Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଦିପାବଳୀରେ ଦିଅନ୍ତୁ ଏହି ସବୁ ଗିପ୍ଟ, ଟ୍ରେଣ୍ଡ ସହ ଚାଲିଛି ଭଲ ଅଫର

ଭୁବନେଶ୍ୱର: ଦିପାବଳୀରେ ସାଧାରଣତଃ ପରସ୍ପରକୁ ଉପହାର ଦେବା ଗୋଟେ ଆନନ୍ଦ ଦେଇଥାଏ। ତେବେ ଦିପାବଳୀ ରେ ମିଠା, ଶୋନପାମ୍ପୁଡ଼ି ଏବଂ ଡ୍ରାଏଫ୍ରୁଟ ଗିଫ୍ଟ ରେ ଦେବା ଏବେ ପୁରୁଣା ହୋଇଯାଇଛି । ଯଦି ଆପଣ କାହାକୁ ଭଲ ଉପହାର ଦେବାକୁ ଯୋଜନା କରୁଛନ୍ତି, ତେବେ ଏଥିପାଇଁ ଅନେକ ଭଲ ବିକଳ୍ପ ଅଛି ।…

ଶୁଖିଲା ଖାଦ୍ୟ ମହଜୁଦ ଓ ନିରବଚ୍ଛିନ୍ନ ଯୋଗଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା 'ଦାନା' ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡକୁ ଗତି କରୁଛି । ଗୁରୁବାର ସକାଳ ସୁଦ୍ଧା ଏକ ଭୀଷଣ ବାତ୍ୟାରେ ପରିଣତ ହେବ 'ଦାନା' । ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର…

ବାତ୍ୟାରେ ବନ୍ଦ ରହିବ ମଦ ଦୋକାନ

ଭୁବନେଶ୍ବର: ବାତ୍ୟା ‘ଦାନା’ ଦ୍ବାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ମଦ ଦୋକାନ ଗୁଡି ବନ୍ଦ ରହିବ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ସୂଚନା ଦେଇଥିବାବେଳେ, ସେନେଇ ବୁଧବାର ସନ୍ଧ୍ୟା ଠାରୁ ମଦ ଦୋକାନଗୁଡ଼ିକୁ ସିଲ୍ କରାଯାଇଥିବା ଦେଖିବାକୁ…

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା

ଭୁବନେଶ୍ୱର: ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଦାୟିତ୍ୱରୁ ହଟାଇ ଦେଇଛନ୍ତି ମୋହନ ସରକାର । ତାଙ୍କ ସହ ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ପଦରୁ ହଟାଇ ଦେଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି…

ଭୟଙ୍କର ରୂପ ନେଉଛି ‘ଦାନା’; ପ୍ରଭାବିତ ଜିଲ୍ଲା ପାଇଁ ଜାରି ହେଲା ଟୋଲ୍ ଫ୍ରି ନମ୍ବର

ଭୁବନେଶ୍ୱର: ଭୟଙ୍କର ରୂପ ନେଉଛି ସାମୁଦ୍ରକ ଝଡ ‘ଦାନା’ । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଦାନା’ ଏବେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଆଡକୁ ମୁହାଁଉଛି । ଏହାପରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଅନୁମାନ କରାଯାଇଛି । ଏହାର…

ବାତ୍ୟା ମୁକାବିଲା: ହେଲ୍ପଲାଇନ୍ ନମ୍ବର ଜାରି କଲେ ବିଜେଡି ଓ ବିଜେପି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି କ୍ଷମତାରେ ଥିବା ବିଜେପି ଓ ବିରୋଧୀ ଦଳ ବିଜେଡି ଦ୍ବାରା ବୁଧବାର ପୃଥକ ପୃଥକ୍ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ଏହାସହିତ ବିଜେପି ନିଜର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିବାବେଳେ ବିଜେଡି…

‘‘ଦାନା’ ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆଦୌ ଆତଙ୍କିତ ହୁଅନ୍ତୁ ନାହିଁ’

ଭୁବନେଶ୍ୱର: ବୁଧବାର ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମୀକ୍ଷା ପରେ ଗଣମାଧ୍ୟମ ନିକଟରେ ନିଜର ବିବୃତି ରଖି, ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କୌଣସି ପରିସ୍ଥିତିରେ ଭୟଭୀତ ବା ଆତଙ୍କିତ ନ ହେବାକୁ ଅନୁରୋଧ କରିଛନ୍ତି ।…

ବାତ୍ୟା ଭୟ: ଆସନ୍ତାକାଲିଠୁ ବନ୍ଦ ରହିବ ବିମାନ ସେବା

ଭୁବନେଶ୍ବର: ସାମୁଦ୍ରିକ ଝଡ଼ 'ଦାନା' ପାଇଁ ଆସନ୍ତା କାଲି ଅର୍ଥାତ ଗୁରୁବାରରୁ ୨୫ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ବିମାନଚଳାଚଳ ବନ୍ଦ ରହିବ । ଅପରାହ୍ନ ୫ଟା ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କୌଣସି ବିମାନ ଉଡିବ ନାହିଁକି ଅବତରଣ କରିବ ନାହିଁ ।…

ବନଖଣ୍ଡ ଅଧିକାରୀମାନେ ପ୍ରସ୍ତୁତ ରୁହନ୍ତୁ : ଜଙ୍ଗଲମନ୍ତ୍ରୀ

ଭୁବନେଶ୍ୱର: ଆତଙ୍କ ସୃଷ୍ଟି କରିଛି ବାତ୍ୟା ଦାନା। ଅବପାତ ପରେ ଉଚ୍ଚ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏପଟେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ…

ଜାରି ହେଲା ଟେଲିଫୋନ ନମ୍ବର, ଚଢା ଦରରେ ବିକ୍ରି ହେଉଥିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଟେଲିଫୋନ ନମ୍ବର ଜାରି କରାଯାଇଛି ।…