ଆଜି କଳିଙ୍ଗ ଷ୍ଟାଡିୟମରେ ଅଣ୍ଡର ୧୭ ମହିଳା ଫୁଟବଲ ମ୍ୟାଚର ଶେଷ ମ୍ୟାଚରେ ଭାରତ ବ୍ରାଜିଲଠାରୁ ପରାଜିତ ହୋଇଛି । ଆମେରିକା ଓ ମରକ୍କୋ ଠାରୁ ପରାଜିତ ହେବା ପରେ ପୁଣି ତୃତୀୟ ମ୍ୟାଚରେ ଆଜି ବ୍ରାଜିଲଠାରୁ ହାରିଛି  ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଫୁଟବଲ ଦଳ । ବ୍ରାଜିଲଠାରୁ ୫-୦…

ବର୍ଷାରେ ଧୋଇ ହୋଇ ଯିବକି ଭାରତ-ପାକ ହାଇ ଭୋଲଟେଜ ମ୍ୟାଚ ?

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟର ସବୁଠାରୁ ହାଇ ଭୋଲଟେଜ ମ୍ୟାଚ ୨୩ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ତେବେ ଏହି ମ୍ୟାଚରେ ବର୍ଷା ବାଧକ ସାଜିବ ବୋଲି ଅନୁମାନ କରାଯାଉଛି । ପାଣିପାଗ ରିପୋର୍ଟ ଅନୁସାରେ ମ୍ୟାଚ ଦିନ ୭୦ ପ୍ରତିଶତ ପାଖାପାଖି ବର୍ଷା ସମ୍ଭାବନା ରହିଛି…

ଟି୨୦ ବିଶ୍ୱକପ: ଆୟର୍ଲାଣ୍ଡକୁ ୩୧ ରନରେ ହରାଇଲା ଜିମ୍ବାୱେ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପର ଗ୍ରୁପ ବି କ୍ୱାଲିଫାଇଂ ମୁକାବିଲାରେ ଜିମ୍ବାୱେ ୩୧ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରି ସୁପର ୧୨ରେ ପ୍ରବେଶ ଆଶା ଉଜ୍ଜବୀତ କରିଛି । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୭ ୱିକେଟ ହରାଇ ୧୭୪ ରନ କରିଥିଲା । ସିକନ୍ଦର ରାଜା ୮୨ ରନର ଚମକପ୍ରଦ ଇନିଂସ…

ଟି୨୦ ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ, ଏଥର ହାରିଲା ୨ ଥର ଚାମ୍ପିୟନ ଟିମ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପର ୨ୟ ଦିବସରେ ମଧ୍ୟ ବଡ ବିପର୍ଯ୍ୟୟ ଘଟିଛି । ସ୍କଟଲାଣ୍ଡ ୨ଥରର ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ୪୨ ରନରେ ହରାଇ ଦେଇଛି । ଏହା ପୂର୍ବରୁ ଶ୍ରୀଲଙ୍କାକୁ ନାମ୍ବିଆ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ଜର୍ଜ ମନଞ୍ଜିଙ୍କ ୬୬ ରନ ସହାୟତାରେ ୨୦…

କ୍ରିକେଟର ନୂଆ ଟ୍ରେଣ୍ଡ, ଛାତ ଉପରେ ରଙ୍ଗୀନ ଆଲୋକ ସହ ଖେଳା ଯାଉଛି ମ୍ୟାଚ୍

କଟକ: ରଙ୍ଗୀନ ଆଲୋକ ସାଙ୍ଗକୁ ଶୀତୁଆ ସନ୍ଧ୍ୟା ଆଉ ଛାତ ଉପର । ଆପଣ ଭାବୁଥିବେ କୌଣସି ପାର୍ଟି ବୋଧେ । ନା ଆଜ୍ଞା… କ୍ରିକେଟକୁ ନେଇ ୟେ ହେଉଛି କଟକିଆଙ୍କ ନୂଆ ଅନ୍ଦାଜ । ଗଲି କ୍ରିକେଟ୍ ପରେ ଏବେ ଦେଖିବାକୁ ମିଳିଛି ଟେରିସ୍ କ୍ରିକେଟ୍ । ସନ୍ଧ୍ୟାବେଳେ ଛାତ ଉପରେ ଚାଲିଛି କ୍ରିକେଟ୍…

ଟି୨୦ ବିଶ୍ୱକପ: ଖେଳିପାରିବେ କୋଭିଡ ପଜିଟିଭ ଖେଳାଳି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆରେ ଆରମ୍ଭ ହୋଇ ଯାଇଥିବା ଟି୨୦ ବିଶ୍ୱକପ କ୍ରିକେଟରେ ଆଇସିସି କୋଭିଡ କଟକଣାକୁ ସମ୍ପୂର୍ଣ୍ଣ ଭାବେ କୋହଳ କରିଦେଇଛି । ଏପରିକି କୋଭିଡ ୧୯ ପଜିଟିଭ ଖେଳାଳିଙ୍କୁ ମଧ୍ୟ ମ୍ୟାଚ ଖେଳିବା ପାଇଁ ସୁଯୋଗ ଦିଆଯିବ । ସଂକ୍ରମିତ ଖେଳାଳିଙ୍କୁ ଆଇସୋଲେସନରେ ରଖାଯିବନି । ତେବେ…

ଟି୨୦ ବିଶ୍ୱକପ: ଭାଷ୍ୟକାର ତାଲିକାର ୩ ଭାରତୀୟ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ୨୦ ଏଲିଟ ଭାଷ୍ୟକାରଙ୍କ ନାମ ଆଇସିସି ପକ୍ଷରୁ ଘୋଷଣା କରାଯାଇଛି । ଏଥିରେ ଭାରତର ୩ଜଣଙ୍କୁ ସୁଯୋଗ ମିଳିଛି । ସେମାନେ ହେଲେ ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର ଓ ହର୍ଷ ଭୋଗଲେ । ଏମାନଙ୍କ ବ୍ୟତୀତ ଇଆନ ମୋର୍ଗାନ, ପ୍ରେଷ୍ଟନ ମୋମସେନ, ଡେଲ ଷ୍ଟେଇନ…