Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ଆସନ୍ତାକାଲି ଓୟୁଟିଆର ପାଳିବ ତୃତୀୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଓଡିଶା ବୈଷୟିକ ଓ ଗବେଷଣା ବିଶ୍ଵବିଦ୍ୟାଳୟ (ଓୟୁଟିଆର୍) ଆସନ୍ତାକାଲି ପାଳନ କରିବ ତୃତୀୟ ପ୍ରତିଷ୍ଠା ଦିବସ । ବିଶ୍ଵବିଦ୍ୟାଳୟ ପକ୍ଷରୁ ଶେଷ ହୋଇଛି ପ୍ରସ୍ତୁତି । ଏହି ଅବସରରେ କୃତୀ ଅଧ୍ୟାପକ, ଅଣଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯିବ । ନୂତନ…

ସର୍ବୋଚ୍ଚ ରେକର୍ଡ କଲା ସୁନା ଦର, ଚିନ୍ତାରେ ଗ୍ରାହକ

ଭୁବନେଶ୍ବର: ଚାଲିଛି ପାର୍ବଣର ଋତୁ । ଏହାରି ଭିତରେ ହୁ ହୁ ହୋଇ ବଢିବାରେ ଲାଗିଛି ସୁନା ଦର । ଆଜି ସୁନାର ଦାମ ସର୍ବୋଚ୍ଚ ରେକର୍ଡ କରିଛି । ଆହୁରି ୨୫୦ ଟଙ୍କା ବଢିଛି । ଯାହାକୁ ମିଶାଇ ୧୦ ଗ୍ରାମ ସୁନାର ଦାମ ୭୮ ହାଜର ୭୦୦ ଟଙ୍କାରେ ପହଞ୍ଚିଛି । ଯାହା ଗ୍ରାହକଙ୍କ ମୁଣ୍ଡ ବିନ୍ଧାର ବିଷୟ…

‘ଟାଇମ୍‍ପାସ୍‍ ବହିବର୍ଷା’ରେ ଓଦାହେଲେ ଶତାଧିକ ଲେଖକ

ଭୁବନେଶ୍ୱର: ବାହାରେ ଲଗାତାର ବର୍ଷା। ଓଦାଓଦା ପାଗ। ବର୍ଷାଛିଟାରେ ଶୀତେଇ ଉଠୁଛି ଦେହ। ଆଉ ଠିକ୍‍ ସେତିକିବେଳେ ଉତ୍କଳ ରଙ୍ଗମଞ୍ଚରେ ଏକ କଳାତ୍ମକ ପରିବେଶରେ ଆୟୋଜିତ ହୋଇଯାଇଛି ‘ଟାଇମ୍‍ପାସ୍‍ ବହିବର୍ଷା’। ବରିଷ୍ଠ, ପ୍ରବୀଣ ଓ ନବୀନ ଲେଖକଙ୍କ ମାରାଥନ୍‍ ପୁସ୍ତକ ଲୋକାର୍ପଣରେ ସାମିଲ ହୋଇ…

ହୀରାକୁଦ ଡ୍ୟାମ୍ ନବୀକରଣ ପାଇଁ ଖର୍ଚ୍ଚ ହେବ ୮୫୫ କୋଟି

ସମ୍ବଲପୁର: ହୀରାକୁଦ ଡ୍ୟାମ ଓ ହୀରାକୁଦ ବନ୍ଧ ପ୍ରକଳ୍ପର ନବୀକରଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ୪ ବର୍ଷରେ ଖର୍ଚ୍ଚ ହେବ ୮୫୫ କୋଟି ଟଙ୍କା। ହୀରାକୁଦକୁ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର । ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଏହାର ଫଲ୍ , ସିଡି, ଆଉଟଲେଟର ନବୀକରଣ ହେବ । ଆର୍ଥିକ…

ସରକାରୀ କୋଠାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟରେ ସମସ୍ତ ସରକାରୀ କୋଠାର ରଙ୍ଗ ପରିବର୍ତ୍ତନ କରାଯାଇ ଗୋଟିଏ ରଙ୍ଗ ହେବ । ସେହିପରି ପୁରୁଣା କୋଠାଗୁଡ଼ିକର ମରାମତି ବା ନବୀକରଣ କରାଯିବ । ଏନେଇ ଆଜି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଇଆଇସି (ସିଭିଲ-କମ୍-ରୋଡ୍‌ସ), ଇଆଇସି…

ଏକଜିଟ୍ ପୋଲ…କାହିଁକି ବିଜେଡି ଏତେ ଉତ୍ସାହିତ?

ଭୁବନେଶ୍ବର: ହରିୟାଣା ଓ ଜାମ୍ମୁ-କାଶ୍ମୀର ଏକଜିଟ୍ ପୋଲରେ କଂଗ୍ରେସ କ୍ଷମତାକୁ ଫେରିବା ସଂକେତ । ବିଜେଡି ନେତା ଉତ୍ସାହିତ ! ଇଣ୍ଡିଆ ମେଣ୍ଟ ଆଡକୁ ଢଳୁଛି କି ବିଜେଡି ? ବଦଳିବ କି ବିଜେଡିର ସମଦୂରତା ମନ୍ତ୍ର? ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବୟାନ ପରେ ବିଜେଡିର ଆଗାମୀ ରଣନୀତିକୁ…

ପୁଣି ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ

ଭୁବନେଶ୍ବର: ପୁଣି ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ । ପୁରୀ ରାଜଭବନରେ ସେ କଳା ରାତିର ଘଟଣାକୁ ନେଇ ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ରାଜଭବନ ଆଗରେ ପୁଣି ଯୁବ ଏବଂ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେବେ ରାଜ୍ୟ ପୁଅଙ୍କୁ ଗିରଫ କରାଯାଉଛି ସେନେଇ…

ତୀବ୍ର ହେଲା ଓଏସଏସଏସସିକୁ ବିରୋଧ: ରାସ୍ତାକୁ ଓହ୍ଲାଇଲେ ପରୀକ୍ଷାର୍ଥୀ

ଭୁବନେଶ୍ବର: ଓଏସଏସଏସସିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ । ଓଏସଏସଏସସି ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍‌ଜିରେ  ଗର୍ଜିଲେ । ଆରଆଇ, ଏଆରଆଇ, ଅମିନ, ଆଇସିଡିସି ଭଳି ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ପରୀକ୍ଷା ବାତିଲ ଦାବିରେ…

ପାର୍ବଣରେ ପରିବା ବଜାରରେ ନିଆଁ: ସେଞ୍ଚୁରି ମାରିଲା ଟମାଟୋ

ଭୁବନେଶ୍ବର: ପାର୍ବଣରେ ପରିବା ବଜାରରେ ନିଆଁ। ପାର୍ବଣ ବେଳେ ପରିବା ଦର ବୃଦ୍ଧି ଗ୍ରାହକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକେଇଛି। ଟମାଟୋ ଦର ସେଞ୍ଚୁରି ମାରିଛି। କେବଳ ଟମାଟୋ ନୁହେଁ ବରଂ ଅନ୍ୟ ପନିପରିବା ଯେମିତି କି ପିଆଜ ଦର ମଧ୍ୟ ବଢ଼ିବାରେ ଲାଗିଛି। ଚାରି ପାଞ୍ଚ ଦିନ ତଳେ ଟମାଟୋ…

ଆଗାମୀ ୩ ଘଣ୍ଟାରେ ବର୍ଷା ସହ ବଜ୍ରପାତ ନେଇ ଜାରି ହେଲା ଆଲର୍ଟ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଏନେଇ ୭ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟର ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି…