Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଶାରଦୀୟ ଦୁର୍ଗାପୂଜା: ଆରମ୍ଭ ହେଲା ଆଦ୍ୟ ପର୍ବ ମାଟି ଅନୁକୂଳ

ଭୁବନେଶ୍ଵର: ଆଉ ଦିନ କେଇଟା ପରେ ମା’ ଦୁର୍ଗତିନାଶିନୀ ସିଂହବାହିନୀ ଧରାପୃଷ୍ଠରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ଟ୍ୱିନସିଟିର ବିଭିନ୍ନ ପ୍ରମୁଖ ପୂଜାକମିଟି ଓ ସମିତି ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ଅବସରରେ ମାଟି ଅନୁକୂଳ…

ଟଙ୍କା ବୁହା ଗାଡ଼ିରୁ ୮୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ

ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ ଜବତ ହେଲା ୮୦ କେଜି ସୁନା, ୧ କ୍ୱିଣ୍ଟାଲ ରୁପା । ଭୁବନେଶ୍ବର ଏୟାରପୋର୍ଟରୁ ଦୁଇଟି ଗାଡି ଆସୁଥିବା ବେଳେ ଜବତ ହେଲା ସୁନା । ତେବେ ଏସବୁ ସୁନା କିଏ ଏବଂ କୁଆଡେ ନେଉଥିଲା ସେନେଇ କୌଣସି ସୂଚନା ମିଳିପାରିନାହିଁ । ସୂଚନା ଅନୁସାରେ, ଭୁବନେଶ୍ବର…

ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ଵର: ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ । ମାଲକାନଗିରିରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଲମ୍ବିଛି ଏହି ଠକେଇର ଚେର । ପୋଲିସ ଏତଲାକୁ ଆଧାର କରି ଭୁବନେଶ୍ଵରରୁ ଜଣେ ଅଭିଯୁକ୍ତକୁ ଗିରଫ କରଯାଇଛି । ତେବେ ଅନ୍ୟ ୨ ଅଭିଯୁକ୍ତ ଏବେବି ଫେରାର ଥିବା ଜଣାପଡ଼ିଛି। ସୂଚନା…

ସାର୍ବଜନୀନ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ: ଆଇନ ମନ୍ତ୍ରୀ

ଭୁବନେଶ୍ଵର: ସାର୍ବଜନୀନ ହେବ ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲାର ତଦନ୍ତ ରିପୋର୍ଟ। ଏ ନେଇ ନିଷ୍ପତ୍ତି ନେବେ ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଆଗାମୀ ଦିନରେ ସରକାର କଣ କରିବେ ସେ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ…

ବଡଖବର: ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍

ଭୁବନେଶ୍ଵର: ଆସିଲା ସୁଭଦ୍ରା ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି ହେଲା 'ସୁଭଦ୍ରା' ଗାଇଡ୍‌ଲାଇନ୍ । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳାମାନେ କରିପାରିବେ ସୁଭଦ୍ରା ଯୋଜନାରେ ଆବେଦନ । ଗାଇଡଲାଇନ ଅନୁସାରେ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ…

ଅଡିଓ ଭାଇରାଲ୍, ଫସିଯିବେ କି ବିଜେପି ବିଧାୟକ?

ଭୁବନେଶ୍ବର: ଆସିକା ବିଧାୟକଙ୍କ ନାଁରେ ସଂଗୀନ ଅଭିଯୋଗ । ଅଡିଓ ଭାଇରାଲ, ବଢିବ କି ଅଡୁଆ ! ବିଜେପି ବିଧାୟକ ସରୋଜ ପାଢୀ ଦୁଇ ଜଣ ବାଲିଘାଟ ଲିଜଧାରୀଙ୍କୁ ବାଲିଘାଟ ବାବଦକୁ ବଟି ମାଗୁଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଗତ ଦୁଇ ଦିନ ହେଲା ବାଲିଘାଟ ଲିଜଧାରୀଙ୍କ ସହ ବିଧାୟକଙ୍କ ଅଡିଓ…

୨ ଜିଲ୍ଲା ବୁଲିବେ ସମସ୍ତ ସଚିବ, ପ୍ରସ୍ତୁତ କରିବେ ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ

ଭୁବନେଶ୍ୱର: ପୁଣି ଜିଲ୍ଲା ବୁଲିବେ ସମସ୍ତ ସଚିବ। ବିଭିନ୍ନ କାର୍ଯ୍ୟକ୍ରମର ରିପୋର୍ଟ ପ୍ରସ୍ତୁତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ସରକାରୀ ଯୋଜନା ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ତାର ତଦାରଖ କରିବାକୁ ଜିଲ୍ଲା ଗସ୍ତରେ ଯିବେ ସମସ୍ତ ସଚିବ। ଅତିକମ୍‌ରେ ୨ ଦିନ ଜିଲ୍ଲା…

ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ଆଞ୍ଚଳିକ ଭିତ୍ତିଭୂମି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ରାୟଗଡା ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରିଛି। ନିକଟରେ  ମାନ୍ୟବର ରେଳମନ୍ତ୍ରୀ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୭୦ କୋଟି ଟଙ୍କା ବ୍ୟୟ ବରାଦ…

ହାତୀ ‘ରାମୁ’ର ମୃତ୍ୟୁ ପରେ ଆକ୍ସନ ମୋଡରେ ବନ ବିଭାଗ

ଭୁବନେଶ୍ଵର: ହାତୀ 'ରାମୁ'ର ମୃତ୍ୟୁ ପରେ ଚେତିଲା ବନ ବିଭାଗ । ନିୟୋଜିତ ସ୍ୱତନ୍ତ୍ର ସ୍କ୍ୱାଡ୍‌ଙ୍କ କାମର ହିସାବ ମାଗିଲେ ପିସିସିଏଫ୍ । ସବୁ ଆରସିସିଏଫ୍‌ଙ୍କୁ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ପହଞ୍ଚିଲା ଚିଠି । ଏବେ ରାଜ୍ୟରେ ୩୯୭ ସ୍ୱତନ୍ତ୍ର ସ୍କ୍ୱାଡ୍ ବନ୍ୟଜନ୍ତୁ ସୁରକ୍ଷାରେ ନିୟୋଜିତ…

ଆଇଏଲ୍‌ଏସ୍‌ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ଆଇଏଲ୍‌ଏସ୍‌ର ବୈଜ୍ଞାନିକ ସନ୍ଦୀପ ମିଶ୍ର ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ବର ଘରୁ ବୈଜ୍ଞାନିକ ସନ୍ଦୀପ ମିଶ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ଘଟଣାସ୍ଥଳକୁ ଯାଇ ପୋଲିସ ତଦନ୍ତ କରିଛି। ତେବେ ବୈଜ୍ଞାନିକଙ୍କ ଆତ୍ମହତ୍ୟା ପରେ ତାଙ୍କୁ ଘରୋଇ…