Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ପ୍ରଶଂସକଙ୍କ ୨୦ ବର୍ଷ ଅପେକ୍ଷାର ଘଟିବ କି ଅନ୍ତ

ଧର୍ମଶାଳା: ଆଇସିସି କ୍ରିକେଟ ଟୁର୍ଣ୍ଣାମେଂଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୨୦ ବର୍ଷ ହେବ ବିଜୟ ହାସଲ କରି ନାହିଁ । ଚଳିତ ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ କ୍ରମାଗତ ୪ଟି ମ୍ୟାଚରେ ବିଜୟ ହାସଲ କରି ଭଲ ଫର୍ମରେ ରହିଛନ୍ତି । ଏହି ମ୍ୟାଚରେ ବିଜୟ ହାସଲ କରି ଉଭୟ ଟିମ ଶୀର୍ଷ ସ୍ଥାନ ହାସଲ…

ବିଶ୍ୱକପରେ ଇଂଲଣ୍ଡର ବୃହତ ପରାଜୟ

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶନିବାର ଦକ୍ଷିଣ ଆଫ୍ରିକା ୨୨୯ ରନରେ ଶୋଚନୀୟ ଭାବେ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ହେନରିକ କ୍ଲାସେନଙ୍କ ଶତକ ବଳରେ ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୨୨…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ରୋମାଂଚକ ମୁକାବିଲାରେ ସର୍ଭିସେସଠାରୁ ହାରିଲା ଓଡିଶା

ମୁମ୍ବାଇ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟରେ ଶନିବରେ ଓଡିଶା ଏକ ରୋମାଂଚକ ମୁକାବିଲାରେ ସର୍ଭିସେସ ନିକଟରୁ ୩ ୱିକେଟରେ ହାରିଯାଇଛି । ଆଉ ଗୋଟିଏ ବଲ ବାକିଥିବା ବେଳେ ସର୍ଭିସେସ ବିଜୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୮ ୱିକେଟ ହରାଇ ୧୪୨ ରନ କରିଥିଲା ।…

ବିଶ୍ୱକପରେ ବିଜୟ ଖାତା ଖୋଲିଲା ଶ୍ରୀଲଙ୍କା

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶେଷରେ ବିଜୟର ଖାତା ଖୋଲିଛି ଶ୍ରୀଲଙ୍କା । କ୍ରମାଗତ ୩ଟି ମ୍ୟାଚ ହାରିବା ପରେ ଶ୍ରୀଲଙ୍କା ଶନିବାର ଅନୁଷ୍ଠିତ ମୁକାବିଲାରେ ନେଦରଲାଣ୍ଡକୁ ୫ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ୪୯.୪ ଓଭରରେ ୨୬୨ ରନ କରି ଅଲଆଉଟ ହୋଇ ଯାଇଥିଲା…

କ୍ଲାସେନଙ୍କ ଶତକ, ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶନିବାର ଅନୁଷ୍ଠିତ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ବିଶାଳ ଲକ୍ଷ୍ୟ ରଖିଛି । ବିଶ୍ୱକପ ଏବଂ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ କୌଣସି ଟିମ ପକ୍ଷରୁ ଇଂଲଣ୍ଡ ବିପକ୍ଷରେ ଏହା ସର୍ବାଧିକ ସ୍କୋର ।…

ହାର୍ଦ୍ଦିକଙ୍କ ଆଘାତ ଟିମ ଇଣ୍ଡିଆର ସନ୍ତୁଳନ ବିଗାଡି ଦେବନି ତ ?

ନୂଆଦିଲ୍ଲୀ: ଘରୋଇ ପରିବେଶରେ ଭାରତ ଚଳିତ ବିଶ୍ୱକପରେ ଏ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ୪ଟି ମ୍ୟାଚରେ କ୍ରମାଗତ ବିଜୟ ହାସଲ କରିଛି । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସମସ୍ୟା ଏବେ ଟିମକୁ ଚିନ୍ତାରେ ପକାଇଛି । ବିକଳ୍ପ ଖେଳାଳି ମିଳିବା ଅସୁବିଧା ନ ଥିଲେ ମଧ୍ୟ ଟିମ ସନ୍ତୁଳନ ଓ…

ମାର୍ଶ, ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ: ଅଷ୍ଟ୍ରେଲିଆ ନିକଟରୁ ୬୨ ରନରେ ପରାସ୍ତ ହେଲା ପାକିସ୍ତାନ

ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ ପରେ ବୋଲରମାନଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ୬୨ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଦତ ୩୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୪୫.୩ ଓଭରରେ…

ପାରା ଏସିଆନ ଗେମ୍ସ: ଭାରତୀୟ ଦଳର ଜଣେ ମହିଳା ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଆରମ୍ଭ ହେବାକୁ ଯାଉଥିବା ପାରା ଏସିଆନ ଗେମ୍ସରେ ଭାରତକୁ ଶୁକ୍ରବାର ଶକ୍ତ ଝଟକା ଲାଗିଛି । ଟିମ ଇଣ୍ଡିଆର ଜଣେ ମହିଳା ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଉକ୍ତ ଖେଳାଳିଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଆୟୋଜକଙ୍କ ପକ୍ଷରୁ ଆବଶ୍ୟକୀୟ କରୋନା…

ରାଜ୍ୟସ୍ତରୀୟ ଖୋ ଖୋ: ଉଦଘାଟନୀ ମୁକାବିଲାରେ ବାଲେଶ୍ୱର, ଭୁବନେଶ୍ୱର ବିଜୟୀ

ପୁରୀ: ସ୍ଥାନୀୟ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ୧୬ତମ ସବ ଜୁନିୟର ଓ ୧୨ ତମ ରାଜ୍ୟସ୍ତରୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଜୁନିୟର ବାଳକ ବିଭାଗର ଉଦଘାଟନୀ ମୁକାବିଲାରେ ଭୁବନେଶ୍ୱରକୁ ହରାଇ ବାଲେଶ୍ୱର ବିଜୟ ଅଭିଯାନ ଆରମ୍ଭ କରିଛି । ଅନ୍ୟ ମୁକାବିଲାରେ…

ବାଙ୍ଗାଲୋରରେ ଅଦିନିଆ ଝଡ ସୃଷ୍ଟି କଲେ ମିଚେଲ ମାର୍ଶ, ଡେଭିଡ ୱାର୍ଣ୍ଣର

ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୬୮ ରନର ବିଶାଳ ଟାର୍ଗେଟ ରଖିଛି । ଏହି ମ୍ୟାଚରେ ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବାଙ୍ଗାଲୋରରେ ଅଦିନିଆ ଝଡ ସୃଷ୍ଟି କରିଥିଲା । ପାକିସ୍ତାନର…