Latest Odisha News

BREAKING NEWS

Browsing Category

ଭୁବନେଶ୍ୱର

Bhubaneswar

ରାଜ୍ୟରେ ହେବ ଆଉ ୬ଟି ନୂଆ ହୋଟେଲ୍‌ ଏବଂ ରିସର୍ଟ

ଭୁବନେଶ୍ବର: ରାଜ୍ୟରେ ଆଉ ୬ଟି ନୂଆ ହୋଟେଲ୍‌ ଓ ରିସର୍ଟ ଖୋଲାଯିବ । ଏନେଇ ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ହୋଟେଲ ଆଉ ରିସର୍ଟ ଗୁଡିକ ଗଞ୍ଜାମ, ଖୋର୍ଦ୍ଧା, ଅନୁଗୁଳ ଓ କୋରାପୁଟରେ ଖୋଲାଯିବ ।…

ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ଚାଲିଥିଲା ଦେଶୀ ମଦ ତିଆରି, ୪ ଗିରଫ

ଭୁବନେଶ୍ୱର: ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ଫ୍ୟାକ୍ଟ୍ରିକୁ ଠାବ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଦାରୁଠେଙ୍ଗ ଜଙ୍ଗଲରେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ହେବ । ଏହା ସହ ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଛି…

କିଟ୍ ରେ ପୁଣି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଲେ ଦୁଇ ମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ରାତିରେ କିଟ୍ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଘଟଣାରେ ତଦନ୍ତ ଆରମ୍ଭ…

କିଟ୍‌ରେ ଛାତ୍ରୀ ମୃତ୍ୟୁ; ଘଟଣାର ତଦନ୍ତ ପାଇଁ କୂଟନୈତିକ ପଦକ୍ଷେପ ଆରମ୍ଭ କରିଛୁ: ନେପାଳ ମନ୍ତ୍ରୀ

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ଘଟଣାରେ ଉଦ୍‌ବେଗ ସହ ଦୁଃଖ ପ୍ରକାଶ କଲେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବା । ଟ୍ବିଟ୍ କରି ମୃତ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଦୁଃଖିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲେ…

ସହରାଞ୍ଚଳ ଗରିବଙ୍କୁ ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ‘ସହଯୋଗ’

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା । ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହେଲା ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’। ହାତ ପାଆନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ଏହି ‘ସହଯୋଗ’ । ପ୍ରାରମ୍ଭିକ ଭାବେ ୮ଟି ବିଭାଗର ୧୩ଟି ଯୋଜନା ସାମିଲ…

ସୁନାମି ପାଇଁ ପ୍ରାକ୍‌ ପ୍ରସ୍ତୁତି; ୬ ଜିଲ୍ଲାରୁ ଚିହ୍ନଟ ହେବ ୧୦୦ରୁ ଊର୍ଦ୍ଧ୍ବ ଗାଁ

ଭୁବନେଶ୍ୱର: ଜଳବାୟୁର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରାକ୍‌ ପ୍ରସ୍ତୁତି କରାଯିବ । ଏନେଇ ସୁନାମି ପ୍ରସ୍ତୁତି ଚିହ୍ନଟ ପାଇଁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରୁ ୧୦୦ରୁ ଊଦ୍ଧ୍ବ ଗ୍ରାମ ଚିହ୍ନଟ କରାଯିବ । ୟୁନେସ୍କୋ-ଆଇଓସି ପକ୍ଷରୁ ସୁନାମି ରେଡୀ…

୫୧ ଲକ୍ଷ ଚାଷୀଙ୍କୁ ୧ କୋଟି ଟଙ୍କାର ସିଏମ୍ କିଷାନ ସହାୟତା ରାଶି ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଭୁବନେଶ୍ୱର ବରମୁଣ୍ଡା ଓୟୁଏଟି ଫାର୍ମ ଠାରେ ରାଜ୍ୟ ସ୍ତରୀୟ କୃଷକ ଦିବସ ସମାରୋହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ସିଏମ୍ କିଷାନ ଯୋଜନାରେ ରାଜ୍ୟର ୫୦,୧୬,୯୩୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୪୯,୪୮୨ ସଂଖ୍ୟକ…

ମେ’ ୩ ପରେ ବଢିବ ଦିନର ତାପମାତ୍ରା; ଆଜି ପାଇଁ ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ କାଳ‌ବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ ବିଜୁଳି ଘଡଘଡି ଓ ବର୍ଷା ହୋଇଛି । ତେବେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ୩ ଦିନ ଅର୍ଥାତ୍ ମେ’ ୩ ତାରିଖ ପରେ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା…

ଅଖିମୁଠି ଅନୁକୂଳ କରି ବିଲରେ ହଳ ବୁଲାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜଧାନୀର ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଠାରେ ମୁଖ୍ୟମନ୍ତ୍ରୀ ଜମିରେ ବିହନ ବୁଣିବା ସହ ହଳଲଙ୍ଗଳ ଧରି ହଳ ମଧ୍ୟ କରିଛନ୍ତି । ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ…

ରାଜଧାନୀ ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର

ଭୁବନେଶ୍ବର: ରାଜଧାନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଇମ୍ଫୋଭାଲି ଥାନା ମଦନପୁରର ରାଜ ରାସ୍ତାରେ ଜଳିଗଲେ ଜଣେ ଘରୋଇ କଲେଜ ଛାତ୍ର । ଅର୍ଧଦଗ୍ଧ ଅବସ୍ଥାରେ ଆହତ ଛାତ୍ରଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଛାତ୍ର ଜଣକଙ୍କର ପରିଚୟ ସମ୍ବଲପୁରର ପ୍ରଦୀପ ପାଢୀ…