Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ସବୁ ବ୍ଲକରେ ନିର୍ମାଣ ହେବ ଷ୍ଟାଡିୟମ: ବିକଶିତ ହେବ କ୍ରୀଡ଼ା ଭିତ୍ତିଭୂମି ଓ ପ୍ରତିଭା

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ବ୍ଲକରେ ନିର୍ମାଣ ହେବ ଷ୍ଟାଡିୟମ। ଏନେଇ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ କ୍ୟାବିନେଟ। ରାଜ୍ୟର ସମସ୍ତ ବ୍ଲକରେ ହେବାକୁ ଥିବା ଷ୍ଟାଡିୟମ ନିମନ୍ତେ ଉପଯୁକ୍ତ ସ୍ଥାନ ନିରୂପଣ କରିବା ପାଇଁ ବୁଧବାର କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ…

ଡବଲ ଇଞ୍ଜିନ ସରକାରର ଅପାରଗତାକୁ ବିଜେଡି ମୁଖ୍ୟ ଆୟୁଧ କରିବ: ନବୀନ ପଟ୍ଟନାୟକ

ଭୁବନେଶ୍ବର: ବୁଧବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଡବଲ ଇଞ୍ଜିନ ସରକାର ୮ ମାସ ହେଲା ଦାୟିତ୍ୱ ନେଲଣି, କିନ୍ତୁ ତାଙ୍କ ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରାରେ ଓଡିଶା…

ରାଜ୍ୟରେ ୩ ଦିନ ଭିତରେ ଖସିବ ପାରଦ, କମିବ ତାତି

ଭୁବନେଶ୍ୱର: ରାଜ୍ୟରେ ଏବେ ଅନେକ ସ୍ଥାନରେ ଗରମ ଅନୁଭୂତ ହେବାରେ ଲାଗିଛି । ଫେବୃଆରୀ ମାସରେ ବି ଗ୍ରୀଷ୍ମର ଅନୁଭୂତ ହେଉଛି । ଯାହା ଫଳରେ ଏବେ ଠାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ, ପାଣି ପାଗ ବିଭାଗ ପକ୍ଷରୁ ଆଶ୍ବସ୍ତି କଲା ଭଳି ଏକ ଖବର ସାମ୍ନାକୁ ଆସିଛି । ଭୁବନେଶ୍ବର ଆଞ୍ଚଳିକ…

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ, କାଲିଠୁ କମ୍ପିବ ବିଧାନସଭା

ଭୁବନେଶ୍ବର: ଆସନ୍ତାକାଲି (ଗୁରୁବାର)ଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ଫେବୃଆରୀ ୧୩ରୁ ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶ ଚାଲିବ। ସେହିପରି ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ। ଫେବୃଆରୀ ୧୭ରେ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା…

ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌

ଭୁବନେଶ୍ୱର:ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ। ମଞ୍ଚେଶ୍ୱର ରେଳଷ୍ଟେସନରେ ଅଟକିଲା ଟ୍ରେନ। ସି ୧ ଏସି କୋଚ୍‌ର ତଳ ଭାଗରେ ଲାଗିଲା ନିଆଁ। ପ୍ରବଳ ଧୂଆଁ ବାହାରିବାରୁ ଟ୍ରେନ୍‌କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଛି। ଏହି ଆଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲାଗିବରୁ…

ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ

ଭୁବନେଶ୍ୱର: ପାଖେଇ ଆସୁଛି ପବିତ୍ର ଶିବରାତ୍ରୀ ତଥା ଜାଗର । ଚଳିତବର୍ଷ ଫେବୃଆରୀ ୨୬ ତାରିଖରେ ପଡୁଛି ଜାଗର । ମହା ଆଡମ୍ବରରେ ପାଳନ କରିବାନେଇ ଏବେ ଠାରୁ ପ୍ରାୟ ସମସ୍ତ ଶୈବ ପୀଠରେ ଜାଗର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ମହାଶିବରାତ୍ରୀ ନେଇ ମଙ୍ଗଳବାର ଲିଙ୍ଗରାଜ ମନ୍ଦିର…

ରାଜ୍ୟରେ ମିଳିତ ଭାବେ ଲାଗୁ ହେବ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମମତା ଯୋଜନା ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ କରାଯିବ । ଏଥିରେ କନ୍ୟା ସନ୍ତାନ ଜନ୍ମ ପାଇଁ ଗର୍ଭବତୀମାନଙ୍କୁ ବର୍ଷକୁ ଅଧିକ ୨ ହଜାର ଟଙ୍କା ପ୍ରଦାନ କରାଯିବ । ଗର୍ଭବତୀ, ପ୍ରସୂତି ମହିଳା ମାନଙ୍କ…

ଏଣିକି ନବମ, ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

କଟକ: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ । ଏନେଇ ମଙ୍ଗଳବାର କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି । ପୂର୍ବରୁ ଅଷ୍ଟମ ଶ୍ରେଣୀ ଯାଏ କେବଳ ମଧ୍ୟାହ୍ନ ଭୋଜନ ମିଳୁଥିବା ବେଳେ ଏଥିରେ ଏବେ ଏହି ଦୁଇ…

ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ; ନୂଆ ରାଜପଥରେ କାର୍ଯ୍ୟକ୍ଷମ ହେବ ଆଇଇଏମଏସ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଥିବା ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଏ ସଂକ୍ରାନ୍ତରେ ମଙ୍ଗଳବାର ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଡ଼କ ଦୁର୍ଘଟଣା…

କ୍ଲବଫୁଟ ଅଭିଯାନକୁ ଆଉ ଦୁଇ ବର୍ଷ ସମ୍ପ୍ରସାରିତ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର କ୍ୟୋର ଇଣ୍ଡିଆ ଟ୍ରଷ୍ଟ ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରି କ୍ଲବଫୁଟ ଅଭିଯାନକୁ ଆଉ ଦୁଇବର୍ଷ ସମ୍ପ୍ରସାରିତ କରିଛନ୍ତି । କ୍ଲବଫୁଟ ଦ୍ୱାରା ପ୍ରଭାବିତ ହେଉଥିବା ନବଜାତ ଶିଶୁମାନଙ୍କ ସମ୍ପୂର୍ଣ ମାଗଣା ଓ ଉତ୍ତମ ଚିକିତ୍ସା ଏହି ଚୁକ୍ତିନାମାର ପ୍ରଧାନ ଆଭିମୁଖ୍ୟ…