Latest Odisha News

BREAKING NEWS

Browsing Category

ସହର

City

ଓଡ଼ିଶାରେ ୧୨ ପାକିସ୍ତାନୀ ନାଗରିକ; ତୁରନ୍ତ ପାକିସ୍ତାନ ପଠାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏହାରି ଭିତରେ ଭାରତ ସରକାର ଭାରତରେ ରହୁଥିବା ପାକିସ୍ତାନ ନାଗରିକଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କ ଭିସା…

ଖର୍ଚ୍ଚକାଟ ଚିନ୍ତା, ଭୁବନେଶ୍ୱରରେ ନିଜ ଗାଡ଼ିର ଇନ୍ଧନ ଯୋଗାଇବାକୁ ବିଏମସି ବସାଇବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏକ ନିଜସ୍ୱ ପେଟ୍ରୋଲ ପମ୍ପ ଓ ଗ୍ୟାରେଜ ସ୍ଥାପନ କରିବାକୁ ଯୋଜନା କରୁଛି। ଏପରି କରି ଥାର୍ଡପାର୍ଟି କମ୍ପାନୀଙ୍କ ଉପରେ ନିର୍ଭରଶୀଳତା କମାଇବ ସହ ଖର୍ଚ୍ଚକାଟ କରିବ ବୋଲି ମହାନଗର ନିଗମ ଆଶା…

୧୧୯୧.୪୭ କୋଟିର ୭ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ଅନୁମୋଦନ

ଭୁବନେଶ୍ୱର: ୧,୧୯୧.୪୭ କୋଟି ଟଙ୍କାର ସାତଟି ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ଓଡ଼ିଶା ସରକାର । ଗୁରୁବାର ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨ ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି…

କେବିକେ ଅଞ୍ଚଳରେ ସଂଯୋଗୀକରଣକୁ ରୂପାନ୍ତରିତ କରୁଛି ଅମୃତ ଷ୍ଟେସନ ଯୋଜନା

ଭୁବନେଶ୍ୱର: ଆଞ୍ଚଳିକ ବିକାଶ ଏବଂ ଭିତ୍ତିଭୂମି ଆଧୁନିକୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭାରତୀୟ ରେଳ ଓଡ଼ିଶାର କେବିକେ (କଳାହାଣ୍ଡି-ବଲାଙ୍ଗୀର-କୋରାପୁଟ) ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ପାଇଁ ଅମୃତ ଷ୍ଟେସନ ଯୋଜନା ଅଧୀନରେ ଏକ ବ୍ୟାପକ ପୁନର୍ବିକାଶ ପଦକ୍ଷେପ…

ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି: ଆଜିଠାରୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରାଛୁଟି

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଛି । ଫଳରେ ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଉ ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପ୍ରିଲ୍ ୨୪ ଅର୍ଥାତ୍ ଆଜି…

ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ

ଭୁବନେଶ୍ବର: ରାଜ୍ୟରେ ଗଠିତ ହୋଇଛି ୩ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍) । ଏହି କୋର୍ଟ ଗୁଡିକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡା, ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଠାରେ ସ୍ଥାପନ କରାଯାଇଛି । ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ…

ପହଲଗାମ ଆତଙ୍କୀ ଆକ୍ରମଣ: ଅପରାହ୍ନ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ

ଭୁବନେଶ୍ବର: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲ୍ଲାର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ମୃତଦେହ ଶ୍ରୀନଗରରୁ ଆଜି ୨ଟା ୩୫ମିନିଟରେ ଓଡ଼ିଶା ଅଭିମୁଖେ ବାହାରିବ । ଅପରାହ୍ନ ୪ଟାରେ ଭୁବନେଶ୍ବରରେ ପହଞ୍ଚିବ । ଏହା ପରେ ବାଲେଶ୍ବର ରେମୁଣା ଅଞ୍ଚଳର…

ଆଜିଠୁ ରାଜ୍ୟର ସମସ୍ତ ଅଙ୍ଗନବାଡି ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ

ଭୁବନେଶ୍ବର: ଅପ୍ରେଲ ୨୩ ତାରିଖ ଅର୍ଥାତ୍ ଆଜି ଠାରୁ ସ୍କୁଲ ପିଲାଙ୍କ ପାଇଁ ଖରା ଛୁଟି ଘୋଷଣା ହୋଇଛି । ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ…

ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ଚମକିଲେ ଓଡିଆ; ୪୮ତମ ସ୍ଥାନରେ ରିତିକା ରଥ

ଭୁ‌ବନେଶ୍ବର: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୪ର ଫଳ ପ୍ରକାଶ ପାଇଛି । ସମସ୍ତ ପ୍ରାର୍ଥୀ ଆୟୋଗର ଅଫିସିଆଲ୍ ୱେବସାଇଟ upsc.gov.in କୁ ଯାଇ ଏଠାରେ କ୍ଲିକ୍‌ କରି ସେମାନଙ୍କର ଫଳାଫଳ ଦେଖିପାରିବେ । ମୋଟ୍ ୧୦୦୯ ଜଣ ପ୍ରାର୍ଥୀଙ୍କୁ…

ପୋପ୍‌ ଫ୍ରାନ୍ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ

ଭୁବନେଶ୍ୱର: ରୋମାନ କାଥୋଲିକ୍‌ ଚର୍ଚ୍ଚର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସଙ୍କର ବିୟୋଗ ଘଟିଛି । ତାଙ୍କ ସମ୍ମାନାର୍ଥେ ସାରା ଭାରତରେ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ । ଏନେଇ ୩ ଦିନ ଧରି ଶୋକ ପାଳିବ ରାଜ୍ୟ । ଏପ୍ରିଲ ୨୨ ଅର୍ଥାତ୍ ଆଜି ଏବଂ ଏପ୍ରିଲ ୨୩ ତାରିଖରେ ରାଜ୍ୟ…